ITBP: ଆଇଟିବିପିରେ ଚାକିରି ସୁଯୋଗ; ଆରମ୍ଭ ହୋଇଯାଇଛି ଆବେଦନ ପ୍ରକ୍ରିୟା
"ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବକ-ଯୁବତୀଙ୍କ ପାଇଁ ଇଣ୍ଡୋ-ତିବ୍ବତନ ବର୍ଡର ପୁଲିସ ଫୋର୍ସ (ଆଇଟିବିପି) ହେଡ୍ କନଷ୍ଟେବଲ୍ ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି।
ଏହି ନିଯୁକ୍ତି ଅଧୀନରେ ଏଜୁକେସନ୍ ଆଣ୍ଡ ଷ୍ଟ୍ରେସ କାଉନସଲର ଏବଂ ମୋଟର ମେକାନିକ୍ ପଦରେ ମୋଟ ୩୭ଟି ପଦ ପୂରଣ କରାଯିବ।
ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୨୮ରୁ ଆରମ୍ଭ ହୋଇଛି।ଇଚ୍ଛୁକ ପ୍ରାର୍ଥୀମାନେ ଅକ୍ଟୋବର ୨୭ ପର୍ଯ୍ୟନ୍ତ ଅନଲାଇନ୍ରେ ଆବେଦନ କରିପାରିବେ।
ଚୟନିତ ପ୍ରାର୍ଥୀଙ୍କୁ ସପ୍ତମ ବେତନ କମିଶନ୍ ଅନୁସାରେ ୨୫,୦୦୦ରୁ ୮୧,୦୦୦ ଟଙ୍କା ପର୍ଯ୍ୟନ୍ତ ବେତନ ଦିଆଯିବ।
ଏହି ପଦଗୁଡ଼ିକ ପାଇଁ ଆଇଟିବିପିର ଅଫିସିଆଲ୍ ପୋର୍ଟାଲ୍ https://recruitment.itbpolice.nic.in/ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ।Advertisment ଆଇଟିବିପିର ଏହି ନିଯୁକ୍ତିରେ ହେଡ୍ କନଷ୍ଟେବଳର ଦୁଇ ପ୍ରକାର ପଦ ରହିଛି।
ଏଥିରେ ହେଡ୍ କନଷ୍ଟେବଲ୍ ଏଜୁକେସନ୍ ଆଣ୍ଡ ଷ୍ଟ୍ରେସ କାଉନସଲରର ୧୬ଟି ପଦ ଏବଂ ହେଡ୍ କନଷ୍ଟେବଲ୍ ମୋଟର ମେକାନିକ୍ର ୨୧ଟି ପଦ ରହିଛି।
ଏହିପରି ମୋଟ ୩୭ଟି ପଦରେ ନିଯୁକ୍ତି ଦିଆଯିବ।
କେଉଁ ପଦ ପାଇଁ କ"ଣ ଯୋଗ୍ୟତା?
ଏଜୁକେସନ୍ ଆଣ୍ଡ ଷ୍ଟ୍ରେସ କାଉନସଲର ପଦ ପାଇଁ ପ୍ରାର୍ଥୀଙ୍କ ପାଖରେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଡିଗ୍ରି ଥିବା ଆବଶ୍ୟକ।
ଡିଗ୍ରିରେ ମନୋବିଜ୍ଞାନ ବିଷୟ ଥିବା ଜରୁରୀ।
ଏହା ବ୍ୟତୀତ ବ୍ୟାଚଲର୍ ଅଫ୍ ଏଡୁକେସନ୍ (ବିଏଡ୍) କିମ୍ବା ବ୍ୟାଚଲର୍ ଅଫ୍ ଟିଚିଂ ଯୋଗ୍ୟତା ଥିବା ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ।
ଏହି ପଦ ପାଇଁ ବୟସ ସୀମା ୨୦ରୁ ୨୫ ବର୍ଷ ଧାର୍ଯ୍ୟ କରାଯାଇଛି।
ସେହିପରି ମୋଟର ମେକାନିକ୍ ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ।
