Protest: ଧ୍ରୁବ ରାଠୀ ଅଟକ: ଆନ୍ଦୋଳନ ପାଇଁ ଦିଲ୍ଲୀରେ ବ୍ୟାପକ ସୁରକ୍ଷା ଓ କଟକଣା
"ନୂଆଦିଲ୍ଲୀ: ଶନିବାର ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି କୋକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ଦିଲ୍ଲୀର ଯନ୍ତର ମନ୍ତରଠାରେ ଆୟୋଜିତ ବିଶାଳ ''ଚଲୋ ଦିଲ୍ଲୀ'' ଆନ୍ଦୋଳନକୁ ରୋକିବା ପାଇଁ ଗୁରୁଗ୍ରାମ ପୁଲିସ ଦ୍ୱାରା ପ୍ରସିଦ୍ଧ ୟୁଟ୍ୟୁବର ଧ୍ରୁବ ରାଠୀଙ୍କୁ ତାଙ୍କ ବାସଭବନରୁ ଅଟକ ରଖାଯାଇଛି।
ଗୁରୁଗ୍ରାମର ସେକ୍ଟର ୫୬ ସ୍ଥିତ କେନ୍ଦ୍ରୀୟ ବିହାର ସୋସାଇଟିରେ ଥିବା ରାଠୀଙ୍କ ଘରେ ପୁଲିସ ଟିମ୍ ପହଞ୍ଚି ତାଙ୍କୁ ଦିଲ୍ଲୀ ଆନ୍ଦୋଳନରେ ଯୋଗ ନ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେ ଏହାକୁ ଅମାନ୍ୟ କରିବାରୁ ପୁଲିସ ତାଙ୍କୁ ଅଟକ ରଖିଛି।Advertisment ରାଜଧାନୀରେ ଅପ୍ରୀତିକର ପରିସ୍ଥିତି ନିର୍ବାଚନ ଆୟୋଗଙ୍କ ପକ୍ଷରୁ କରାଯାଉଥିବା ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍) ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଯୋଗୁଁ ସିଜେପି ଏହି ବିକ୍ଷୋଭ ପ୍ରଦର୍ଶନର ଆହ୍ୱାନ ଦେଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ଓ ସୁରକ୍ଷା ବାହିନୀ ପକ୍ଷରୁ ସହରସାରା କଡ଼ା ପାଟ୍ରୋଲିଂ କରାଯାଉଛି।
କେନ୍ଦ୍ରୀୟ ଦିଲ୍ଲୀ ଆଡ଼କୁ ଆସୁଥିବା ସୀମାନ୍ତ ଗୁଡ଼ିକୁ ସିଲ୍ କରାଯିବା ସହ ପ୍ରାୟ ୪୫ରୁ ୫୭ଟି ମେଟ୍ରୋ ଷ୍ଟେସନର ଗେଟ୍ ବନ୍ଦ ରଖାଯାଇଛି।
ସୁରକ୍ଷା ବାହିନୀ ଦ୍ୱାରା ଯନ୍ତର ମନ୍ତର ଏବଂ କନୋଟ ପ୍ଲେସ ନିକଟରୁ ଧ୍ରୁବ ରାଠୀଙ୍କ ସମେତ ୧୫୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯାଇ ନିର୍ଦ୍ଦିଷ୍ଟ କ୍ୟାମ୍ପଗୁଡ଼ିକୁ ନିଆଯାଇଛି।
CJP ପ୍ରତିବାଦ ପୂର୍ବରୁ ଦିଲ୍ଲୀରେ ୩୫,୦୦୦ ସୁରକ୍ଷା କର୍ମୀ ମୁତୟନ; ସୀମା ଉପରେ ନଜର ରଖିଲା ଡ୍ରୋନ୍ ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ଦିଲ୍ଲୀର କେତେକ ସମ୍ବେଦନଶୀଳ ଅଞ୍ଚଳରେ ଇଣ୍ଟରନେଟ୍ ସେବା ମଧ୍ୟ ସାମୟିକ ଭାବେ ବନ୍ଦ ରଖାଯାଇଛି।
ସାଧାରଣ ଜନତାଙ୍କ ସୁରକ୍ଷା ଏବଂ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଘେରାଉକୁ ରୋକିବା ପାଇଁ ହଜାର ହଜାର ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଥିବା ବେଳେ ପୁଲିସ ପରିସ୍ଥିତି ଉପରେ ନଜର ରଖିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।