Indian football: ଭାରତୀୟ ଫୁଟ୍ବଲ ପାଇଁ ବଡ଼ ଦିନ: କୋଲକାତାରେ ବ୍ରାଜିଲ ମାନିଆ
"ଭୁବନେଶ୍ବର: ଭାରତୀୟ ଫୁଟ୍ବଲ ପାଇଁ ଶନିବାର ହୋଉଛି ବହୁତ ବଡ଼ ଦିନ।
ଆସନ୍ତାକାଲି ଭାରତ ବିଶ୍ବର ଅନ୍ୟତମ ଲୋକପ୍ରିୟ ଫୁଟ୍ବଲ ଦଳ ବ୍ରାଜିଲ ବିପକ୍ଷରେ ପ୍ରଥମ ଥର ପାଇଁ ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳିବାକୁ ଯାଉଛି।
ଏହି ମ୍ୟାଚ୍ କୋଲକାତାର ସଲ୍ଟ୍ଲେକ୍ ଷ୍ଟାଡିୟମ୍ରେ ଖେଳାଯିବ।
କେବେ ବି ଫିଫା ବିଶ୍ବକପ୍ ଯୋଗ୍ୟତା ଅର୍ଜନ କରି ନଥିବା ଭାରତ ୨୦୨୭ ଏସିଆନ୍ ଯୋଗ୍ୟତାରେ ବିଫଳ ହୋଇଛି।
ସବୁଠାରୁ ବଡ଼ କଥା ହେଉଛି ବ୍ରାଜିଲ୍ ସହ ଫ୍ରେଣ୍ଡ୍ଲି ଖେଳିବାକୁ ଭାରତୀୟ ଫୁଟ୍ବଲ୍ ମହାସଂଘ (ଏଆଇଏଫଏଫ) ଏସିଆନ୍ କପ୍ରୁ ଓହରିଯିବା ଭଳି ସାହସିକ ନିଷ୍ପତ୍ତି ନେଇଥିଲା।
ଭାରତୀୟ ଖେଳାଳିଙ୍କୁ ବଡ଼ ମଞ୍ଚ ଓ ଅଭିଜ୍ଞତା ପ୍ରଦାନ କରିବା ଅସଲ ଉଦ୍ଦେଶ୍ୟ ରହିଛି।
କେବଳ ବ୍ରାଜିଲ୍ ନୁହେଁ ଅନ୍ୟତମ ବିଶ୍ବକପ୍ ଦଳ ଉରୁଗୁଏ ବିପକ୍ଷରେ ମଧ୍ୟ ସଲ୍ଟଲେକ୍ ଷ୍ଟାଡିୟମ୍ରେ ଅକ୍ଟୋବର ୬ ତାରିଖରେ ଆଉ ଏକ ଫ୍ରେଣ୍ଡ୍ଲି ଖେଳିବ।
ସେପ୍ଟେମ୍ବର ୨୫ରେ ବେଙ୍ଗାଲୁରୁରେ ପାନାମା ବିପକ୍ଷ ମୁକାବିଲାକୁ ୧-୧ରେ ଡ୍ର" ରଖିଥିବାରୁ ଖାଲିଦ ଜମିଲଙ୍କ ଦଳ କିଛିଟା ଆତ୍ମବିଶ୍ବାସ ରଖିଛି।
ଜମିଲ୍ କିନ୍ତୁ ଶୁକ୍ରବାର ସ୍ବୀକାର କରିଛନ୍ତି ଭାରତୀୟ ଖେଳାଳି ଭୟ ଓ ଚାପରେ ଅଛନ୍ତି।
ସେମାନଙ୍କୁ ନିଜ ନିଜ ଦାୟିତ୍ବ ତୁଲାଇବାକୁ ଜମିଲ ପରାମର୍ଶ ଦେଇଛନ୍ତି।
ବ୍ରାଜିଲ୍ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟୀ ହୋଇ ଭାରତକୁ ଆସିଥିବାରୁ ଲୟରେ ରହିଛି। "ବ୍ରାଜିଲ୍ ବିପକ୍ଷରେ ସରଳ ଭାବେ ଖେଳିବାକୁ ପଡ଼ିବ।
ମୌଳିକ ଫୁଟ୍ବଲ୍ ଖେଳିବାକୁ ହେବ ଏବଂ ଭୁଲ ନକଲେ ଭଲ।
ନଚେତ୍ ଏଥି ପାଇଁ ମୂଲ୍ୟ ଦେବାକୁ ପଡ଼ିବ" ବୋଲି କହିଛନ୍ତି ଭାରତୀୟ ଦଳର କୁଏତୀୟ ପ୍ରଶିକ୍ଷକ ଖାଲିଦ ଜମିଲ।Advertisment Petroleum infrastructure: ପେଟ୍ରୋଲିୟମ୍ ଭିତ୍ତିଭୂମି ନଷ୍ଟ କଲେ କଠୋର ଦଣ୍ଡ: ୧୦ ବର୍ଷ ଜେଲ୍, ୨୫ କୋଟି ପର୍ଯ୍ୟନ୍ତ ଜରିମାନା ଭାରତ ଓ ବ୍ରାଜିଲ୍ ଦଳ କେବେ ପରସ୍ପରକୁ ଭେଟି ନଥିଲେ।
