Investment Advice: ନିବେଶ ବେଳେ ନିଜ ବୁଦ୍ଧି ଖଟାଅ: ନିବେଶକଙ୍କୁ ବିଏସ୍‌ଇ ସିିଇଓଙ୍କ ପରାମର୍ଶ

Sep 28, 2026 - 14:13
Investment Advice: ନିବେଶ ବେଳେ ନିଜ ବୁଦ୍ଧି ଖଟାଅ: ନିବେଶକଙ୍କୁ ବିଏସ୍‌ଇ ସିିଇଓଙ୍କ ପରାମର୍ଶ

"ଭୁବନେଶ୍ବର: ସୋସିଆଲ ମିଡିଆରେ ବହୁ ଆର୍ଥିକ ଇନ୍‌ଫ୍ଲୁଏନ୍‌ସର (ଫିନ୍‌ଫ୍ଲୁଏନ୍‌ସର୍‌) ଅମୁକ ଷ୍ଟକ୍‌ ସମୁକ ଷ୍ଟକ୍‌ରେ ନିବେଶ କରିବାକୁ ପରାମର୍ଶ ଦେଉଛନ୍ତି।

ଯଦି ସେମାନେ ଏତେ ଭଲ ପରାମର୍ଶ ପରାମର୍ଶ ଦେଇପାରୁଛନ୍ତି, ତେବେ ସେମାନେ କୋଟିପତି ହୋଇଯିବା କଥା।

ତେଣୁ ସେଭଳି ଇନ୍‌ଫ୍ଲୁଏନ୍‌ସରଙ୍କ କଥାରେ ସମ୍ପୂର୍ଣ୍ଣ ବିଶ୍ବାସ ନ କରି, ନିବେଶ ବେଳେ ନିଜ ବୁଦ୍ଧି ଖଟାଇବାକୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍‌ଇ) ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ସୁନ୍ଦରରମଣ ରାମମୂର୍ତ୍ତି କହିଛନ୍ତି।Advertisment ନିବେଶକମାନଙ୍କୁ ପରାମର୍ଶ ଏକ୍ସଆଇଏମ୍‌ବିର ଫାଇନାନ୍ସ ସଂଘ "ଏକ୍ସଫିନ୍‌" ପକ୍ଷରୁ ଆ‌ୟୋଜିତ କାର୍ଯ୍ୟକ୍ରମ "ଏନ୍‌ଭିସେଜ୍‌"କୁ ସମ୍ବୋଧିତ କରି ସେ ନିବେଶକମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି।"ଭାରତୀୟ ପୁଞ୍ଜି ବଜାରର ଭବିଷ୍ୟତ: ଧାରା, ସୁଯୋଗ ଓ ଆଗାମୀ ପଥ" ବିଷୟବସ୍ତୁ ଉପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫାୟାରସାଇଡ୍‌ ଚାଟ୍‌ରେ ଅଂଶଗ୍ରହଣ କରି ଶ୍ରୀ ରାମମୂର୍ତ୍ତି କୃତ୍ରିମ ବୁଦ୍ଧିମତ୍ତା (ଏଆଇ)କୁ ନିବେଶ ନିଷ୍ପତ୍ତି ନେବା ପାଇଁ ବ୍ୟବହାର କରୁଥିବା ନିବେଶକମାନଙ୍କୁ ସତର୍କ କରି କହିଥିଲେ, ଯେଭଳି ଛୁରିକୁ ପିଠି କୁଣ୍ଡାଇବା ପାଇଁ ବ୍ୟବହାର କରାଯାଏ ନାହିଁ, ଠିକ୍‌ ସେଭଳି ନିବେଶ ନିଷ୍ପତ୍ତି ପାଇଁ ଏଆଇ ବ୍ୟବହାର କରିବା ଅନୁଚିତ।

ତେବେ ଏଆଇ ଟୁଲ୍‌କୁ ବିଭିନ୍ନ ତଥ୍ୟ ବିଶ୍ଳେଷଣ ପାଇଁ ରୢବହାର କରି ନିଷ୍ପତ୍ତି ନେବାରେ ସହାୟତା ପାଇଁ ବ୍ୟବହାର କରାଯିବା ଉଚିତ୍‌ ବୋଲି ସେ କହିଥିଲେ।

କ୍ରିପ୍ଟୋକରେନ୍ସି ସମ୍ପର୍କରେ ସେ କହିଥିଲେ ଏହା ବର୍ତ୍ତମାନ ସୁଦ୍ଧା ଏକ ନିୟନ୍ତ୍ରିତ ବ୍ୟବସାୟ ହୋଇପାରିନାହିଁ।

ଏକ ନିବେଶ ସର୍ବଦା ପୁଞ୍ଜି ସୃଷ୍ଟି କରିବା ଓ ଅର୍ଥନୈତିକ ପ୍ରଗତିକୁ ଆଗକୁ ବଢ଼ାଇବା ଉଚିତ୍‌।

କ୍ରିପ୍ଟୋ ସେହି ସ୍ତରକୁ ଆସିନାହିଁ।

ଯେତେବେଳେ ତାହା ଏକ ନିୟନ୍ତ୍ରିତ ପୁଞ୍ଜିରେ ପରିଣତ ହେବ ତାହାର କାରବାର ସମ୍ପର୍କରେ ନୀତି ନିର୍ଦ୍ଧାରକମାନେ ବିଚାର କରିବେ।

Delhi Pollution: ପ୍ରଦୂଷଣକୁ ରୋକିବାକୁ ପ୍ରସ୍ତୁତି: ଦିଲ୍ଲୀରେ ନଭେମ୍ବର ୧ ତାରିଖରୁ ୱାର୍କ ଫ୍ରମ୍ ହୋମ୍ ଘୋଷଣା ମ୍ୟୁଚୁଆଲ୍‌ ଫଣ୍ଡ୍‌କୁ ସେ ନିବେଶର ଏକ ସହଜ ଉପାୟ କହିଥିଲେ।

ଦେଶର ୩୦ଟି ବଡ଼ ସହର ବାହାରେ ଥିବା ଅଞ୍ଚଳରୁ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ଅଧିକ ନିବେଶ ହେଉଥିବା ସେ ସୂଚନା ଦେଇଥିଲେ।

ଷ୍ଟକ୍‌ ବଜାର‌ରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏସ୍‌ଏମ୍‌ଇ) ପଞ୍ଜୀକରଣ ଏବେବି ନିମ୍ନ ସ୍ତରରେ ଥିବା ଦର୍ଶାଇ ସେ କହିଲେ, ଦେଶରେ ୮ କୋଟି ପଞ୍ଜୀକୃତ ଏସ୍‌ଏମ୍‌ଇ ରହିଛନ୍ତି।

ଏହାର ୧୦ ପ୍ରତିଶତ ସଂସ୍ଥା ଷ୍ଟକ୍‌ ବଜାରକୁ ଆସିବା କଥା।

କିନ୍ତୁ ବାସ୍ତବରେ ମାତ୍ର ୬୫୦୦ଟି ସଂସ୍ଥା ପୁଞ୍ଜି ବଜାରକୁ ଆସିଛନ୍ତି।

ଅଧିକାଂଶ ସଂସ୍ଥା ଭେଞ୍ଚର କ୍ୟାପିଟାଲ୍ (ଭିସି) ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି।

ଷ୍ଟକ୍‌ ବଜାର ବିଷୟରେ ସେମାନେ ବିଚାର କରିବା ଦରକାର।

ସରକାରୀ ବଣ୍ଡ୍‌ରେ ବିପଦ କମ୍‌ ଓ ନିଶ୍ଚିତ ରିଟର୍ଣ୍ଣର ପ୍ରତିଶ୍ରୁତି ରହିଥିଲେ ମଧ୍ୟ ନିବେଶକମାନେ ଅଧିକ ବିପଦପୂର୍ଣ୍ଣ କର୍ପୋରେଟ୍‌ ବଣ୍ଡ୍‌ ପ୍ରତି ଯେତିକି ଆଗ୍ରହ ଦେଖାଉଛନ୍ତି ତାହା ସରକାରୀ ବଣ୍ଡ୍‌ ପାଇଁ ଦେଖାଉ ନଥିବା ସେ କହିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।