Jagatsinghpur Excise Raids ଅବକାରୀ ବିଭାଗ ଚଢ଼ାଉ: ୫୫ ଗ୍ରାମ ହେରୋଇନ୍‌ ଓ ୯୪୦ଗ୍ରାମ ଗଞ୍ଜେଇ ଜବତ, ୨ ଗିରଫ

Oct 30, 2026 - 19:41
Jagatsinghpur Excise Raids ଅବକାରୀ ବିଭାଗ ଚଢ଼ାଉ: ୫୫ ଗ୍ରାମ ହେରୋଇନ୍‌ ଓ ୯୪୦ଗ୍ରାମ ଗଞ୍ଜେଇ ଜବତ, ୨ ଗିରଫ

ବାଲିକୁଦା: ଜଗତସିଂହପୁର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି (ଶୁକ୍ରବାର) ଦୁଇଟି ପୃଥକ ସ୍ଥାନରେ ଚଢ଼ାଉ କରି ୫୫ ଗ୍ରାମ ହେରୋଇନ୍‌ ଓ ୯୪୦ ଗ୍ରାମ୍‌ ଗଞ୍ଜେଇ ଜବତ କରିଛନ୍ତି।

ଏହି ମାମଲାଗୁଡ଼ିକରେ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Advertisment ଯୋଗାଭ୍ୟାସ କରିବାପୂର୍ବରୁ ଗଞ୍ଜାଇ ସେବନ କରିବାକୁ ଦିଆଯାଇଥାଏ ମହିଳାଙ୍କୁ , ଜାଣନ୍ତୁ କାରଣ ମିଳିଥିବା ସୂଚନାନୁସାରେ, ଜଗତସିଂହପୁର ଅବକାରୀ ରେଞ୍ଜର ଇନ୍ସପେକ୍ଟର କ୍ଷିତୀଶ ଦାସଙ୍କ ନେତୃତ୍ବରେ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ସବ୍ଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଲାଇ ଏବଂ କର୍ମଚାରୀମାନଙ୍କ ସହଯୋଗରେ ଏକ ଟିମ୍‌ ବାଲିକୁଦା ଥାନା ଅଞ୍ଚଳର ଆମ୍ବଶାଳ ଚାରି ଛକରେ ଚଢ଼ାଉ କରିଥିଲେ।

ଆମ୍ବଶାଳ ଗ୍ରାମର ହେମନ୍ତ ସାହୁଙ୍କଙ୍କ ପୁଅ ଶିବାନୀ ସାହୁ (୩୮)ଙ୍କ ଠାରୁ ୫୫ ଗ୍ରାମର ବ୍ରାଉନ୍‌ସୁଗାର (ହେରୋଇନ୍‌) ଜବତ କରାଯାଇଥିଲା।

ଚାଲାଣରେ ବ୍ୟବହୃତ ଏକ ମୋଟରସାଇକଲ୍‌ (ଓଡି୨୧ କ୍ୟୁ ୦୦୮୩) ଓ ଏକ ଦାମୀ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି।

ଅଭିଯୁକ୍ତଙ୍କ ବିରୋଧରେ ନଂ୫୫/୨୦୨୬ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Brown sugar trafficking: ବ୍ରାଉନ୍‌ସୁଗାର୍‌ କାରବାର ହବ୍‌ ପାଲଟିଛି ରାଜଧାନୀ: ୨ଦିନରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଧଳାଜହର ଜବତ ଅନ୍ୟ ଏକ ଘଟଣାରେ, ତିର୍ତ୍ତୋଲ ଅବକାରୀ ଥାନାର ସବ୍ଇନ୍ସପେକ୍ଟର ରବି ବେହେରାଙ୍କ ନେତୃତ୍ବରେ ଅଉ ଏକ ଟିମ୍ ତିର୍ତ୍ତୋଲ ଥାନା ଅନ୍ତର୍ଗତ ତେନ୍ତୁଲିପଦା ଗ୍ରାମର ଗାଦି ମହାପୁରୁଷ ମନ୍ଦିର ନିକଟରେ ଚଢାଉ କରି ୯୪୦ ଗ୍ରାମର ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ସେହି ଗ୍ରାମର ନରେନ୍ଦ୍ର କୁମାର ସାହୁଙ୍କୁ ଗିରଫ କରିଛି।

ତିର୍ତ୍ତୋଲ ଅବକାରୀ ଥାନାର କେସ୍ ନଂ ୮୭୵୨୦୨୬-୨୭ରେ ଗିରଫ କରି ଏନ ଡି ପି ଏସ୍ ଆକ୍ଟ ୧୯୮୫ ଅନୁସାରେ ମାମଲା ଋଜ୍ଜୁ କରାଯାଇ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର କାରାଯାଇଥିଲା।

ଗିରଫ ଦୁଇ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

ସେମିଳିଗୁଡ଼ା-ନନ୍ଦପୁର ରାସ୍ତାରେ ଯାଉଥିବା ଟ୍ରକ୍‌ରୁ ୫୭ ଲକ୍ଷ ଟଙ୍କା ମୂଲ୍ୟର ଚୋରା ଗଞ୍ଜାଇ ଜବତ ଆଜିର ଏହି ଚଢାଉରେ ଜଗତସିଂହପୁର ଅବକାରୀ ରେଞ୍ଜ ର କନଷ୍ଟେବଳ ଅନୁରାଗ ସୂର୍ୟବଂଶୀ, ଲକ୍ଷ୍ମୀନାରାୟଣ ମଲ୍ଲିକ, ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥାର କନଷ୍ଟେବଳ ବିଶ୍ବରଞ୍ଜନ ସ୍ବାଇଁ, ସୁକାନ୍ତ ମାଝୀ, ପ୍ରମୁଖ ସାମିଲ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।