Indian Army: ୧୭ ଥର ବିଫଳ, ୧୮ତମ ପ୍ରୟାସରେ ଲେଫ୍ଟନାଣ୍ଟ ହେଲେ ହର୍ଷଦୀପ
"ନୂଆଦିଲ୍ଲୀ: ଭାରତୀୟ ସେନାରେ ଲେଫ୍ଟନାଣ୍ଟ ଭାବେ ଯୋଗଦେଇ ନିଜ ସ୍ୱପ୍ନ ପୂରଣ କରିଛନ୍ତି ହର୍ଷଦୀପ ସିଂହ।
ତେବେ ତାଙ୍କ ଏହି ସଫଳତା ପଛର କାହାଣୀ ଅତ୍ୟନ୍ତ ପ୍ରେରଣାଦାୟକ।
ସର୍ଭିସେସ୍ ସିଲେକ୍ସନ ବୋର୍ଡ (SSB) ପରୀକ୍ଷାରେ ସେ ୧୭ ଥର ବିଫଳ ହୋଇଥିଲେ ମଧ୍ୟ ହାର ମାନିନଥିଲେ।
ଶେଷରେ ୧୮ତମ ପ୍ରୟାସରେ ସଫଳ ହୋଇ ଭାରତୀୟ ସେନାରେ କମିଶନ ପାଇଛନ୍ତି।
ହର୍ଷଦୀପଙ୍କ ଏହି ସଫଳତା ପଛରେ ରହିଛି ଦୀର୍ଘ ସଂଘର୍ଷ ଓ ଦୃଢ଼ ଆତ୍ମବିଶ୍ୱାସ।
ବାରମ୍ବାର ବିଫଳତା ସତ୍ତ୍ୱେ ସେ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇନଥିଲେ।
ପ୍ରତ୍ୟେକ ବିଫଳତାରୁ ଶିଖି ପୁଣି ନୂଆ ଉତ୍ସାହରେ SSB ପରୀକ୍ଷା ଦେଇଥିଲେ।
୧୮ତମ ଥରରେ ତାଙ୍କ ପରିଶ୍ରମ ସଫଳ ହୋଇଥିଲା।Advertisment ବାପା ବାୟୁସେନାରେ, ଭାଇ ନୌସେନାରେ; ଏବେ ସେନାରେ ହର୍ଷଦୀପ ହର୍ଷଦୀପଙ୍କ ପରିବାରର ମଧ୍ୟ ଦେଶସେବା ସହ ଗଭୀର ସମ୍ପର୍କ ରହିଛି।
ତାଙ୍କ ବାପା ଭାରତୀୟ ବାୟୁସେନାରେ ୱାରେଣ୍ଟ ଅଫିସର ଭାବେ ସେବା କରୁଛନ୍ତି।
ଛୋଟବେଳୁ ବାପାଙ୍କ ଶୃଙ୍ଖଳା ଓ ଦେଶସେବାକୁ ନିକଟରୁ ଦେଖି ବଡ଼ ହୋଇଥିବା ହର୍ଷଦୀପଙ୍କ ମନରେ ମଧ୍ୟ ସେନାରେ ଯୋଗଦେବାର ଇଚ୍ଛା ଦୃଢ଼ ହୋଇଥିଲା।
କେବଳ ବାପା ନୁହେଁ, ହର୍ଷଦୀପଙ୍କ ବଡ଼ ଭାଇ ମଧ୍ୟ ଭାରତୀୟ ନୌସେନାରେ ଲେଫ୍ଟନାଣ୍ଟ ଭାବେ କାର୍ଯ୍ୟରତ।
ଭାଇଙ୍କୁ ୟୁନିଫର୍ମରେ ଦେଖି ହର୍ଷଦୀପ ମଧ୍ୟ ସଶସ୍ତ୍ର ବାହିନୀରେ ଅଧିକାରୀ ହେବାକୁ ପ୍ରେରଣା ପାଇଥିଲେ।
ଏବେ ସେ ଭାରତୀୟ ସେନାରେ ଲେଫ୍ଟନାଣ୍ଟ ହେବା ପରେ ପରିବାରର ତିନି ସଦସ୍ୟ ତିନୋଟି ସେନା ଶାଖାରେ ଦେଶସେବା କରୁଛନ୍ତି।
ହର୍ଷଦୀପ ପରେ ଅଫିସର୍ସ ଟ୍ରେନିଂ ଏକାଡେମୀ (OTA), ଗୟାରେ ପ୍ରଶିକ୍ଷଣ ନେଇଥିଲେ।
ପ୍ରଶିକ୍ଷଣ ଶେଷ କରି ସେ ଭାରତୀୟ ସେନାରେ କମିଶନ ପାଇଛନ୍ତି।
ତାଙ୍କ ସଫଳତା ପ୍ରମାଣ କରିଛି ଯେ ବିଫଳତା କେବେ ବି ସ୍ୱପ୍ନର ଶେଷ ନୁହେଁ; ଦୃଢ଼ ଇଚ୍ଛାଶକ୍ତି ଓ ନିରନ୍ତର ପ୍ରୟାସ ଥିଲେ ସଫଳତା ନିଶ୍ଚିତ ଭାବେ ମିଳିପାରେ।
ହର୍ଷଦୀପଙ୍କ କାହାଣୀ ଏବେ ଦେଶର ହଜାର ହଜାର ଡିଫେନ୍ସ ଆଶାୟୀଙ୍କ ପାଇଁ ପ୍ରେରଣା ପାଲଟିଛି।
୧୭ ଥରର ବିଫଳତା ତାଙ୍କୁ ଅଟକାଇ ପାରିନଥିଲା।
ବରଂ ୧୮ତମ ପ୍ରୟାସର ସଫଳତା ତାଙ୍କ ଦୃଢ଼ ସଂକଳ୍ପର ପରିଚୟ ଦେଇଛି।
ଏକ ପରିବାରରୁ ବାୟୁସେନା, ନୌସେନା ଓ ସ୍ଥଳସେନାରେ ସେବା—ହର୍ଷଦୀପଙ୍କ ସଫଳତା ଏହି ଗୌରବମୟ ପରମ୍ପରାକୁ ଆହୁରି ସମୃଦ୍ଧ କରିଛି।
ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ଆଲୋଚନା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।