Vaibhav Sooryavanshi Faces Tough Competition: ଟିମ୍ ଇଣ୍ଡିଆରେ ବୈଭବଙ୍କୁ ମିଳିବନି ସହଜରେ ସୁଯୋଗ, ଶ୍ରେୟସ ଆୟରଙ୍କ ବଡ଼ ବୟାନ

Oct 21, 2026 - 16:24
Vaibhav Sooryavanshi Faces Tough Competition: ଟିମ୍ ଇଣ୍ଡିଆରେ ବୈଭବଙ୍କୁ ମିଳିବନି ସହଜରେ ସୁଯୋଗ, ଶ୍ରେୟସ ଆୟରଙ୍କ ବଡ଼ ବୟାନ

ଟିମ୍ ଇଣ୍ଡିଆରେ ଖେଳିବାକୁ ହେଲେ ଅପେକ୍ଷା କରିବାକୁ ପଡ଼ିବ। ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏଭଳି ବଡ଼ ବୟାନ ଦେଇଛନ୍ତି ଭାରତୀୟ ଟି-୨୦ ଅଧିନାୟକ ଶ୍ରେୟସ ଆୟର। ଦଳର ନିୟମିତ ଓପନର ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ଲଗାତାର ଭଲ ପ୍ରଦର୍ଶନ କରୁଥିବାରୁ ବୈଭବ ଏବେ ସିଧାସଳଖ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରିବେ ନାହିଁ ବୋଲି ସେ କହିଛନ୍ତି।

ଶ୍ରେୟସଙ୍କ କହିବା ଅନୁସାରେ, ବୈଭବ ଏବେ ବହୁତ ଯୁବ ଖେଳାଳି ଏବଂ ତାଙ୍କ ପାଖରେ ଆଗକୁ ଅନେକ ସୁଯୋଗ ରହିଛି। ଅଭିଷେକ ଓ ସଞ୍ଜୁ ଟି-୨୦ ବିଶ୍ୱକପ୍‌ ଜିତିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି।

ଅନ୍ୟପଟେ, ନ୍ୟୁଜିଲାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ନ୍ୟୁଜିଲାଣ୍ଡର ଦ୍ରୁତ ବୋଲରଙ୍କୁ ଅନୁକୂଳ ପିଚ୍‌ ଓ ଥଣ୍ଡା ପାଗ ଭାରତ ପାଇଁ ଚ୍ୟାଲେଞ୍ଜ ହୋଇପାରେ। ତେବେ ଭଲ ଅଭ୍ୟାସ ଓ ପରିସ୍ଥିତି ସହ ଖାପ ଖୁଆଇ ମ୍ୟାଚ୍‌ ଜିତିବା ଉପରେ ଦଳର ନଜର ରହିଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।