ISKCON to Hold Untimely Chariot Pulling in Four Cities: ପୁଣି ଅଦିନିଆ ରଥଯାତ୍ରା! ୪ ସହରରେ ଇସ୍କନ୍ ର ଅଦିନିଆ ରଥଟଣା

Aug 26, 2026 - 15:28
ISKCON to Hold Untimely Chariot Pulling in Four Cities: ପୁଣି ଅଦିନିଆ ରଥଯାତ୍ରା! ୪ ସହରରେ ଇସ୍କନ୍ ର ଅଦିନିଆ ରଥଟଣା

ବୋଲ ମାନୁନି ଇସ୍କନ। ପୁଣି ଥରେ ଅଦିନରେ ଏକାଧିକ ଦେଶରେ ଆୟୋଜନ କଲା ରଥଯାତ୍ରା। ଅଗଷ୍ଟ ୨୨ ଓ ୨୩ ତାରିଖରେ ଆମେରିକାର ସାନ୍ ଫ୍ରାନ୍ସିସ୍କୋ, କାନାଡାର ବର୍ଲିଂଟନ୍,ଜର୍ମାନୀର ଲିପଜିଗ୍ ଏବଂ ନରୱେର ଓସ୍ଲୋରେ ଇସ୍କନ୍ ପକ୍ଷରୁ ରଥଯାତ୍ରା ଆୟୋଜନ ହୋଇଥିବା ଦାବି କରାଯାଉଛି। ୪ ଟି ସ୍ଥାନରେ ବହୁ ଧୂମଧାମରେ ଅଦିନିଆ ରଥଯାତ୍ରା ପାଳନ କରିଛି ଇସ୍କନ। ଏଥିପାଇଁ ସାରା ବିଶ୍ୱରେ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ମନରେ ଘୋର ଅସନ୍ତୋଷ ଓ ଆଘାତ ସୃଷ୍ଟି ହୋଇଛି।

ସାରା ବିଶ୍ୱର ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ବାରମ୍ବାର ପ୍ରତିବାଦ ଓ ବିରୋଧ କରିବା ସତ୍ତ୍ୱେ ଅମାନିଆ ଇସ୍କନ୍ କିଛି ବି ଶୁଣିବାକୁ ନାରାଜ। ନିଜ ମନ ମୁତାବକ କେତେବେଳେ ଅଦିନିଆ ରଥ ଯାତ୍ରା ତ କେତେବେଳେ ଅଦିନିଆ ସ୍ନାନ ଯାତ୍ରା କରୁଛି। ଯେତେ ବାରଣ, ସମାଲୋଚନା ପରେ ବି ସୁଧୁରୁନି ଇସ୍କନ। ନିଜ ଫାଇଦା ପାଇଁ ନିଜ ସୁବିଧା ପାଇଁ ମନଇଚ୍ଛା ରଥ ଗଡ଼ାଇ ଚାଲୁଛି। ଏନେଇ ଆମେରିକାର ଶତାଧିକ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଇସ୍କନ୍ ବର୍କେଲେକୁ ଦାବିପତ୍ର ମଧ୍ୟ ପଠାଯାଇଥିବା କୁହାଯାଉଛି। କିନ୍ତୁ ବାରମ୍ବାର ସେହି ଭୁଲକୁ ଦୋହରାଇ ଚ୍ଚାଲିଛି  ଇସ୍କନ।...

ବୋଲ ମାନୁନି ଇସ୍କନ୍, ପୁଣି ଅଦିନିଆ ରଥଯାତ୍ରା! 
୪ ସହରରେ ଇସ୍କନ୍ ର ଅଦିନିଆ ରଥଟଣା
ବାରଣ ପରେ ବି ସୁଧୁରୁନି ଇସ୍କନ୍, ମନଇଚ୍ଛା ଗଡ଼ାଉଛି ରଥ!
 ଅଦିନିଆ ରଥଯାତ୍ରାକୁ ନେଇ ବଡ଼ ପ୍ରଶ୍ନ
ସାନ୍ ଫ୍ରାନ୍ସିସ୍କୋରୁ ଓସ୍ଲୋ, ଲିପଜିଗ୍ ରୁ ବର୍ଲିଙ୍ଗଟନ୍; ରଥକୁ ନେଇ ବିବାଦ
ଶତାଧିକ ଓଡ଼ିଆଙ୍କ ଦାବି ପରେ ବି ଅଦିନିଆ ରଥଯାତ୍ରା ପାଳନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।