India's Missile Power: ଭାରତର ବ୍ରହ୍ମୋସ୍ ଦେଖି ବିଶ୍ୱ ଚକିତ, ମିସାଇଲ୍ ରପ୍ତାନିରେ ରଚିଲା ନୂଆ ରେକର୍ଡ

Nov 08, 2026 - 14:47
India's Missile Power: ଭାରତର ବ୍ରହ୍ମୋସ୍ ଦେଖି ବିଶ୍ୱ ଚକିତ, ମିସାଇଲ୍ ରପ୍ତାନିରେ ରଚିଲା ନୂଆ ରେକର୍ଡ

ଭାରତର ମିସାଇଲ୍‌କୁ ନେଇ ବିଶ୍ୱରେ ହଲଚଲ୍।

ବିଶ୍ୱ ବଜାରରେ ବଢ଼ିଲା ଚାହିଦା।

ବ୍ରହ୍ମୋସ୍ କିଣିବାକୁ ଧାଡ଼ି ଲଗାଇଛି ବିଶ୍ବ।

ଦିନ ଥିଲା, ଯୁଦ୍ଧାସ୍ତ୍ର ପାଇଁ ବିଦେଶ ଉପରେ ନିର୍ଭର କରୁଥିଲା ଭାରତ।

ନିଜ ସୁରକ୍ଷା ପାଇଁ ଅନ୍ୟ ଦେଶରୁ କିଣୁଥିଲା ଅତ୍ୟାଧୁନିକ ଅସ୍ତ୍ର।

ହେଲେ ଏବେ ବଦଳିଛି ସ୍ଥିତି।

ଭାରତରେ ତିଆରି ଯୁଦ୍ଧାସ୍ତ୍ର ପାଇଁ ବିଦେଶରେ ବଢ଼ୁଛି ଚାହିଦା।

ଏପରିକି ରପ୍ତାନି କ୍ଷେତ୍ରରେ ନୂଆ ରେକର୍ଡ କରିଛି ଭାରତ।

ଆଉ ଏହି ସଫଳତାର ସବୁଠୁ ବଡ଼ ଅସ୍ତ୍ର ପାଲଟିଛି ଭାରତୀୟ ମିସାଇଲ୍।

Advertisment SIPRIର ତଥ୍ୟ ଆଧାରରେ ୨୦୧୪ରୁ ୨୦୧୯ ମଧ୍ୟରେ ଭାରତର ପ୍ରମୁଖ ଅସ୍ତ୍ର ରପ୍ତାନିରେ ମିସାଇଲ୍‌ର ଭାଗ ମାତ୍ର ୧.୨ ପ୍ରତିଶତ ଥିଲା।

କିନ୍ତୁ ୨୦୨୫ରେ ଏହା ବଢ଼ି ୪୧ ପ୍ରତିଶତରେ ପହଞ୍ଚିଛି।

ଏହାସହ ଯୁଦ୍ଧଜାହାଜକୁ ପଛରେ ପକାଇ ମିସାଇଲ୍ ହୋଇଛି ଭାରତର ସବୁଠୁ ବଡ଼ ଅସ୍ତ୍ର ରପ୍ତାନି ବର୍ଗ।

ଏଥିରେ ବ୍ରହ୍ମୋସ୍ ମିସାଇଲ୍‌ର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ।

ଫିଲିପାଇନ୍ସ ସହ ଆଉ ଏକ ୭୦୦ରୁ ୮୦୦ ନିୟୁତ ଡଲାରର ବ୍ରହ୍ମୋସ୍ ଚୁକ୍ତି ନେଇ ଆଲୋଚନା ଚାଲିଛି।

ଇଣ୍ଡୋନେସିଆ ଓ ଭିଏତନାମ ସହ ମଧ୍ୟ ବ୍ରହ୍ମୋସ୍‌ ସମ୍ପର୍କିତ ଚୁକ୍ତି ହୋଇଛି।

ଏହି ତାଲିକାରେ ଆର୍ଟିଲେରୀର ଭାଗ ୩୭ ପ୍ରତିଶତ ଏବଂ ଏୟାର ଡିଫେନ୍ସ ସିଷ୍ଟମ୍‌ର ଭାଗ ପ୍ରାୟ ୨୦ ପ୍ରତିଶତ।

ଅର୍ଥାତ୍ ଏହି ତିନି ବର୍ଗ ମିଶି ରପ୍ତାନିର ୯୭ ପ୍ରତିଶତରୁ ଅଧିକ ଅଂଶ ଦଖଲ କରିଛନ୍ତି।

କେବଳ ମିସାଇଲ୍ ନୁହେଁ, ୨୦୨୫-୨୬ରେ ଭାରତର ମୋଟ ପ୍ରତିରକ୍ଷା ରପ୍ତାନି ୩୮ ହଜାର ୪୨୪ କୋଟି ଟଙ୍କାର ରେକର୍ଡ ଛୁଇଁଛି।

ଏହା ଦର୍ଶାଉଛି, ଭାରତ ଏବେ କେବଳ ଅସ୍ତ୍ର କିଣୁଥିବା ଦେଶ ନୁହେଁ, ବରଂ ବିଶ୍ୱକୁ ଅସ୍ତ୍ର ଯୋଗାଉଥିବା ଦେଶ ଭାବେ ନିଜ ସ୍ଥାନ ମଜବୁତ କରୁଛି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।