Indian Army To Hold Five-Day Mega Eye Camp: ଆୟୋଜିତ ହେବ ଭାରତୀୟ ସେନାବାହିନୀ ପକ୍ଷରୁ ମେଗା ଆଇ କ୍ୟାମ୍ପ; ଯୋଗଦେବେ ରାଷ୍ଟ୍ରପତି

Oct 04, 2026 - 19:20
Indian Army To Hold Five-Day Mega Eye Camp: ଆୟୋଜିତ ହେବ ଭାରତୀୟ ସେନାବାହିନୀ ପକ୍ଷରୁ ମେଗା ଆଇ କ୍ୟାମ୍ପ; ଯୋଗଦେବେ ରାଷ୍ଟ୍ରପତି

ଭାରତୀୟ ସେନା ବାହିନୀ ପକ୍ଷରୁ ରାଇରଙ୍ଗପୁରରେ ଆୟୋଜିତ ହେବାକୁ ଯାଉଛି ମେଗା ଆଇ କ୍ୟାମ୍ପ। ଏହି ପାଞ୍ଚ ଦିବସୀୟ ମେଗା ଚକ୍ଷୁ ଚିକିତ୍ସା ଶିବିରରେ ଦିଲ୍ଲୀର ୧୦୦ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଚିକିତ୍ସା କରିବେ। ମେଗା ଆଇ କ୍ୟାମ୍ପରେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 

ରାଇରଙ୍ଗପୁରସ୍ଥିତ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସେନା ବାହିନୀ ପକ୍ଷରୁ ଚଳିତ ମାସ ୨୬ ତାରିଖରୁ ଆରମ୍ଭ ହୋଇ ୩୦ ପର୍ଯ୍ୟନ୍ତ ମେଗା ଚକ୍ଷୁ ଚିକିତ୍ସା କ୍ୟାମ୍ପ ଚାଲିବ। ଚିକିତ୍ସା ଶିବିର ପାଇଁ ବାମନଘାଟି ଉପଖଣ୍ଡ ଅଞ୍ଚଳର ମୋଟ ୭ଟି ବ୍ଲକ ଅଞ୍ଚଳରେ ଥିବା ରୋଗୀ ମାନଙ୍କ ଯାଞ୍ଚ ପ୍ରକ୍ରିୟା ଓ ଚକ୍ଷୁ ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ଚି଼ହ୍ନଟ କରାଯାଇଛି। ଏହି କ୍ୟାମ୍ପରେ ରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି।

  • ଭାରତୀୟ ସେନାବାହିନୀ ପକ୍ଷରୁ ମେଗା ଆଇ କ୍ୟାମ୍ପ
  • ରାଇରଙ୍ଗପୁରରେ ଆୟୋଜିତ ହେମ ଏହି କ୍ୟାମ୍ପ 
  • ଦିଲ୍ଲୀର ୧୦୦ଜଣିଆ ବିଶେଷଜ୍ଞ ଡାକ୍ତର କରିବେ ଚିକିତ୍ସା
  • ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।