International Teachers' Day: ଆନ୍ତର୍ଜାତିକ ଶିକ୍ଷକ ଦିବସ
"ଆଜି ସମଗ୍ର ବିଶ୍ବରେ ଶହେରୁ ଅଧିକ ଦେଶରେ ଆନ୍ତର୍ଜାତିକ ଶିକ୍ଷକ ଦିବସ ପାଳନ କରାଯାଉଛି।
ସବୁ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଶିକ୍ଷକଙ୍କ ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ବିଶ୍ବରେ ଶିକ୍ଷକଙ୍କ ସ୍ଥିତିରେ ସୁଧାର ଆଣିବା ହେଉଛି ଏହି ଦିବସ ପାଳନର ଲକ୍ଷ୍ୟ।
ଆଜିକୁ ଠିକ୍ ୬୦ ବର୍ଷ ତଳେ ୧୯୬୬ ମସିହାରେ ଫ୍ରାନ୍ସର ପ୍ୟାରିସ୍ଠାରେ ଶିକ୍ଷକମାନଙ୍କ ସ୍ଥିତି ଉପରେ ଏକ ସ୍ବତନ୍ତ୍ର ଅନ୍ତଃସରକାର ସମ୍ମିଳନୀ ଡକାଯାଇଥିଲା, ଯେଉଁଥିରେ ସେମାନଙ୍କ ବୃତ୍ତିକୁ ପ୍ରଭାବିତ କରୁଥିବା ପ୍ରସଙ୍ଗଗୁଡ଼ିକ ଉପରେ ବିଶ୍ଳେଷଣ କରାଯାଇଥିଲା।
ଶେଷରେ ସମ୍ମିଳନୀ ଏକ ସହମତିରେ ପହଞ୍ଚିଥିଲା ଏବଂ "ଶିକ୍ଷକମାନଙ୍କ ସ୍ଥିତି ସମ୍ବନ୍ଧରେ ସୁପାରିସ" ନାମକ ଏକ ଦସ୍ତାବିଜ ପ୍ରକାଶ କରିଥିଲା, ଯାହା ଆନ୍ତର୍ଜାତିକ ଶ୍ରମ ସଂଗଠନ ଓ "ୟୁନେସ୍କୋ" ଦ୍ବାରା ସ୍ବାକ୍ଷରିତ ହୋଇଥିଲା।Advertisment Judgement: ୧୩୫ ବର୍ଷ ପୁରୁଣା କେନ୍ଦ୍ରୀୟ ସଚିବାଳୟ ପାଠାଗାର ନେଇ ସ୍ବତଃ ସଂଜ୍ଞାନ ନେଲେ ସୁପ୍ରିମକୋର୍ଟ ଏହି ସୁପାରିସ ଶିକ୍ଷକମାନଙ୍କ ଅଧିକାର ଓ କର୍ତ୍ତବ୍ୟକୁ ସ୍ବୀକୃତି ଦେବା ସହ ପ୍ରାଥମିକ ପ୍ରଶିକ୍ଷଣ ସହିତ ଶିକ୍ଷକଙ୍କ ନିରନ୍ତର ଶିକ୍ଷା ପାଇଁ ଆନ୍ତର୍ଜାତିକ ମାନ ନିର୍ଦ୍ଧାରଣ କରିଥାଏ, ଯାହା ଶିକ୍ଷା ପାଇଁ ଏକ ଗୁଣାତ୍ମକ ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇପାରିବ।
ସେହି ଦିବସକୁ ସ୍ମରଣୀୟ କରିବା ଲାଗି ୧୯୯୪ ମସିହାରୁ ପ୍ରତି ବର୍ଷ ଅକ୍ଟୋବର ୫ରେ ଶିକ୍ଷକ ଦିବସ ପାଳିତ ହୋଇଆସୁଛି।
India Book of Records ସର୍ବବୃହତ କାବ୍ୟ-ଉପନ୍ୟାସ ଲେଖି "ଇଣ୍ଡିଆ ବୁକ ରେକର୍ଡ୍ସରେ ଶିଶୁ ସାହିତ୍ୟିକା ଆନନ୍ଦିତା ଚଳିତ ବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ହେଉଛି: "ଶିକ୍ଷକଙ୍କ ସହିତ ଛିଡ଼ା ହେବା: ୬୦ ବର୍ଷ ଧରି ଏହି ପେସାର ସୁରକ୍ଷା, ଏହାର ସ୍ଥିତିରେ ଅଗ୍ରଗତି ଓ ଭବିଷ୍ୟତକୁ ଆକାର ପ୍ରଦାନ"।
ଏଥରର ଆନ୍ତର୍ଜାତିକ ଶିକ୍ଷକ ଦିବସରେ ଶିକ୍ଷକମାନେ ସମ୍ମୁଖୀନ ହେଉଥିବା ଆହ୍ବାନ ଓ ସେଗୁଡ଼ିକୁ ସମାଧାନ କରିବାର ଉପାୟମାନ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି।
Jeevan Zindabad 2.0 ଜୀବନ ଜିନ୍ଦାବାଦ-୨.୦, ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲିବ ନାହିଁ: ମୁଖ୍ୟମନ୍ତ୍ରୀ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।