India's Water Reserves At 10-Year Low: ଭାରତରେ ଜଳ ସଙ୍କଟ ଆଶଙ୍କା, ୧୦ ବର୍ଷରେ ନିମ୍ନ ସ୍ତରରେ ଜଳଭଣ୍ଡାର

Sep 29, 2026 - 14:43
India's Water Reserves At 10-Year Low: ଭାରତରେ ଜଳ ସଙ୍କଟ ଆଶଙ୍କା, ୧୦ ବର୍ଷରେ ନିମ୍ନ ସ୍ତରରେ ଜଳଭଣ୍ଡାର

ଦେଶରେ ଜଳ ସଙ୍କଟ ନେଇ ବଢ଼ିଲା ଚିନ୍ତା। କେନ୍ଦ୍ରୀୟ ଜଳ ଆୟୋଗର ତଥ୍ୟ ଅନୁସାରେ, ୧୭୮ଟି ପ୍ରମୁଖ ଜଳଭଣ୍ଡାରରେ ମୋଟ କ୍ଷମତାର ୭୦ ପ୍ରତିଶତ ପାଣି ରହିଛି। ଯାହା ୧୦ ବର୍ଷର ହାରାହାରି ୭୬.୬୨ ପ୍ରତିଶତ ଠାରୁ କମ୍।

ସବୁଠାରୁ ଅଧିକ ଚିନ୍ତା ଦକ୍ଷିଣ ଭାରତକୁ ନେଇ। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, କେରଳ ଓ ତାମିଲନାଡୁର ଜଳଭଣ୍ଡାରରେ ମାତ୍ର ୫୦ ପ୍ରତିଶତ ପାଣି ରହିଛି। ଗତବର୍ଷ ଏହି ସମୟରେ ଏହା ୮୭.୨୫ ପ୍ରତିଶତ ଥିଲା। ଅଞ୍ଚଳରେ ସ୍ୱାଭାବିକ ତୁଳନାରେ ୨୩ ପ୍ରତିଶତ କମ୍ ବର୍ଷା ହୋଇଛି।

ଗୁଜରାଟରେ ମଧ୍ୟ ସ୍ଥିତି ଚିନ୍ତାଜନକ। ୨୦୬ଟି ଡ୍ୟାମ୍‌ରୁ ୧୦୯ଟିରେ ଅଧାରୁ କମ୍ ପାଣି ରହିଛି। ତେବେ ସର୍ଦ୍ଦାର ସରୋବରରେ କ୍ଷମତାର ୯୯.୩୯ ପ୍ରତିଶତ ପାଣି ରହିଛି।

ପୂର୍ବ ଓ ଉତ୍ତର-ପୂର୍ବ ଭାରତର ଅନେକ ଅଞ୍ଚଳରେ ମଧ୍ୟ ବର୍ଷା ଅଭାବ ରହିଛି। ସେପ୍ଟେମ୍ବର ୩୦ରେ ମୌସୁମୀ ବର୍ଷା ଋତୁ ଶେଷ ହେବାକୁ ଥିବାରୁ, ଆଗାମୀ ଶୁଖିଲା ମାସରେ ପାନୀୟ ଜଳ, ଜଳସେଚନ ଓ ବିଦ୍ୟୁତ୍ ଉତ୍ପାଦନ ନେଇ ଚିନ୍ତା ବଢ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।