ଏଥିସହ ସମ୍ପୃକ୍ତ ଟ୍ରେଡ୍ରେ ଆଇଟିଆଇ ସାର୍ଟିଫିକେଟ୍ ଏବଂ ୩ ବର୍ଷର ବ୍ୟବହାରିକ ଅଭିଜ୍ଞତା କିମ୍ବା ଅଟୋମୋବାଇଲ୍ ଇଞ୍ଜିନିୟରିଂରେ ୩ ବର୍ଷର ଡିପ୍ଲୋମା ଥିବା ଆବଶ୍ୟକ।
ଏହି ପଦ ପାଇଁ ବୟସ ସୀମା ୧୮ରୁ ୨୫ ବର୍ଷ ରହିଛି।
ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିୟମ ଅନୁସାରେ ସର୍ବାଧିକ ବୟସ ସୀମାରେ ଛାଡ଼ ମିଳିବ।
ଲିଖିତ ପରୀକ୍ଷାଠାରୁ ଶାରୀରିକ ପରୀକ୍ଷା ପର୍ଯ୍ୟନ୍ତ ଚୟନ ହେଡ୍ କନଷ୍ଟେବଲ୍ ନିଯୁକ୍ତିରେ ପ୍ରାର୍ଥୀଙ୍କୁ ଚୟନ ପ୍ରକ୍ରିୟାର ଅନେକ ପର୍ଯ୍ୟାୟ ଦେଇ ଯିବାକୁ ପଡ଼ିବ।
ଏଥିରେ ଶାରୀରିକ ଦକ୍ଷତା ପରୀକ୍ଷା (ପିଇଟି), ଶାରୀରିକ ମାନଦଣ୍ଡ ପରୀକ୍ଷା (ପିଏସ୍ଟି), ଲିଖିତ ପରୀକ୍ଷା, ପ୍ରାକ୍ଟିକାଲ୍ ପରୀକ୍ଷା ଏବଂ ଦସ୍ତାବିଜ ଯାଞ୍ଚ ଭଳି ପର୍ଯ୍ୟାୟ ରହିଛି।
ଏହାପରେ ମେଡିକାଲ୍ ପରୀକ୍ଷା ମଧ୍ୟ କରାଯିବ।
କେତେ ଆବେଦନ ଫି" ଦେବାକୁ ପଡ଼ିବ?
ଏହି ନିଯୁକ୍ତି ପାଇଁ ସାଧାରଣ, ଓବିସି ଏବଂ ଇଡବ୍ଲ୍ୟୁଏସ୍ ବର୍ଗର ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଆବେଦନ ଫି" ଦେବାକୁ ପଡ଼ିବ।
ଏସ୍ସି ଏବଂ ପୂର୍ବତନ ସୈନିକ ପ୍ରାର୍ଥୀଙ୍କୁ ଆବେଦନ ଫି"ରୁ ଛାଡ଼ ଦିଆଯାଇଛି।
ଆବେଦନ ଫି" କେବଳ ଅନଲାଇନ୍ ମାଧ୍ୟମରେ ଦାଖଲ କରାଯାଇପାରିବ।
ଏପରି କରିପାରିବେ ଆବେଦନ• ପ୍ରଥମେ ଆଇଟିବିପିର ଅଫିସିଆଲ୍ ପୋର୍ଟାଲ୍ recruitment.itbpolice.nic.in କୁ ଯାଆନ୍ତୁ।• ଏଠାରେ ପଞ୍ଜୀକରଣ ପ୍ରକ୍ରିୟା ପୂରଣ କରି ନିଜ ଆକାଉଣ୍ଟରେ ଲଗ୍ଇନ୍ କରନ୍ତୁ।• ଏବେ ସମ୍ପୃକ୍ତ ହେଡ୍ କନଷ୍ଟେବଲ୍ ନିଯୁକ୍ତିର ଆବେଦନ ଲିଙ୍କ୍ ଖୋଲନ୍ତୁ।• ଏହାପରେ ଆବଶ୍ୟକ ତଥ୍ୟ ପୂରଣ କରି ଜରୁରୀ ଦସ୍ତାବିଜ ଅପଲୋଡ୍ କରନ୍ତୁ।• ଯେଉଁ ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି" ଲାଗୁ ହେଉଛି, ସେମାନେ ଅନଲାଇନରେ ଫି" ଦାଖଲ କରନ୍ତୁ।• ଫର୍ମ ସବମିଟ୍ କରିବା ପରେ କନଫର୍ମେସନ୍ ପେଜ୍ ଡାଉନଲୋଡ୍ କରି ରଖନ୍ତୁ।
ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା: ବାଇକ୍ ଆରୋହୀ ମୃତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।