Isaias Landfall: ସ୍ଥଳଭାଗ ଛୁଇଁଲା ଇସାୟସ୍: ସମୁଦ୍ରର ଜଳସ୍ତର ବୃଦ୍ଧି ଆଶଙ୍କା

Oct 10, 2026 - 12:11
Isaias Landfall: ସ୍ଥଳଭାଗ ଛୁଇଁଲା ଇସାୟସ୍: ସମୁଦ୍ରର ଜଳସ୍ତର ବୃଦ୍ଧି ଆଶଙ୍କା

"ୱାଶିଂଟନ: ଆମେରିକାର ଫ୍ଲୋରିଡା ଉପକୂଳରେ ଘୂର୍ଣ୍ଣିବାତ୍ୟା ହରିକେନ୍ ଇସାୟସ୍ ସ୍ଥଳଭାଗକୁ ମାଡ଼ କରିବା ପରେ ବ୍ୟାପକ ପ୍ରଭାବ ପଡ଼ିଛି।

ଘଣ୍ଟାପ୍ରତି ପ୍ରାୟ ୧୬୫ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି।

ଫ୍ଲୋରିଡା ଓ ଆଲାବାମା ସମେତ ଆମେରିକାର ଅନେକ ରାଜ୍ୟରେ ୫ ଲକ୍ଷରୁ ଅଧିକ ବିଦ୍ୟୁତ୍ ଉପଭୋକ୍ତାଙ୍କ ସରବରାହ ବନ୍ଦ ହୋଇଯାଇଛି।

ଉପକୂଳ ଅଞ୍ଚଳରେ ସମୁଦ୍ର ଜଳସ୍ତର ବୃଦ୍ଧି, ଆକସ୍ମିକ ବନ୍ୟା ଓ ଘୂର୍ଣ୍ଣିବାତ୍ୟାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି।Advertisment ଡେଷ୍ଟିନ୍ ନିକଟରେ ସ୍ଥଳଭାଗକୁ ମାଡ଼ ଆମେରିକାର ଜାତୀୟ ହରିକେନ୍ କେନ୍ଦ୍ରର ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ଶୁକ୍ରବାର ରାତି ପ୍ରାୟ ୮ଟା ୩୦ ମିନିଟରେ ହରିକେନ୍ ଇସାୟସ୍ ଫ୍ଲୋରିଡାର ଡେଷ୍ଟିନ୍ ନିକଟ ଉପକୂଳରେ ମାଡ଼ ହୋଇଥିଲା।

ସେହି ସମୟରେ ଝଡ଼ର ସର୍ବାଧିକ ନିରନ୍ତର ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୧୬୫ କିଲୋମିଟର ରହିଥିଲା।

ପରେ ପବନର ବେଗ ସାମାନ୍ୟ ହ୍ରାସ ପାଇ ଘଣ୍ଟାପ୍ରତି ପ୍ରାୟ ୧୬୦ କିଲୋମିଟର ହୋଇଥିଲା।

ଫ୍ଲୋରିଡାର ସାଣ୍ଟା ରୋଜା ବିଚରେ ପବନର ବେଗ ଘଣ୍ଟାପ୍ରତି ୧୮୬ କିଲୋମିଟର ପର୍ଯ୍ୟନ୍ତ ରେକର୍ଡ କରାଯାଇଥିଲା।

ଆଲାବାମାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି।

ପାୱାର୍ ଆଉଟେଜ୍ ର ତଥ୍ୟ ଅନୁଯାୟୀ, ଶୁକ୍ରବାର ରାତି ୯ଟା ସୁଦ୍ଧା ଅନେକ ରାଜ୍ୟରେ ୫ ଲକ୍ଷରୁ ଅଧିକ ବିଦ୍ୟୁତ୍ ଉପଭୋକ୍ତା ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇଥିଲେ।

ଘୂର୍ଣ୍ଣିବାତ୍ୟାକୁ ନେଇ ଉପକୂଳ ଅଞ୍ଚଳରେ ସମୁଦ୍ର ଜଳସ୍ତର ବୃଦ୍ଧି ଓ ବନ୍ୟାର ଆଶଙ୍କା ବଢ଼ିଛି।

ଏହା ଫଳରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପାଣି ପଶିବା ସହ ରାସ୍ତାଘାଟରେ ଯାତାୟାତ ବାଧାପ୍ରାପ୍ତ ହୋଇପାରେ।

ପ୍ରବଳ ବର୍ଷା ଯୋଗୁଁ ଆଭ୍ୟନ୍ତରୀଣ ଅଞ୍ଚଳରେ ଆକସ୍ମିକ ବନ୍ୟା ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି।

UN: ଜାତିସଂଘ ଅଧିକାରୀଙ୍କ ଅସଦାଚରଣ ପ୍ରସଙ୍ଗ ଦୃଢ଼ ଭାବେ ଉପସ୍ଥାପନା କଲେ ଭାରତୀୟ ସାଂସଦ ପ୍ରିୟା ସରୋଜ ଝଡ଼ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଲାବାମା ଗଭର୍ଣ୍ଣର କେ ଆଇଭିଙ୍କ ଜରୁରୀକାଳୀନ ଘୋଷଣା ପାଇଁ ଅନୁରୋଧକୁ ମଞ୍ଜୁରି ଦେଇଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।