ନିକଟ ଅତୀତରେ କିନ୍ତୁ ଉଭୟ ଦଳର ଶେଷ ୫ ମୁକାବିଲା ଉପରେ ଆସନ୍ତୁ ନଜର ପକାଇନେବା।
ଭାରତ ନିଜର ଶେଷ ୫ ଅନ୍ତର୍ଜାତୀୟ ମୁକାବିଲାରେ ବିଜୟଶୂନ୍ୟ ରହିଛି।
୩ ହାରି ଦୁଇଟି ଡ୍ର ରଖିଛି।
ବ୍ରାଜିଲ୍ କିନ୍ତୁ ୫ଟିରୁ ୩ ବିଜୟ ସହ ଗୋଟିଏ ଲେଖାଏଁ ପରାଜୟ ଓ ଡ୍ର" ପାଇଛି।
ଏକମାତ୍ର ପରାଜୟ ଦଳ ନରୱେ ବିପକ୍ଷ ବିଶ୍ବକପ୍ ପ୍ରି-କ୍ବାର୍ଟରଫାଇନାଲ୍ରେ ବରଣ କରିଥିଲା।
ଭାରତୀୟ ଦଳ: ଗୋଲି-ଗୁରପ୍ରୀତ୍ ସିଂହ ସାନ୍ଧୁ (ଅଧିନାୟକ), ଅଲବିନୋ ଗୋମ୍ସ, ପ୍ରଭସୁଖନ ସିଂହ ଗିଲ, ସୋମ କୁମାର।
ଡିଫେଣ୍ଡର୍- ଅଭିଷେକ ସିଂହ ଟେକଚାମ, ବିଜୟ ଭର୍ଗିସ୍, ଅନୱାର ଅଲୀ, ଆକାଶ ମିଶ୍ରା, ହମିଙ୍ଗମାୱିଆ ରାଲତେ, ଜୟ ଗୁପ୍ତା, ପରମବୀର, ରିକି ମିତେଇ ହାଓବାମ।
ମିଡଫିଲ୍ଡର-ଅନିରୁଦ୍ଧ ଥାପ୍ପା, ଆଶିକ କୁରୁନିୟାଁ, ଫାରୁକ ଚୌଧୁରୀ, ଲାଲେଙ୍କାମାୱିଆ ରାଲତେ, ମାକାର୍ଟନ ନିକସନ୍, ମହମ୍ମଦ ସନମ, ରିକି ଶାବଙ୍ଗ, ସହଲ ଅବଦୁଲ ସମାଦ, ଫରୱାର୍ଡସ:ଏଡମଣ୍ଡ୍ ଲାଲରିଣ୍ଡିକା, ଇର୍ଫାନ୍ ୟାଦୱାଦ୍, ମାନବୀର ସିଂହ, ରହିମ ଅଲୀ, ରୢାନ୍ ୱିଲିୟମ୍ସ, ବିକ୍ରମ ପ୍ରତାପ ସିଂହ।
Clean air: ନିର୍ମଳ ବାୟୁ ସ୍ବାସ୍ଥ୍ୟ ଅଧିକାରର କବଚ: ସୁନୀତା ନାରାୟଣ, ସମସ୍ୟା ନୁହେଁ, ସମାଧାନ ସହ ରୁହନ୍ତୁ ବ୍ରାଜିଲ୍ ଦଳ: ଗୋଲି-ହୁଗୋ ସୁଜା, ପେଡ୍ରୋ ମୋରିସ୍କୋ, ଓଟାଭିଓ।
ଡିଫେଣ୍ଡର୍ସ: ଗାବ୍ରିଏଲ୍ ମଗଲହାଇସ, ମାର୍କ୍ବିନୋସ (ଅଧିନାୟକ), ଭିଟର୍ ରେଇସ, ଜାୟର, ୱେସଲୀ, ମୌରୋ ଜୁନିୟର୍, ଆର୍ଥର ଡାୟସ, ଡଗଲାସ ସାଣ୍ଟୋସ୍, ମାଥେଜିନୋ।
ମିଡ୍ଫିଲ୍ଡର୍ସ: ଆଣ୍ଡ୍ରେ ସାଣ୍ଟୋସ, ଗାବ୍ରିଏଲ୍ ବୋଣ୍ଟୋମ୍ପୋ, ବ୍ରୁନୋ ଗୁଇମାରାଇସ୍, ଡଗଲାଓ ଲୁଇସ, ବ୍ରେନୋ ବିଡନ୍।
ଫରୱାର୍ଡସ: ଭିନିସିୟସ ଜୁନିୟର,ଏଣ୍ଡ୍ରିକ୍, ଏଷ୍ଟିଭାଓ, ରାୟନ, ପେଡ୍ରୋ, ସାମୁଏଲ ଲିନୋ, ଗାବ୍ରିଏଲ୍ ମାର୍ଟିନେଲି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।