Work from home: ୱାର୍କ ଫ୍ରମ୍‌ ହୋମ୍‌ ନା ଅଫିସ ଯାଇ କାମ?

Sep 29, 2026 - 07:46
Work from home: ୱାର୍କ ଫ୍ରମ୍‌ ହୋମ୍‌ ନା ଅଫିସ ଯାଇ କାମ?

"ଏୱାର୍କ ଫ୍ରମ୍‌ ହୋମ୍‌ ବା ଘରୁ କାମ କରୁଥିବା କର୍ମଚାରୀମାନେ କ"ଣ କମ୍‌ କାମ କରନ୍ତି?

ଏହି ପ୍ରଶ୍ନକୁ ନେଇ ବହୁଦିନ ଧରି ଚର୍ଚ୍ଚା ଚାଲିଆସୁଛି।

ଏ ସମ୍ପର୍କରେ ରହିଥିବା ତିନିଟି ପ୍ରମୁଖ ଧାରଣା ନେଇ ନୂଆ ଗବେଷଣା କ"ଣ କହୁଛି ଜାଣିବା।Advertisment World Skills Shanghai-2026: ବିଶ୍ୱ ଦକ୍ଷତା ପ୍ରତିଯୋଗିତା ସାଂଘାଇ ୨୦୨୬ରେ ୧୦ମ ସ୍ଥାନ ହାଲ କଲା ଭାରତ  ଘରୁ କାମ କଲେ କାର୍ଯ୍ୟଦକ୍ଷତା କମିଯାଏ-  ଘରୁ କାମ କଲେ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା କମିଯାଏ ବୋଲି ଅନେକଙ୍କ ଧାରଣା ରହିଛି।

କିନ୍ତୁ ୨୦୧୫ରେ ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟିର ଗବେଷକଙ୍କ ଏକ ଅଧ୍ୟୟନ ଭିନ୍ନ ଚିତ୍ର ଦେଖାଇଥିଲା।

୨୪୯ ଜଣ କଲ୍‌ ସେଣ୍ଟର କର୍ମଚାରୀଙ୍କୁ ନେଇ ହୋଇଥିବା ଏହି ଅଧ୍ୟୟନରେ ଘରୁ କାମ କରୁଥିବା କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ପ୍ରାୟ ୧୩ ପ୍ରତିଶତ ବଢ଼ିଥିଲା।

ଘରର ଶାନ୍ତ ପରିବେଶ ଏବଂ ଅଧିକ ସମୟ କାମ କରିବା ଏହାର ମୁଖ୍ୟ କାରଣ ଥିଲା।  ଘରୁ କାମ କଲେ ଆନୁଗତ୍ୟ କମିଯାଏ- ଘରୁ କାମ କରୁଥିବା କର୍ମଚାରୀ କମ୍ପାନି ସହ ଅଧିକ ଦିନ ରହିବାକୁ ଚାହାନ୍ତି ନାହିଁ।

ଏହି ଧାରଣା ମଧ୍ୟ ରହିଛି।

କିନ୍ତୁ ୨୦୨୪ର ଏକ ଅଧ୍ୟୟନରେ ଘରୁ କାମ କରୁଥିବା କର୍ମଚାରୀଙ୍କ ଚାକିରି ଛାଡ଼ିବା ହାର ପ୍ରାୟ ଏକ-ତୃତୀୟାଂଶ କମିଥିବା ଦେଖାଯାଇଥିଲା।

ଅନ୍ୟ ଅଧ୍ୟୟନରେ ଘରୁ କାମ ସହ ଅଧିକ ଚାକିରି ସନ୍ତୋଷ, କମ୍‌ ଚାପ ଏବଂ ଭଲ କର୍ମ ଜୀବନ ସନ୍ତୁଳନର ସମ୍ପର୍କ ମଧ୍ୟ ମିଳିଛି।

Keonjhar Mine: ଫାଇନାଲ୍‌ରେ କେନ୍ଦୁଝର ମାଇନର୍ସ  ଅଫିସ୍‌କୁ ଫେରିଲେ କାର୍ଯ୍ୟଦକ୍ଷତା ଓ ମନୋବଳ ବଢ଼େ- କର୍ମଚାରୀଙ୍କୁ ଅଫିସ୍‌କୁ ଫେରାଇ ଆଣିଲେ କାର୍ଯ୍ୟଦକ୍ଷତା ଓ ମନୋବଳ ନିଶ୍ଚିତ ଭାବେ ବଢ଼ିବା ନେଇ ରହିଥିବା ଧାରଣା ସବୁ କ୍ଷେତ୍ରରେ ପ୍ରମାଣିତ ନୁହେଁ।

ବାଧ୍ୟତାମୂଳକ ଭାବେ ଅଫିସ୍‌ ଫେରିବା ପରେ କିଛି କର୍ମଚାରୀଙ୍କ ଚାକିରି ସନ୍ତୋଷ ଓ କାମ ଜୀବନ ସନ୍ତୁଳନ କମିଥିବା ଅଧ୍ୟୟନରୁ ଜଣାପଡ଼ିଛି।

ଅନ୍ୟପକ୍ଷରେ, ୨୦୨୪ର ଏକ ଅଧ୍ୟୟନରେ ଘରେ ଓ ଅଫିସ୍‌ରେ ମିଶ୍ରିତ ଭାବେ କାମ କରିବା ବା "ହାଇବ୍ରିଡ୍‌" କାର୍ଯ୍ୟପ୍ରଣାଳୀ ଉତ୍ପାଦକତା ଓ ଚାକିରିରେ ରହିବା ହାର ପାଇଁ ଉପକାରୀ ହୋଇପାରେ ବୋଲି ଦେଖାଯାଇଥିଲା।

ତେବେ ଘରୁ କାମର ସବୁ ଦିଗ ଭଲ ନୁହେଁ।

ଏକାକୀପଣ, ସାମାଜିକ ଦୂରତା ଓ ମାନସିକ ଚାପ ଭଳି ସମସ୍ୟା କିଛି କର୍ମଚାରୀଙ୍କୁ ପ୍ରଭାବିତ କରିପାରେ।

ଅନେକ କଥା କର୍ମଚାରୀଙ୍କ ପରିସ୍ଥିତି, କାମର ପ୍ରକାର ଓ କମ୍ପାନିର କାର୍ଯ୍ୟପ୍ରଣାଳୀ ଉପରେ ନିର୍ଭର କରେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।