21 SEPTEMBER 2026

Welcome!

Unlock your personalized experience.
Sign Up

Indravati Dam opened: ଖୋଲିଲା ଇନ୍ଦ୍ରାବତୀ ଡ୍ୟାମ୍‌ର ୬ ନମ୍ବର ଫାଟକ: ପ୍ରତି ‌ସେକେଣ୍ଡରେ ୨୭୫.୨୮ କ୍ୟୁମେକ୍ସ ଜଳ ନିଷ୍କାସନ

Sep 21, 2026 - 07:00
Indravati Dam opened: ଖୋଲିଲା ଇନ୍ଦ୍ରାବତୀ ଡ୍ୟାମ୍‌ର ୬ ନମ୍ବର ଫାଟକ: ପ୍ରତି ‌ସେକେଣ୍ଡରେ ୨୭୫.୨୮ କ୍ୟୁମେକ୍ସ ଜଳ ନିଷ୍କାସନ

ତେନ୍ତୁଳିଖୁଣ୍ଟି/ଇନ୍ଦ୍ରାବତୀ: ସମ୍ଭାବ୍ୟ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ଇନ୍ଦ୍ରାବତୀ ଜଳଭଣ୍ଡାରର ଗୋଟିଏ ଫାଟକ ଖୋଲାଯାଇଛି। ପ୍ରାୟ ୭ ବର୍ଷର ବ୍ୟବଧାନ ପରେ ଡ୍ୟାମ୍‌ର ୭ଟି ଫାଟକ ମଧ୍ୟରୁ ରବିବାର ଅପରାହ୍ଣରେ ୬ ନମ୍ବର ଫାଟକକୁ ଖୋଲାଯାଇଛି। ଗୋଟିଏ ଫାଟକ ଦେଇ ପ୍ରତି ସେକେଣ୍ଡରେ ୦.୫ ମିଟର ଜଳ ନିଷ୍କାସନ ହେଉଛି। ଡ୍ୟାମ ଗେଟ୍‌ ଖୋଲିବା ପୂର୍ବରୁ ସତର୍କ ରହିବା ପାଇଁ ତଳିଆ ଅଞ୍ଚଳବାସୀଙ୍କୁ ସତର୍କ କରିଛି ପ୍ରଶାସନ।

S Jaishankar: ୟୁଏନ୍‌ଜିଏରେ ଭାରତୀୟ ଦଳର ନେତୃତ୍ୱ ନେବେ ଜୟଶଙ୍କର

ଇନ୍ଦ୍ରାବତୀ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୪୨ ମିଟର। ଗେଟ୍ ଖୋଲିବା ସମୟରେ ଜଳସ୍ତର ୬୪୦.୨୯ ମିଟର ରହିଥିଲା। ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧୭୭.୫୩ କ୍ୟୁମେକ୍ସ ଜଳ ପ୍ରବେଶ କରୁଥିବା ବେଳେ ଗେଟ୍ ଖୋଲିବା ପୂର୍ବରୁ ୨୦୩.୨୮ କ୍ୟୁମେକ୍ସ ଜଳ ନିଷ୍କାସନ ହେଉଥିଲା। ଗେଟ୍ ଖୋଲିବା ପରେ ପ୍ରତି ସେକେଣ୍ଡରେ ୨୭୫.୨୮ କ୍ୟୁମେକ୍ସ ଜଳ ନିଷ୍କାସନ ହେଉଥିବା ନିୟନ୍ତ୍ରଣ କକ୍ଷ ସୂତ୍ରରୁ ସୂଚନା ମିଳିଛି। ଆଜି ଇନ୍ଦ୍ରାବତୀ-କୋଲାବ ବେସିନ କାର୍ଯ୍ୟାଳୟ, ବାରିଣୀପୁଟର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ବେଦାମ୍ବର ବେହେରାଙ୍କ ଉପସ୍ଥିତିରେ ବିଭାଗୀୟ ଅଧିକାରୀ ଡ୍ୟାମ୍‌ର ସ୍ଥିତି ଅନୁଧ୍ୟାନ କରିବା ପରେ ଫାଟକ ଖୋଲିଥିଲେ। ଜଳସ୍ତର ୬୩୯.୬୦ ମିଟରକୁ ଖସି ଆସିଲେ ଗେଟ୍ ବନ୍ଦ କରାଯିବ ବୋଲି ସୂଚନା ଦେଇଛନ୍ତି ଡ୍ୟାମ୍‌ କର୍ତ୍ତୃପକ୍ଷ। ଜଳ ନିଷ୍କାସନ ଯୋଗୁଁ ତଳିଆ ଅଞ୍ଚଳରେ ପ୍ରବାହିତ ନଦୀର ଜଳସ୍ତର ବଢ଼ିବାର ସମ୍ଭାବନା ରହିଛି। ଶେଷ ଥର ପାଇଁ ୨୦୧୯ରେ ଇନ୍ଦ୍ରାବତୀ ଡ୍ୟାମ୍‌ର ଗେଟ୍ ଖୋଲିଥିଲା।

Appreciation letter: ମୋଦୀଙ୍କ ପ୍ରଶଂସା ପତ୍ର ପାଇଲେ ମୂର୍ତ୍ତୀ ଶିଳ୍ପୀ ଅନମୋଲ ପଦାର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।