EOW Raids 11 Locations Across Odisha: ନକ୍ସଲଙ୍କ ନାଁରେ ଟଙ୍କା ଆଦାୟ ଅଭିଯୋଗ, ଖୋଲିବ କି ପୂର୍ବତନ ସାଂସଦଙ୍କ ଗୁମର?

Nov 06, 2026 - 14:30
EOW Raids 11 Locations Across Odisha: ନକ୍ସଲଙ୍କ ନାଁରେ ଟଙ୍କା ଆଦାୟ ଅଭିଯୋଗ, ଖୋଲିବ କି ପୂର୍ବତନ ସାଂସଦଙ୍କ ଗୁମର?

ବଢିଲା ପୂର୍ବତନ ରାଜ୍ୟସଭା ସାଂସଦ ଏନ୍.

ଭାସ୍କର ରାଓଙ୍କ ଅଡୁଆ।

ରାୟଗଡ଼ା ଟ୍ରକ୍ ମାଲିକ ସଙ୍ଘର ଆର୍ଥିକ ଅନିୟମିତତା ମାମଲାରେ EOWର ବଡ଼ ରେଡ୍।

କ୍ରାଇମବ୍ରାଞ୍ଚର ୨୫ ଜଣିଆ EOW ଟିମର ଖାନତଲାସ।

ରାୟଗଡ଼ା ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ ।

୨୦୦୫ରୁ ଟ୍ରକ୍ ମାଲିକଙ୍କଠାରୁ ବିଭିନ୍ନ ଆଳରେ ହେଉଥିଲା ଟଙ୍କା ଆଦାୟ।

କେତେବେଳେ ସଂଘ ଚାନ୍ଦା ତ ଆଉ କେତେବେଳେ ନକ୍ସଲ କାର୍ଯ୍ୟକଳାପ ପାଇଁ ଅର୍ଥ ଯୋଗାଣ ନାଁରେ ଆଦାୟ ହେଉଥିଲା ଟଙ୍କା।

ହେଲେ ନଥିଲା ହିସାବ, ମିଳୁନଥିଲା ରସିଦ।

ଆଦାୟ ଅର୍ଥକୁ ହଡ଼ପ କରି ବିଭିନ୍ନ ଘରୋଇ ବ୍ୟବସାୟରେ ନିବେଶ କରାଯାଇଥିବା ଅଭିଯୋଗ।

Advertisment ଏହି ଘଟଣାରେ ଏବେ ଆକ୍ସନ ମୋଡରେ EOW।

୮ଟି ଟିମର ୧୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ।

ରାୟଗଡ଼ାର ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ସମେତ ଅଭିଯୁକ୍ତଙ୍କ ଘର ଓ ଭୁବନେଶ୍ୱରର ବିଭିନ୍ନ କମ୍ପାନୀରେ ଚାଲିଛି ତଲାସୀ।

ଲଜିଷ୍ଟିକ୍ସ, ଟ୍ରେଡିଂ, ମାଇନିଂ ଓ ରିଅଲ୍ ଇଷ୍ଟେଟ୍ ବ୍ୟବସାୟରେ ଅର୍ଥ ନିବେଶ ହୋଇଥିବା ସନ୍ଦେହ।

ଠକେଇ, ଅର୍ଥ ହଡ଼ପ, ବଟି ଆଦାୟ ଓ ଧମକ ଅଭିଯୋଗରେ ଚାଲିଛି ତଦନ୍ତ।

ଭାସ୍କର ରାଓଙ୍କ ଘରେ EOW ରାୟଗଡ଼ା ଟ୍ରକ୍ ମାଲିକ ସଙ୍ଘର ଆର୍ଥିକ ଅନିୟମିତତା ମାମଲା ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ .ଭାସ୍କର ରାଓଙ୍କ ଚଢାଉ କ୍ରାଇମ ବ୍ରାଞ୍ଚର ୨୫ ଜଣିଆ EOW ଟିମର ଖାନତଲାସ ରାଜ୍ୟର ୧୧ଟି ସ୍ଥାନରେ ୮ଟି ଟିମର ରେଡ୍ ଓ ତଲାସୀ ରାଣୀଗୁଡ଼ା ଫାର୍ମ ହାଉସ୍ ଓ ପିତଳା ଷ୍ଟ୍ରିଟ୍ ବାସଭବନରେ ଚଢାଉ ରାୟତ କଲୋନୀସ୍ଥିତ ଜି.

କୃଷ୍ଣଙ୍କ ବାସଭବନରେ ମଧ୍ୟ ରେଡ୍ ରାୟଗଡ଼ା ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟରେ ତଲାସୀ ଅଭିଯାନ ଭୁବନେଶ୍ୱର ଫରେଷ୍ଟ ପାର୍କ ଓ ବରମୁଣ୍ଡା ଏଚ୍ ବି କଲୋନୀରେ ରେଡ୍ ଫରେଷ୍ଟ ପାର୍କ ଶ୍ରୀ ଆଦିତ୍ୟ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡରେ ଚଢାଉ ବରମୁଣ୍ଡାର ଅରୁଣ ପାୱାର ପ୍ରୋଜେକ୍ଟ ଲିମିଟେଡରେ ତଲାସୀ ଭୀମପୁର ଶ୍ରୀ ଆଦିତ୍ୟ ଟ୍ରେଡିଂ ଆଣ୍ଡ ମାର୍କେଟିଂ ପ୍ରାଇଭେଟ୍ ଲିମିଟେଡରେ ରେଡ୍ ମଞ୍ଚେଶ୍ୱର ଶ୍ରୀ ବାଲାଜୀ ରିଅଲ୍ ଇଷ୍ଟେଟ୍ସ ଆଣ୍ଡ ଏଗ୍ରି ଡେଭଲପର୍ସରେ ଚଢାଉ ରାୟଗଡ଼ା ଗୌତମ ନଗର ଗ୍ୟାସ୍ ଏଜେନ୍ସିରେ ଖାନତଲାସ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।