India’s Ruthless Attack Destroys Pakistan: ପାକିସ୍ତାନ ବିପକ୍ଷରେ ଭାରତର ଦମଦାର ପ୍ରଦର୍ଶନ, ୧୯-୦ରେ ବିଶାଳ ବିଜୟ

Sep 10, 2026 - 16:16
India’s Ruthless Attack Destroys Pakistan: ପାକିସ୍ତାନ ବିପକ୍ଷରେ ଭାରତର ଦମଦାର ପ୍ରଦର୍ଶନ, ୧୯-୦ରେ ବିଶାଳ ବିଜୟ

ମହିଳା ଜୁନିଅର ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷରେ ଭାରତର ଦମଦାର ବିଜୟ। ଚୀନ୍‌ର ମୋକିରେ ଖେଳାଯାଇଥିବା ମ୍ୟାଚ୍‌ରେ ପାକିସ୍ତାନକୁ ୧୯-୦ ଗୋଲ୍‌ରେ ହରାଇ ସେମିଫାଇନାଲ୍‌ରେ ପହଞ୍ଚିଛି ଟିମ୍‌ ଇଣ୍ଡିଆ।

ପ୍ରଥମ କ୍ୱାର୍ଟରରୁ ହିଁ ପାକିସ୍ତାନ ଉପରେ ଚାପ ସୃଷ୍ଟି କରିଥିଲା ଭାରତ। ପ୍ରଥମ କ୍ୱାର୍ଟରରେ ୫, ଦ୍ୱିତୀୟରେ ୫, ତୃତୀୟରେ ୩ ଓ ଶେଷ କ୍ୱାର୍ଟରରେ ୬ଟି ଗୋଲ୍‌ ଦେଇ ମ୍ୟାଚ୍‌କୁ ଏକତରଫା କରିଦେଇଥିଲା।

ଭାରତ ପକ୍ଷରୁ ପୂଜା ମଲିକ୍‌ ୩ଟି ଗୋଲ୍‌ ଦେଇଥିବା ବେଳେ ରୋଶନୀ ଆଇନ୍ଦ, ସାନିକା ମାନେ, ମଧୁ ସିଦାର ଓ ସୁପ୍ରିୟାଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଭାରତ ମ୍ୟାଚ୍‌ରେ ୧୮ଟି ପେନାଲ୍ଟି କର୍ଣ୍ଣର ଓ ଗୋଟିଏ ପେନାଲ୍ଟି ଷ୍ଟ୍ରୋକ୍‌ ହାସଲ କରିଥିଲା।

ଅନ୍ୟପଟେ, ପାକିସ୍ତାନ ଗୋଟିଏ ବି ଗୋଲ୍‌ କରିପାରିନଥିବା ବେଳେ ପେନାଲ୍ଟି କର୍ଣ୍ଣର କିମ୍ବା ପେନାଲ୍ଟି ଷ୍ଟ୍ରୋକ୍‌ ମଧ୍ୟ ପାଇନଥିଲା। ଏହି ବିଶାଳ ବିଜୟ ସହ ଭାରତ ଶେଷ ଚାରିରେ ସ୍ଥାନ ପକ୍କା କରିଛି। ଶନିବାର ସେମିଫାଇନାଲ୍‌ରେ କୋରିଆ-ମାଲେସିଆ ମ୍ୟାଚ୍‌ର ବିଜେତାକୁ ଭେଟିବ ଭାରତ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।