Odisha Farmers Protest ଫସଲ କ୍ଷତିପୂରଣ ଦାବିରେ ଓଡିଶା କୃଷକ ସଭାର ବିକ୍ଷୋଭ
"ଛତ୍ରପୁର(ବସନ୍ତ କୁମାର ମହାରଣା): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲ୍ଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି।
କ୍ଷୟକ୍ଷତିର ସଠିକ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବିରେ ଓଡ଼ିଶା କୃଷକ ସଭା ପକ୍ଷରୁ ଆଜି (ବୁଧବାର) ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଏହି ମର୍ମରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।Advertisment Kanak Vardhan Singh Deo: ଧାନ ଗବେଷଣା କେନ୍ଦ୍ର ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ; କୃଷକଙ୍କ ପାଇଁ ନୂଆ ପ୍ରଯୁକ୍ତିକୁ ପ୍ରଶଂସା ଜିଲ୍ଲା ଉପସଭାପତି ପି.
ହରିକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱରେ ଚାଷୀମାନେ ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
କୃଷକ ସଭା ପକ୍ଷରୁ କୁହାଯାଇଛି, ବର୍ଷାଜଳ ଜମି ରହିବା ଯୋଗୁଁ ଧାନ ଫସଲ ପଚି ନଷ୍ଟ ହୋଇଛି।
କେତେକ ବ୍ଲକରେ ରୁଆ ଧାନ ଧୋଇଯାଇଛି।
କ୍ଷୟକ୍ଷତିର ଆକଳନ କରି ଧାନ ଚାଷୀଙ୍କୁ ଏକର ପିଛା ୨୦ ହଜାର ଟଙ୍କା ଏବଂ ପନିପରିବା ଚାଷୀଙ୍କୁ ଏକର ପିଛା ୩୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରାଯାଇଛି।
Agriculture: ୫୦୦ରୁ ଊର୍ଦ୍ଧ୍ବ ସମିତିର ୮ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ: ମୁଖ୍ୟମନ୍ତ୍ରୀ ଏଥିସହ ଧାନ ଫସଲରେ ଲାଗିଥିବା ବିଭିନ୍ନ ପୋକ ନିୟନ୍ତ୍ରଣ ପାଇଁ ଚାଷୀଙ୍କୁ ମାଗଣା କୀଟନାଶକ ଔଷଧ ଯୋଗାଣ, ରବି ଫସଲ ପାଇଁ ଋଣ, ବିହନ, ସାର ଓ ଔଷଧ ଯୋଗାଇବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲ ବୀମା ମାଧ୍ୟମରେ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରାଯାଇଛି।
MoU: କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଦ୍ୱାରା ୬ଟି ଏମଓୟୁ ସ୍ୱାକ୍ଷରିତ ସେହିପରି କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କ କ୍ଷୟକ୍ଷତି ଆକଳନ କରି ଡଙ୍ଗା ଓ ଜାଲ ପାଇଁ ଆର୍ଥିକ ସହାୟତା, ଭାଙ୍ଗିଯାଇଥିବା ଘର ପାଇଁ କ୍ଷତିପୂରଣ ଏବଂ ଯୋଗ୍ୟ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇବାକୁ ମଧ୍ୟ କୃଷକ ସଭା ଦାବି କରିଛି।
ଏହି ଦାବିପତ୍ର ପ୍ରଦାନ ବେଳେ ଯୋଗେଶ ଚନ୍ଦ୍ର ସାହୁ, ଦୁର୍ଯ୍ୟୋଧନ ସ୍ୱାଇଁ,ଭୀମ ପ୍ରଧାନ, ଏସ.
ରବୀନ୍ଦ୍ର ନାଥ ଅଚାରୀପଦ୍ମନାଭ ପ୍ରଧାନ, ବିରଞ୍ଚି ନାରାୟଣ ସ୍ୱାଇଁ ଓ କେ.
ନିରଞ୍ଜନ ପ୍ରଧାନ ଙ୍କ ସମେତ କୃଷକ ସଭାର ଅନେକ ଚାଷୀ ସଦସ୍ୟ ଉପସ୍ଥିତ ଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।