Jagannath Temple To Introduce Queue Darshan System: ଘଣ୍ଟାକରେ ୧୦ ହଜାର ଭକ୍ତ କରିବେ ମହାପ୍ରଭୁଙ୍କ ଦର୍ଶନ, ମନ୍ତ୍ରୀ ଦେଲେ ବଡ଼ ସୂଚନା
ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ।
ଶ୍ରୀମନ୍ଦିରରେ ଭକ୍ତଙ୍କ ସୁବିଧାଜନକ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଖୁବଶୀଘ୍ର ଲାଗୁ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା।
ନୂଆବର୍ଷ ପୂର୍ବରୁ ଏହି ବ୍ୟବସ୍ଥା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
କାର୍ତ୍ତିକ ବ୍ରତ ପରେ ଏହାକୁ କାର୍ଯ୍ୟକାରୀ କରାଯିବ।
ଏଥିପାଇଁ ଆବଶ୍ୟକ ସମସ୍ତ ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ନୂଆ ବ୍ୟବସ୍ଥା ଅନୁଯାୟୀ, ଏକାସାଙ୍ଗରେ ୮ଟି ରାମ୍ପ ମାଧ୍ୟମରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।
Advertisment ଘଣ୍ଟାକ ମଧ୍ୟରେ ପ୍ରାୟ ୧୦ ହଜାର ଭକ୍ତଙ୍କ ଦର୍ଶନ ସମ୍ଭବ ହୋଇପାରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ସାତପାହାଚ ପରେ ଗରୁଡ଼ ସ୍ତମ୍ଭରୁ ବାହାର କାଠ ମଧ୍ୟରେ ଏହି ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ।
ତେବେ ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଏହାର ପରିଦର୍ଶନ କରିବେ।
ସେମାନଙ୍କ ଅନୁଧ୍ୟାନ ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ।
ଏହି ବ୍ୟବସ୍ଥା ଲାଗୁ ହେଲେ ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣ ସହ ଭକ୍ତଙ୍କ ଦର୍ଶନ ଅଧିକ ସୁବ୍ୟବସ୍ଥିତ ହେବ ବୋଲି ଆଶା କରାଯାଉଛି।
ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କାର୍ତ୍ତିକ ବ୍ରତ ପରେ ନୂଆବର୍ଷ ପୂର୍ବରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ଏଥିପାଇଁ ସମସ୍ତ ପ୍ରକାର ପକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏକା ସଙ୍ଗେ ୮ଟି ରାମ୍ପରେ ଦର୍ଶନ କରିବେ ଶ୍ରଦ୍ଧାଳୁ- ଆଇନ ମନ୍ତ୍ରୀ ଘଣ୍ଟାଏ ଭିତରେ ପ୍ରାୟ ୧୦ ହଜାର ଶ୍ରଦ୍ଧାଳୁ ଦର୍ଶନ କରିବେ ସାତ ପାହାଚ ପରେ ଗରୁଡ଼ ସ୍ତମ୍ଭରୁ ବାହାର କାଠ ମଧ୍ୟରେ ବ୍ୟବସ୍ଥା ଲାଗୁ ଛତିଶା ନିଯୋଗ ଓ ପରିଚାଳନା କମିଟି ପରିଦର୍ଶନ ପରେ ଲାଗୁ ହେବ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।