India’s Playing XI Faces Potential Change: ଈଶାନ କିଶନ ଆଉଟ୍, ଦ୍ୱିତୀୟ ଟି-୨୦ରେ ଖେଳିପାରନ୍ତି ବୈଭବ ସୂର୍ଯ୍ୟବଂଶୀ!

Oct 23, 2026 - 14:00
India’s Playing XI Faces Potential Change: ଈଶାନ କିଶନ ଆଉଟ୍, ଦ୍ୱିତୀୟ ଟି-୨୦ରେ ଖେଳିପାରନ୍ତି ବୈଭବ ସୂର୍ଯ୍ୟବଂଶୀ!

ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଝଟକା।

ଆହତ ସମସ୍ୟା ଯୋଗୁଁ ଦଳରୁ ବାଦ୍ ପଡ଼ିଛନ୍ତି ଯୁବ ୱିକେଟକିପର ବ୍ୟାଟର୍ ଈଶାନ କିଶନ।

ତାଙ୍କ ଡାହାଣ ଜଙ୍ଘର ମାଂସପେଶୀରେ ଆଘାତ ଲାଗିଥିବାରୁ ଦ୍ୱିତୀୟ ଟି-୨୦ରେ ସେ ଖେଳିପାରିବେ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଛି।

ଏଭଳି ସ୍ଥିତିରେ ଦୀର୍ଘଦିନ ଧରି ସୁଯୋଗ ଅପେକ୍ଷାରେ ଥିବା ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଖୋଲିପାରେ ଟିମ୍ ଇଣ୍ଡିଆର ଦ୍ୱାର ।

Advertisment ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଈଶାନ କିଶନଙ୍କ ଆଘାତ ସମସ୍ୟା ଯୋଗୁଁ ଭାରତର ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରାଯାଇଥିଲା।

ତାଙ୍କ ସ୍ଥାନରେ ତିଳକ ବର୍ମାଙ୍କୁ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ପଠାଯାଇଥିଲା।

ଏହାକୁ ନେଇ ଅନେକ ଚର୍ଚ୍ଚା ହେବା ପରେ ଭାରତୀୟ ଦଳର ବ୍ୟାଟିଂ କୋଚ୍ ସିତାଂଶୁ କୋଟକ୍ ଆହତ ସମସ୍ୟା ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଥିଲେ।

କୋଟକ୍ କହିଥିଲେ ଯେ ଈଶାନଙ୍କ ଜଙ୍ଘର ମାଂସପେଶୀରେ ଆଘାତ ଲାଗିଥିବାରୁ ଦଳର ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରାଯାଇଥିଲା।

ଏପରିକି ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ଈଶାନ ଖେଳିବା ସମ୍ଭାବନା କମ୍ ବୋଲି ସେ ସଙ୍କେତ ଦେଇଥିଲେ।

ପରେ ବିସିସିଆଇ ଈଶାନଙ୍କୁ ଦ୍ୱିତୀୟ ଟି-୨୦ରୁ ବାଦ୍ ଦିଆଯାଇଥିବା ନେଇ ଆନୁଷ୍ଠାନିକ ଘୋଷଣା କରିଛି।

Advertisment ବୈଭବଙ୍କୁ ମିଳିବ କି ଚୂଡ଼ାନ୍ତ ଏକାଦଶରେ ସୁଯୋଗ?

ଈଶାନଙ୍କ ଅନୁପସ୍ଥିତିରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବା ସମ୍ଭାବନା ବଢ଼ିଛି।

ଏହି ଯୁବ ବ୍ୟାଟର୍ ପୂର୍ବରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ପାଇନଥିଲେ।

ତେବେ ବୈଭବଙ୍କୁ ନେଇ ଭାରତୀୟ ଦଳର ମନୋଭାବ ସମ୍ପର୍କରେ କୋଟକ୍ କହିଛନ୍ତି, ଯଦି ଈଶାନ ସମ୍ପୂର୍ଣ୍ଣ ଫିଟ୍ ହୋଇନପାରନ୍ତି ଏବଂ ମେଡିକାଲ୍ ଟିମ୍ ଖେଳିବାକୁ ଅନୁମତି ନଦିଏ, ତେବେ ବୈଭବ ତାଙ୍କ ସ୍ଥାନ ନେଇପାରନ୍ତି।

ସେ ଏହି ସ୍ଥାନ ପାଇଁ ଜଣେ ଦୃଢ଼ ଦାବିଦାର ବୋଲି କୋଟକ୍ ସ୍ପଷ୍ଟ କରିଛନ୍ତି।

ଓପନିଂ ନୁହେଁ, ଅନ୍ୟ ସ୍ଥାନରେ ଖେଳିପାରନ୍ତି ବୈଭବ!

ଏହା ପୂର୍ବରୁ ଅଧିନାୟକ ଶ୍ରେୟସ ଆୟର ବୈଭବଙ୍କୁ ଓପନିଂରେ ସୁଯୋଗ ଦେବା ନେଇ ହୋଇଥିବା ଚର୍ଚ୍ଚା ଉପରେ ମତ ରଖିଥିଲେ।

ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନ୍ ନିୟମିତ ଭାବେ ରନ୍ କରୁଥିବାରୁ ଓପନିଂ ସ୍ଥାନରେ ପରିବର୍ତ୍ତନର ଆବଶ୍ୟକତା ନଥିବା ସେ ସଙ୍କେତ ଦେଇଥିଲେ।

ବିଦେଶୀ ପିଚ୍‌ରେ ଖେଳିବା ଦ୍ୱାରା ବୈଭବଙ୍କୁ ସେଠାକାର ପରିସ୍ଥିତି ବୁଝିବାର ସୁଯୋଗ ମିଳିବ ଏବଂ ଭବିଷ୍ୟତରେ ସେ ଏହାର ଫାଇଦା ପାଇବେ ବୋଲି ଶ୍ରେୟସ କହିଥିଲେ।

କିନ୍ତୁ ଏବେ ଈଶାନଙ୍କ ଆଘାତ ସମୀକରଣକୁ ବଦଳାଇ ଦେଇଛି।

ତେଣୁ ଦ୍ୱିତୀୟ ଟି-୨୦ରେ ବୈଭବଙ୍କୁ ଖେଳିବାର ସୁଯୋଗ ମିଳିବ କି ନାହିଁ, ତାହା ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିଛି।

ଯଦି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳେ, ତେବେ ଏହା ବୈଭବଙ୍କ ପାଇଁ ନିଜ ପ୍ରତିଭା ପ୍ରମାଣ କରିବାର ଏକ ବଡ଼ ସୁଯୋଗ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।