CCTV Captures Horrific Rajkot Crash: ସିସିଟିଭିରେ ଭୟଙ୍କର ଦୁର୍ଘଟଣା, କାର୍ ଓ ଅଟୋକୁ ଘୋଷାଡ଼ି ନେଲା ଟ୍ରକ୍

Sep 24, 2026 - 18:07
CCTV Captures Horrific Rajkot Crash: ସିସିଟିଭିରେ ଭୟଙ୍କର ଦୁର୍ଘଟଣା, କାର୍ ଓ ଅଟୋକୁ ଘୋଷାଡ଼ି ନେଲା ଟ୍ରକ୍

ଗୁଳି ଭଳି ମାଡ଼ି ଆସିଲା ଟ୍ରକ୍। ରାସ୍ତାକଡ଼ରେ ଛିଡ଼ା ହୋଇଥିବା କାରକୁ ପଛରୁ ଧକ୍କା ଦେଲା। ଭୟଙ୍କର ଦୁର୍ଘଟଣା, ଚାଲିଗଲା ଦୁଇ ଜଣଙ୍କ ଜୀବନ। ସିସିଟିଭିରେ କଏଦ ଦୃଶ୍ୟ ଦେଖିଲେ ଛାତି ଥରି ଉଠିବ। ରକେଟ୍ ସ୍ପିଡରେ ଟ୍ରକଟି ଆସି ପାର୍କ କରିଥିବା କାରକୁ ଘୋଷାଡ଼ି ନେଲା। ରାସ୍ତା କଡ଼ରେ ଅବୈଧ ଜବରଦଖଲ ଓ ବେପରୁଆ ଭାବେ ଗାଡ଼ି ପାର୍କିଂ କରିବା କେତେ ଭୟଙ୍କର ହୋଇପାରେ, ତାହାର ଏକ ହୃଦୟବିଦାରକ ଚିତ୍ର ସାମ୍ନାକୁ ଆସିଛି ଗୁଜରାଟର ରାଜକୋଟରୁ।

ଗତକାଲି ରାତିରେ ଏହି ଘଟଣା ଘଟିଥିଲା। ସିସିଟିଭିରେ କଏଦ ଭିଜୁଆଲରେ ଦେଖିବାକୁ ମିଳିଛି, ରାସ୍ତାକଡ଼ରେ ଥିବା ହୋଟେଲ୍ ବାହାରେ ଫୁଟପାଥକୁ ସମ୍ପୂର୍ଣ୍ଣ ଜବରଦଖଲ କରାଯାଇଛି। ସେଇଠି ରୁଟି ତିଆରି ହେଉଛି ଓ ପାଣି ଜାର୍ ରଖାଯାଇ ରାସ୍ତା ବାମ ପାର୍ଶ୍ୱକୁ ବନ୍ଦ କରିଦିଆଯାଇଛି। ରାସ୍ତା କଡ଼ରେ ଏକ କାର୍ ଓ ଅଟୋ ବେପରୁଆ ଭାବେ ପାର୍କିଂ କରାଯାଇଥିଲା। କାର ପାସେଞ୍ଜର ସାଇଡ୍ ଡୋର୍ ଖୋଲି ଭିତରେ ବସି ମୋବାଇଲ୍ ଦେଖୁଥିଲେ। ଠିକ୍ ଏତିକିବେଳେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ସିଧା କାର୍ ଓ ଅଟୋକୁ ଜୋରରେ ଧକ୍କା ଦେଇ ଘୋଷାଡ଼ି ନେଇଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ଘଟିଛି। ... 

ଓଃ ! କି ଭୟଙ୍କର ଦୁର୍ଘଟଣା
ରକେଟ୍ ସ୍ପିଡରେ ଆସି ଧକ୍କା ଦେଲା ଟ୍ରକ୍
କାର୍ ଓ ଅଟୋକୁ ଘୋଷାଡ଼ି ନେଲା ଟ୍ରକ୍
ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ
CCTVରେ ଦୁର୍ଘଟଣାର ଭୟଙ୍କର ଦୃଶ୍ୟ 
ଗୁଜରାଟ ରାଜକୋଟରୁ ଆସିଲା ହୃଦୟବିଦାରକ ଘଟଣା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।