30 OCTOBER 2026

Welcome!

Unlock your personalized experience.
Sign Up

Controversy: ଇସ୍ରାଏଲୀ-ଆମେରିକୀୟ ଧର୍ମଗୁରୁଙ୍କ ହିନ୍ଦୁ ବିରୋଧୀ ବ୍ୟଙ୍ଗକୁ ନେଇ ତୀବ୍ର ଅସନ୍ତୋଷ

Oct 30, 2026 - 20:02
Controversy: ଇସ୍ରାଏଲୀ-ଆମେରିକୀୟ ଧର୍ମଗୁରୁଙ୍କ ହିନ୍ଦୁ ବିରୋଧୀ ବ୍ୟଙ୍ଗକୁ ନେଇ ତୀବ୍ର ଅସନ୍ତୋଷ

ନୂଆଦିଲ୍ଲୀ: ନିଜର ବିବାଦୀୟ ତଥା ଅପମାନଜନକ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ଇସ୍ରାଏଲୀ-ଆମେରିକୀୟ ଇହୁଦୀ ଧର୍ମଗୁରୁ ୟୋସୀ ମିଜ୍ରାଚି ହିନ୍ଦୁ ଧର୍ମର ଗୋ ପୂଜା ପରମ୍ପରାକୁ ନେଇ କଟାକ୍ଷ କରିବା ସହ ଭାରତୀୟ ଡାକ୍ତରମାନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି। ଏ ସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଭାରତ, ଇସ୍ରାଏଲ ସମେତ ବିଶ୍ୱର ବିଭିନ୍ନ ସ୍ଥାନରୁ ତାଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ନାଗରିକ ତାଙ୍କୁ ଜଣେ ଜାତିବାଦୀ ଓ ମାନସିକ ବିକୃତ ବୋଲି ଆଖ୍ୟା ଦେଇଥିବା ବେଳେ ହିନ୍ଦୁ ଧାର୍ମିକ ପରମ୍ପରାକୁ ଅପମାନିତ କରିଥିବାରୁ ତାଙ୍କ ଗିରଫଦାରୀ ଦାବି କରିଛନ୍ତି। ଭାରତ ହେଉଛି ସେହି ଅଳ୍ପ କେତେକ ଦେଶ ମଧ୍ୟରୁ ଅନ୍ୟତମ ଯେଉଁଠାରେ ଇହୁଦୀ ସମ୍ପ୍ରଦାୟ ବିଗତ ୨,୦୦୦ ବର୍ଷରୁ ଅଧିକ ସମୟ ଧରି କୌଣସି ଆପରାଧିକ ବିଦ୍ୱେଷର ସମ୍ମୁଖୀନ ନ ହୋଇ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ବସବାସ କରିଆସୁଛନ୍ତି।

ଭାଇରାଲ ହୋଇଥିବା ଭିଡିଓରେ ମିଜ୍ରାଚି ଦାବି କରିଛନ୍ତି ଯେ, ଜଣେ ଭାରତୀୟ ଯୁବକ ଇହୁଦୀ ଧର୍ମ ଗ୍ରହଣ କରିବାକୁ ଚାହୁଥିଲେ ଯାହାଙ୍କ ପରିବାର ଗୋ ମାତାଙ୍କୁ ପୂଜା କରନ୍ତି। ଏହାସହ ସେ ଭାରତୀୟ ନାଗରିକ ଓ ନୂଆଦିଲ୍ଲୀର ଚିକିତ୍ସା କ୍ଷେତ୍ରକୁ ଉପହାସ କରି କହିଛନ୍ତି ଯେ ସେଠାକାର ଡାକ୍ତରମାନେ ଗୋମୂତ୍ର ସେବନ କରନ୍ତି । ସେ ରାସ୍ତା ଉପରେ ଗାଈଗୋରୁ ବସିବା ଯୋଗୁଁ ଟ୍ରାଫିକ ବ୍ୟାହତ ହେବାକୁ ନେଇ ମଧ୍ୟ ପରିହାସ କରିଛନ୍ତି। ଭାରତରେ ରହୁଥିବା ଇସ୍ରାଏଲୀ ