India's Border Tunnel Projects Face China Restrictions: ଭାରତକୁ ଅଟକାଇବାକୁ ଚୀନର ନୂଆ ଚାଲ୍! ରପ୍ତାନି ଉପରେ ଲଗାଇଲା କଟକଣା
ଭାରତର ସୀମା ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା। ପାହାଡ଼ ଖୋଳି ଟନେଲ୍ ତିଆରି କରୁଥିବା ଅତ୍ୟାଧୁନିକ ମେସିନ୍ ଉପରେ ରପ୍ତାନି କଟକଣା ଲଗାଇଛି ଚୀନ। ଅକ୍ଟୋବର ୧୯ରେ ଘୋଷଣା ହୋଇଥିବା ଏହି ନିୟମ ନଭେମ୍ବର ୧୮ରୁ ଲାଗୁ ହେବ। ଏହା ଭାରତର ସୀମାବର୍ତ୍ତୀ ଭିତ୍ତିଭୂମି ପ୍ରକଳ୍ପକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା ବଢ଼ିଛି।
ଗଲୱାନ ସଂଘର୍ଷ ପରଠାରୁ ଚୀନ ସୀମା ନିକଟରେ ରାସ୍ତା, ରେଳପଥ ଓ ଟନେଲ୍ ନିର୍ମାଣକୁ ଗୁରୁତ୍ୱ ଦେଉଛି ଭାରତ। କିନ୍ତୁ ଅତ୍ୟାଧୁନିକ ଟନେଲ୍ ବୋରିଂ ମେସିନ୍ ପାଇଁ ଚୀନ ଉପରେ ନିର୍ଭରଶୀଳତା କିଛି ପ୍ରକଳ୍ପରେ ବିଳମ୍ବ ଓ ଖର୍ଚ୍ଚ ବୃଦ୍ଧିର ଆଶଙ୍କା ସୃଷ୍ଟି କରିଛି। ବିଶେଷଜ୍ଞଙ୍କ ମତରେ, ଚୀନ ବିଶ୍ୱର ଟନେଲ୍ ବୋରିଂ ମେସିନ୍ ବଜାରର ପ୍ରାୟ ୭୦ ପ୍ରତିଶତ ନିୟନ୍ତ୍ରଣ କରୁଛି।
ତେବେ ଏହି କଟକଣା ଭାରତର ସମସ୍ତ ସୀମା ଟନେଲ୍ ନିର୍ମାଣକୁ ଅଟକାଇଦେବ, ଏପରି ନୁହେଁ। ଜୋଜିଲା ଓ ସେଲା ଭଳି ଗୁରୁତ୍ୱପୂର୍ଣ୍ଣ ଟନେଲ୍ରେ ମୁଖ୍ୟତଃ ପାରମ୍ପରିକ ଖନନ ପଦ୍ଧତି ବ୍ୟବହାର ହୋଇଛି। ଏବେ ଭାରତ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେଉଛି ନିଜ ଦେଶରେ ଏହି ମେସିନ୍ ନିର୍ମାଣ କ୍ଷମତା ବଢ଼ାଇବା ଏବଂ ବିଦେଶୀ ଯୋଗାଣ ଉପରେ ନିର୍ଭରଶୀଳତା କମାଇବା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।