Indian Rowers Accuse Federation Officials: ହାତଛଡ଼ା ହେଲା ସ୍ୱର୍ଣ୍ଣ, ଫେଡେରେସନ୍‌କୁ ଦାୟୀ କଲେ ଭାରତୀୟ ରୋୟର୍

Sep 24, 2026 - 18:07
Indian Rowers Accuse Federation Officials: ହାତଛଡ଼ା ହେଲା ସ୍ୱର୍ଣ୍ଣ, ଫେଡେରେସନ୍‌କୁ ଦାୟୀ କଲେ ଭାରତୀୟ ରୋୟର୍

ବ୍ରୋଞ୍ଜ୍ ଜିତିବା ପରେ ରୋଇଂ ଫେଡେରେସନ୍‌ ବିରୋଧରେ ଖେଳାଳିଙ୍କ ବଡ଼ ଅଭିଯୋଗ । ଏସିଆନ୍ ଗେମ୍ସର ପୁରୁଷ ଡବଲ୍ ସ୍କଲ୍ସରେ ସତନାମ ସିଂହ ଓ ସଲମାନ ଖାନ୍ ବ୍ରୋଞ୍ଜ୍ ପଦକ ଜିତିଛନ୍ତି । ତେବେ ପଦକ ଜିତିବା ପରେ ଉଭୟ ଖେଳାଳି ରୋଇଂ ଫେଡେରେସନ୍‌ର ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ରିପୋର୍ଟ ଅନୁସାରେ, ଇଭେଣ୍ଟର କାର୍ଯ୍ୟସୂଚୀ ଶେଷ ସମୟରେ ବଦଳାଯାଇଥିବାରୁ ତାଙ୍କୁ ବ୍ରୋଞ୍ଜ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବା ଖେଳାଳିମାନେ ଅଭିଯୋଗ କରିଛନ୍ତି । ଏପରିକି ପ୍ରତିଯୋଗିତାରୁ ଓହରିଲେ ଦଳରୁ ଫେରାଇ ଦିଆଯିବା ଏବଂ ‘ଆଣ୍ଟି-ନ୍ୟାସନାଲ୍’ କୁହାଯିବାର ଭୟ ଦେଖାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ତେବେ ଫେଡେରେସନ୍‌ ଅଧ୍ୟକ୍ଷ ବାଲାଜୀ ମାରାଡାପା ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ପାଣିପାଗ ଖରାପ ଯୋଗୁଁ ରୋଇଂ କାର୍ଯ୍ୟକ୍ରମ ୪ ଦିନରୁ ୨ ଦିନକୁ କମାଇବାକୁ ପଡ଼ିଥିଲା । ବିଦେଶୀ ପ୍ରଶିକ୍ଷକଙ୍କ ପରାମର୍ଶରେ ନୂଆ କମ୍ବିନେସନ୍‌ କରାଯାଇଥିବା ଏବଂ ଭାରତର ପଦକ ସମ୍ଭାବନା ବଢ଼ାଇବା ଏହାର ଉଦ୍ଦେଶ୍ୟ ଥିଲା ବୋଲି ସେ କହିଛନ୍ତି ।

ଫାଇନାଲରେ ଭାରତୀୟ ଯୋଡ଼ି ୬ ମିନିଟ୍ ୧୩.୨୫ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନରେ ରହିଥିଲେ । ଚୀନ୍ ସ୍ୱର୍ଣ୍ଣ ଓ ଉଜବେକିସ୍ତାନ ରୌପ୍ୟ ଜିତିଥିଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।