IPL Cricketer Abhishek Porel Arrested: ବିବାହ ପ୍ରତିଶ୍ରୁତି ଦେଇ ରଖିଥିଲେ ଶାରୀରିକ ସମ୍ପର୍କ, ଗୁରୁତର ଅଭିଯୋଗ ଆଣିଲେ ଛାତ୍ରୀ
ଆଇପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା କ୍ରିକେଟର୍ ଅଭିଷେକ ପୋରେଲ୍ଙ୍କୁ ପୋଲିସ ଗିରଫ କରିଛି। ଜଣେ ମେଡିକାଲ୍ ଛାତ୍ରୀଙ୍କ ଅଭିଯୋଗ କ୍ରମେ ତାଙ୍କୁ ଗିରଫ କରାଯାଇଛି। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା, ମାର୍ଟିପିଟ୍ ଏବଂ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନେଇ ଜୁନ୍ ମାସରେ ପୀଡ଼ିତା ଜଣକ ଅଭିଯୋଗ କରିଥିଲେ।
କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ତାଙ୍କୁ ଡୁମ୍ଡୁମ୍ ଥାନା ଅନ୍ତର୍ଗତ ଏମାମି ସିଟିରୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଅଭିଷେକ ତାଙ୍କୁ ଅଟକ ରଖିବା ସହ ଖାଇବାକୁ ଦେଇନଥିଲେ ଏବଂ ଅଲଗା ରଖିଥିଲେ, ଯାହାଫଳରେ ସେ ଶାରୀରିକ ଭାବେ ଦୁର୍ବଳ ହୋଇପଡ଼ିଥିଲେ।
ଅଭିଷେକ ପୋରେଲ୍ ପୂର୍ବରୁ ନିଜ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଆସିଛନ୍ତି। ବାମହାତୀ ଶୀର୍ଷ କ୍ରମର ବ୍ୟାଟ୍ସମ୍ୟାନ୍ ଅଭିଷେକ ୨୦୨୩ ମସିହାରୁ ଆଇପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଆସୁଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।