Indian Players Lift Coach After Winning Historic Gold: ସ୍ୱର୍ଣ୍ଣ ଜିତିଲେ, କୋଚ୍‌ଙ୍କୁ କାନ୍ଧରେ ଉଠାଇ ଖୁସି ମନାଇଲେ ଭାରତୀୟ ଖେଳାଳି

Oct 02, 2026 - 19:31
Indian Players Lift Coach After Winning Historic Gold: ସ୍ୱର୍ଣ୍ଣ ଜିତିଲେ, କୋଚ୍‌ଙ୍କୁ କାନ୍ଧରେ ଉଠାଇ ଖୁସି ମନାଇଲେ ଭାରତୀୟ ଖେଳାଳି

ଏସିଆନ୍ ଗେମ୍ସରେ ଐତିହାସିକ ସ୍ୱର୍ଣ୍ଣ ପରେ ଭାରତୀୟ ମହିଳା ହକି ଦଳର ଭାବପ୍ରବଣ ମୁହୂର୍ତ୍ତ ଏବେ ଚର୍ଚ୍ଚାରେ। ଫାଇନାଲ୍‌ରେ ଚୀନ୍‌କୁ ୧-୦ ଗୋଲ୍‌ରେ ହରାଇବା ପରେ ଖେଳାଳିମାନେ କୋଚ୍‌ ସ୍ଜୋର୍ଡ ମାରିଜ୍ନେଙ୍କୁ ଉଠାଇ ଧରି ଖୁସି ମନାଇଥିଲେ।

ମ୍ୟାଚ୍‌ର ୧୦ମ ମିନିଟ୍‌ରେ ନିଜର ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଥିବା ଲାଲରେମସିଆମି ଏକ ସୁନ୍ଦର ବ୍ୟାକ୍‌ହ୍ୟାଣ୍ଡ ଶଟ୍‌ରେ ଭାରତ ପାଇଁ ଏକମାତ୍ର ଗୋଲ୍‌ କରିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ପୂର୍ବତନ ଅଧିନାୟିକା ସବିତା ପୁନିଆ ପେନାଲ୍ଟି ଷ୍ଟ୍ରୋକ୍‌ ରୋକି ଚୀନ୍‌କୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବାକୁ ସୁଯୋଗ ଦେଇନଥିଲେ ଆଣିବାରୁ ଅଟକାଇଥିଲେ।

ଦ୍ୱିତୀୟାର୍ଦ୍ଧରେ ଚୀନ୍‌ ଲଗାତାର ଚାପ ସୃଷ୍ଟି କରିଥିଲେ ମଧ୍ୟ ଭାରତୀୟ ରକ୍ଷଣଭାଗ ଦୃଢ଼ ରହିଥିଲା। ଶେଷ ମୁହୂର୍ତ୍ତରେ ଚୀନ୍‌ ଗୋଲ୍‌କିପରଙ୍କୁ ବାହାର କରି ଅତିରିକ୍ତ ଖେଳାଳିଙ୍କୁ ପଡ଼ିଆକୁ ଆଣିଥିଲା। କିନ୍ତୁ ଭାରତ ଶେଷ ପର୍ଯ୍ୟନ୍ତ ସ୍ଥିର ରହି ବିଜୟକୁ ନିଶ୍ଚିତ କରିଥିଲା।

୧୯୮୨ ମସିହାରେ ଦିଲ୍ଲୀରେ ସ୍ୱର୍ଣ୍ଣ ଜିତିବା ପରେ ଦୀର୍ଘ ୪୪ ବର୍ଷ ପରେ ଏସିଆନ୍ ଗେମ୍ସରେ ପୁଣି ମହିଳା ହକିର ସ୍ୱର୍ଣ୍ଣ ଭାରତ ହାତକୁ ଆସିଛି। ଏହି ସଫଳତା ସହ ଭାରତ ୨୦୨୮ ଲସ୍‌ ଏଞ୍ଜେଲସ୍‌ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।