Iran Conditions: ଶାନ୍ତି ଆଲୋଚନା ଅବା ନିର୍ଣ୍ଣାୟକ ଯୁଦ୍ଧ: ୱାସିଂଟନ ସାମ୍ନାରେ ୭ କଠୋର ସର୍ତ୍ତ ରଖିଲା ଇରାନ

Sep 20, 2026 - 10:00
Iran Conditions: ଶାନ୍ତି ଆଲୋଚନା ଅବା ନିର୍ଣ୍ଣାୟକ ଯୁଦ୍ଧ: ୱାସିଂଟନ ସାମ୍ନାରେ ୭ କଠୋର ସର୍ତ୍ତ ରଖିଲା ଇରାନ

"ତେହେରାନ: ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକା ସହିତ ଆଲୋଚନା ଆରମ୍ଭ କରିବା ପୂର୍ବରୁ ଇରାନ ସାତଟି ସର୍ତ୍ତ ରଖିଛି।

ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ମୋହସେନ ରେଜାଇ କହିଛନ୍ତି ଯେ, ମଧ୍ୟସ୍ଥି କାତାର ଇରାନର ସର୍ତ୍ତଗୁଡ଼ିକୁ ଆମେରିକାକୁ ଜଣାଇ ଦେଇଛି।

ତେହେରାନ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛି।

ତେବେ ଇରାନ ଏପର୍ଯ୍ୟନ୍ତ ସମସ୍ତ ସାତଟି ସର୍ତ୍ତକୁ ସାର୍ବଜନୀନ କରିନାହିଁ।

ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ସମସ୍ତ ମୋର୍ଚ୍ଚାରେ ଯୁଦ୍ଧ ସମାପ୍ତ କରିବା, ଇରାନର ଜମା ହୋଇଥିବା ପାଣ୍ଠି ମୁକ୍ତ କରିବା ଏବଂ ନୌସେନା ଅବରୋଧ ସମାପ୍ତ କରିବା ଅନ୍ତର୍ଭୁକ୍ତ ରହିଛି।

ରେଜାଇ କହିଛନ୍ତି, ଏହି ସର୍ତ୍ତଗୁଡ଼ିକୁ ଗ୍ରହଣ କରିବା ଆମେରିକାର ସ୍ୱାର୍ଥରେ।

ସେ ଟ୍ରମ୍ପଙ୍କ ଧମକକୁ ପ୍ରଭାବହୀନ ବୋଲି କହିଛନ୍ତି।

ଯଦି ଆମେରିକା ଆମର ଦାବି ପୂରଣ ନ କରେ ତେବେ ଇରାନ ଏକ ନିର୍ଣ୍ଣାୟକ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛି।

କାତାର ଏବଂ ପାକିସ୍ତାନ ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ପୁନଃ ଆରମ୍ଭ କରିବାକୁ ଚେଷ୍ଟା କରୁଛନ୍ତି।

ଗତ ମାସରେ ଦୁଇ ଦେଶ ମଧ୍ୟରେ ଆଲୋଚନା ନେଇ ହୋଇଥିବା ଚୁକ୍ତିନାମାଭାଙ୍ଗି ଯାଇଥିଲା।Advertisment ଇରାନ ନିଜର ସାମରିକ ପ୍ରସ୍ତୁତିକୁ ଉନ୍ନତ କରିଛି ରେଜାଇ ଏହା ମଧ୍ୟ କହିଛନ୍ତି ଯେ ଇରାନ ଉପରେ ଆଉ ଏକ ଆମେରିକୀୟ ଆକ୍ରମଣର ଆଶଙ୍କା ରହିଛି।

ଏହାକୁ ଦୃଷ୍ଟିରେ ରଖି ଇରାନ ନିଜର ସାମରିକ ପ୍ରସ୍ତୁତିକୁ ଉନ୍ନତ କରିଛି ଏବଂ ବର୍ତ୍ତମାନ ପାରସ୍ୟ ଉପସାଗରରୁ ଓମାନ ଉପସାଗର ତଥା ଆରବ ସାଗର ପର୍ଯ୍ୟନ୍ତ ଆମେରିକୀୟ ନୌସେନା ଉପରେ ନଜର ରଖିଛି।

ସେ ଦାବି କରିଛନ୍ତି, ଇରାନ ସମ୍ପ୍ରତି ଏକ ଆମେରିକୀୟ ଜାହାଜ କିମ୍ବା ବିମାନ ବାହକ ନିକଟରେ ଏକାଧିକ ଯୁଦ୍ଧାସ୍ତ୍ର ସହିତ ଏକ ଜାହାଜ-ବିରୋଧୀ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି।

ସେ ଚେତାବନୀ ଦେଇଛନ୍ତି, ଇରାନର ଭବିଷ୍ୟତର ପ୍ରତିକ୍ରିୟା ଏହି ଅଞ୍ଚଳରେ ଥିବା ଆମେରିକୀୟ ସାମରିକ ଘାଟି ଏବଂ ଆମେରିକୀୟ ବ୍ୟବସାୟ ତଥା କମ୍ପାନିଗୁଡ଼ିକ ପର୍ଯ୍ୟନ୍ତ ପହଞ୍ଚିପାରେ।

ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ରେଜାଇ କହିଛନ୍ତି, ଇରାନ ଏପର୍ଯ୍ୟନ୍ତ ଏନପିଟିରୁ ଓହରିଯିବାକୁ ନିଷ୍ପତ୍ତି ନେଇନାହିଁ ଏବଂ ଏହାର ପରମାଣୁ ନୀତିରେ କୌଣସି ପରିବର୍ତ୍ତନ କରିନାହିଁ।

ଇରାନ ପରମାଣୁ ଅସ୍ତ୍ର ବିରୋଧରେ ଆଦେଶର ପ୍ରତିପାଳନ କରୁଛି।

ତଥାପି, ଆମେରିକାର କାର୍ଯ୍ୟାନୁଷ୍ଠାନ ଭବିଷ୍ୟତରେ ଆମକୁ ଏନପିଟି ଛାଡିବାକୁ ବାଧ୍ୟ କରିପାରେ।

Madhyapradesh: ମଧ୍ୟପ୍ରଦେଶର ଦମୋହରେ ପତ୍ନୀ ଓ ୩ ସନ୍ତାନଙ୍କୁ କୁରାଢ଼ୀରେ ହାଣି ହତ୍ୟା ରେଜାଇ ବାବ୍-ଏଲ୍-ମାଣ୍ଡେବ ପ୍ରଣାଳୀ ବନ୍ଦ ହେବା ଘଟଣାକୁ ଅସ୍ୱୀକାର କରି ଏହାକୁ ୟେମେନ ଏବଂ ହୁତି ଆନ୍ଦୋଳନ ସହିତ ଜଡିତ ବିଷୟ ବୋଲି କହିଛନ୍ତି।

ହର୍ମୁଜ୍ ପ୍ରଣାଳୀ ସମ୍ପର୍କରେ ସେ କହିଛନ୍ତି ଯେ, ଇରାନ ଏବଂ ଓମାନ ମଧ୍ୟରେ ଏକ ଚୁକ୍ତିନାମା ପ୍ରାୟ ପ୍ରସ୍ତୁତ ଥିଲା କିନ୍ତୁ ଏହାକୁ ସ୍ଥଗିତ ରଖାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।