Indrabati dam: ଇନ୍ଦ୍ରାବତୀରୁ ସପ୍ତାହକ ହେବ ବିଦ୍ୟୁତ ଉତ୍ପାଦନ ବଢ଼ିଲା
"ନବରଙ୍ଗପୁର (ସୁରେଶ ନାଇଡୁ): ଗତ ୩ତାରିଖ ଦିନ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୪୦ମିଟର ପହଚିଂବା ପରେ ଗୋଟିଏ ୪ ନମ୍ବର ଗେଟ୍କୁ ପ୍ରାୟ ୪୦ ମିନିଟ୍ ପାଇଁ ଟ୍ରାଏଲ୍ ରନ୍ରେ ୨ମିଟର ଉଚ୍ଚତାରେ ଖୋଲାଯାଇଥିଲା ୬୪୦.୫ମିଟର ହେଲେ ଇନ୍ଦ୍ରାବତୀର ଦୁଇଟି ଓ ମୁରାନର ଗୋଟିଏ ଗେଟ୍ ଖୋଲାଯିବ ବୋଲି ଇଂ ପଟ୍ଟନାୟକ କହିଛନ୍ତି।
ତେବେ ଲଗାଥାର ଭାବେ ଜଳଭଣ୍ଡାରର ଜଳସ୍ତର ୬୪୦.୧୦ମିଟରରେ ରହିଛି।
ଏହା ସାଙ୍ଗକୁ ଗତ ସପ୍ତାହକ ହେବ ବିଦ୍ୟୁତ ଉତ୍ପାଦନ ବି ବୃଦ୍ଧି ପାଇଛି।
Advertisment ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧୮୨.୮୫୮ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡ ରେ ୧୯୫.୭୨୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି।
ଅନ୍ୟପଟେ ମୁଖୀଗୁଡାସ୍ଥିତ ୬୦୦ ମେଗାୱାଟ୍ ଘଣ୍ଟା କ୍ଷମତାର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ବର୍ତ୍ତମାନ ୫୬୦.୮୧୩ ମେଗାୱାଟ୍ ଘଣ୍ଟା ବିଦ୍ୟୁତ୍ ଉତ୍ପାଦନ ହେଉଛି।
Rain in Odisha: ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳ ବୃଦ୍ଧି, ବିଦ୍ୟୁତ ଉତ୍ପାଦନ କମିଲା ଗତ ୧ତାରିଖରେ ୫୫୬.୫୪୨ମେଗାୱାଟ ଘଣ୍ଟା, ୨ତାରିଖରେ ୫୩୨.୮୫୪ମେଗାୱାଟ ଘଣ୍ଟା, ୩ତାରିଖରେ ୫୫୫.୪୩୮ମେଗାୱାଟ ଘଣ୍ଟା, ୪ତାରିଖରେ ୫୫୩.
୪୩୮ମେଗାୱାଟ ଘଣ୍ଟା, ୫ତାରିଖରେ ୫୪୬.୦୮୩ମେଗାୱାଟ ଘଣ୍ଟା, ୬ତାରିଖରେ ୫୫୧.୭୫୦ମେଗାୱାଟ ଘଣ୍ଟା, ୭ତାରିଖରେ ୫୨୫.୭୫୦ମେଗାୱାଟ ଘଣ୍ଟା ବିଦ୍ୟୁତ ଉତ୍ପାଦିତ ହୋଇଛି।
ଧୀରେ ଧୀରେ ଜିଲ୍ଲା ଏବଂ ଉପରମୁଣ୍ଡରେ ଥିବା କଳାହାଣ୍ଡି ଜିଲ୍ଲାର ଥୁଆମୂଳରାମପୁର, ରାୟଗୁଡା ଜିଲ୍ଲାର କାଶୀପୁର, କୋରାପୁଟ ଜିଲ୍ଳାର ଦଶମନ୍ତପୁର, କାଠରଗୁଡା ଆଦି ଅଂଚଳରେ କମ ବର୍ଷା ହେଉଥିବାରୁ ଏବଂ ବିଦ୍ୟୁତ ଉତ୍ପାଦନ ପୁରା ଦମରେ ଚାଳିଥିବାରୁ ଜଳଭଣ୍ଡାରର ଜଳସ୍ତର କମିବାରେ ଲାଗିଛି।
ତେବେ ଜଳଭଣ୍ଡାରରେ ପୁଣି ବର୍ଷା ହେବା ସହ ୬୪୦.୫୦ମିଟରରେ ପହଚିଂଲେ ପାଣି ଛଡାଯିବ।
ଏବେ ସାମୟିକ ଭାବେ ବନ୍ଦ ବୋଲି କହିଛନ୍ତି ପୋଡାଗଡ ଡ୍ୟାମ ଡିଭିଜନର ଏସଡିଓ କମଳ ବେହେରା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।