Scrub Typhus Death in Angul: ସ୍କ୍ରବ୍ ଟାଇଫସ୍ ନେଇଗଲା କଅଁଳ ଜୀବନ! ଏକମାତ୍ର ପୁଅକୁ ହରାଇ କାନ୍ଦୁଛି ପରିବାର

Oct 23, 2026 - 14:00
Scrub Typhus Death in Angul: ସ୍କ୍ରବ୍ ଟାଇଫସ୍ ନେଇଗଲା କଅଁଳ ଜୀବନ! ଏକମାତ୍ର ପୁଅକୁ ହରାଇ କାନ୍ଦୁଛି ପରିବାର

ଛୋଟ ପିଲାଟି ପାଇଁ ଆଜି ସାରା ଗାଁ କାନ୍ଦୁଛି।

ଯେଉଁ ବୟସରେ ଗାଁ ଦାଣ୍ଡରେ ଖେଳ କୁଦରେ ମାତିବା କଥା, ସେଇ ଦାଣ୍ଡରୁ ଉଠିଛି କୋକେଇ।

ମାରାତ୍ମକ ରୋଗ ସ୍କ୍ରବ ଟାଇଫସ୍ ନେଇଯାଇଛି ତା ଜୀବନ।

ଅନୁଗୁଳ ଜିଲ୍ଲା କଣିହା ବ୍ଲକରେ ପୁଣି ସ୍କ୍ରବ ଟାଇଫସ୍‌କୁ ନେଇ ଚିନ୍ତା।

ରେଙ୍ଗାଳି ଗାଁର କ୍ଷେତ୍ରବାସୀ ସାମଲଙ୍କ ଏକମାତ୍ର ପୁଅ ଅଶ୍ୱିନୀ ସାମଲଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

ଅଶ୍ୱିନୀଙ୍କୁ ପ୍ରଥମେ ଜ୍ୱର ହୋଇଥିଲା।

ନ କମିବାରୁ ଅନୁଗୁଳରେ ଚିକିତ୍ସା କରାଯାଇଥିଲା।

ପରେ ଅଧିକ ଚିକିତ୍ସା ପାଇଁ କଟକ ଶିଶୁ ଭବନକୁ ନିଆଯାଇଥିଲା।

କିନ୍ତୁ ସବୁ ଚେଷ୍ଟା ସତ୍ତ୍ୱେ ଆଖି ବୁଜିଦେଲେ ଅଶ୍ୱିନୀ।

Advertisment ଏପଟେ ସ୍କ୍ରବ ଟାଇଫସ୍‌କୁ ନେଇ ଭୟଭୀତ ଗ୍ରାମବାସୀ ।

ଜ୍ୱରକୁ ନେଇ ଏବେ ଆତଙ୍କିତ ଲୋକେ।

ପୂର୍ବରୁ ପାଳଲହଡ଼ା ଅଞ୍ଚଳରେ ସ୍କ୍ରବ ଟାଇଫସ୍‌ରେ ଦୁଇ ଜଣଙ୍କ ମୃତ୍ୟୁ ଏବଂ ଶହେରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ନେଇ ଅଭିଯୋଗ ହୋଇଥିଲା।

ଏବେ ପୁଣି କଣିହା ବ୍ଲକରେ ନାବାଳକଙ୍କ ମୃତ୍ୟୁ ଘଟଣା ଚିନ୍ତା ବଢ଼ାଇଛି।

ଟିଙ୍କ ବା ଡାଆଁସ ଭଳି ପୋକ କାମୁଡ଼ିଲେ ଏହି ରୋଗ ବ୍ୟାପିଥାଏ ।

ବିଶେଷକରି ବିଲ କାମ ବା ମାଟିରେ କାମ କରୁଥିବା ଲୋକ ଏହାଦ୍ବାରା ଅଧିକ ଆକ୍ରାନ୍ତ ହୋଇଥାନ୍ତି ।

ତେବେ ସ୍କ୍ରବ ଟାଇଫସ୍‌କୁ ନେଇ ଭୟ ନୁହେଁ, ଆବଶ୍ୟକ ସଚେତନତା।

ଦୀର୍ଘ ସମୟ ଜ୍ୱର ରହିଲେ କିମ୍ବା ଜ୍ୱର ସହ ଅନ୍ୟ ଲକ୍ଷଣ ଦେଖାଦେଲେ ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।

ଏପଟେ ସ୍କ୍ରବ ଟାଇଫସ ଯୋଗୁଁ ଅଶ୍ବିନାଙ୍କ ମୃତ୍ୟୁକୁ ନେଇ ଅନୁଗୁଳ ସିଡିଏମଓଙ୍କୁ ପଚାରିବାରୁ ତଦନ୍ତ ପରେ ଜଣାପଡିବ ବୋଲି ମନ୍ତବ୍ୟ ଦେଇଛନ୍ତି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।