Iron Nail In Little Child’s Abdomen: କୁନି ପିଲା ପେଟରେ ଲୁହା କଣ୍ଟା, ବାପାମାଆଙ୍କ ଆଖିରେ ଲୁହ
ମାତ୍ର ୩ ବର୍ଷର ନିଷ୍ପାପ ଶିଶୁ… ନାଁ ତା'ର ଆକାଶ। ଆକାଶର ଦୁନିଆ ମାନେ ଖେଳ, ହସ ଆଉ ମାଆ-ବାପାଙ୍କ କୋଳ। ହେଲେ ଗୋଟିଏ ଛୋଟ ଭୁଲ୍ ଆଜି ତା'ର ପରିବାରକୁ ଭୟ ଆଉ ଚିନ୍ତା ଭିତରକୁ ଠେଲିଦେଇଛି। ଗଞ୍ଜାମ ବେଲଗୁଣ୍ଠା ବ୍ଲକ ଚଢ଼ିଆପଲ୍ଲୀ ଢେପସାହିର କୁନି ପୁଅ ଆକାଶ ଜେନାର ପେଟରେ ରହିଛି ଦୁଇ ଇଞ୍ଚର ଲୁହା କଣ୍ଟା। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୨୮ ଦିନ ହେଲାଣି ଏହି କଣ୍ଟା ପେଟରେ ରହିଛି। ଗତ ଜୁଲାଇ ୨୯ ତାରିଖରେ ଖେଳୁଥିବା ବେଳେ ଆକାଶ ଏକ ଦୁଇ ଇଞ୍ଚର ଲୁହା କଣ୍ଟା ଗିଳି ଦେଇଥିଲା।
ପୁଅ ନିଜେ ବାପାଙ୍କୁ ଏକଥା କହିବା ପରେ, ଯେମିତି ପରିବାରର ପାଦ ତଳୁ ମାଟି ଖସିଯାଇଥିଲା। ଭଞ୍ଜନଗର ମେଡିକାଲରେ ଏକ୍ସ-ରେ ପରେ ଯାହା ଜଣାପଡ଼ିଲା, ତାହା ଆହୁରି ଚିନ୍ତା ବଢ଼ାଇଦେଲା। ଆକାଶର ପେଟରେ ରହିଛି ଲୁହା କଣ୍ଟା। ପରେ ତାକୁ ବ୍ରହ୍ମପୁର ମେଡିକାଲକୁ ନିଆଗଲା। ସେଠାରେ ବି ଏକ୍ସ-ରେ ହେଲା। ପରିବାର ଲୋକେ କହିଛନ୍ତି, କଣ୍ଟାଟି ଝାଡ଼ା ସହ ବାହାରିଯିବ ବୋଲି କହି ତାଙ୍କୁ ଘରକୁ ପଠାଇ ଦିଆଗଲା। କିନ୍ତୁ ଦିନ ଗଡ଼ିଲା, ସପ୍ତାହ ଗଡ଼ିଲା। ଆଉ ଏବେ ୨୮ ଦିନ ବିତିଗଲା।
କିନ୍ତୁ ଆକାଶର ପେଟରୁ ବାହାରିଲାନି ସେହି ଲୁହା କଣ୍ଟା। ପୁଅକୁ କୋଳରେ ଧରି ଅସହାୟ ବାପା-ମାଆ ଆଜି ଅପେକ୍ଷା କରିଛନ୍ତି, କେବେ ମିଳିବ ତାଙ୍କ ପୁଅକୁ ଉପଯୁକ୍ତ ଚିକିତ୍ସା? ଛୋଟ ଆକାଶର ଉନ୍ନତ ଚିକିତ୍ସା ପାଇଁ ଏବେ ସାହାଯ୍ୟ ଅପେକ୍ଷାରେ ବାପା ମାଆ।
କୁନି ପିଲା ପେଟରେ ଲୁହା କଣ୍ଟା
୨ ଇଞ୍ଚର କଣ୍ଟା, ୨୮ ଦିନର ଯନ୍ତ୍ରଣା
୩ ବର୍ଷର ଆକାଶ ପେଟରେ ଲୁହା କଣ୍ଟା
ଖେଳୁ ଖେଳୁ ଗିଳିଦେଲା ୨ ଇଞ୍ଚର କଣ୍ଟା
୨୮ ଦିନ ହେଲାଣି ବାହାରିନି ଲୁହା କଣ୍ଟା
ପୁଅ ପେଟରେ କଣ୍ଟା, ବାପାମାଆଙ୍କ ଆଖିରେ ଲୁହ
କୁନି ପୁଅ କେବେ ପାଇବ ଯନ୍ତ୍ରଣାରୁ ମୁକ୍ତି ?
କୁନି ଆକାଶର କେମିତି ହେବ ଚିକିତ୍ସା?
ସହାୟତା ଅପେକ୍ଷାରେ ଆକାଶର ପରିବାର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।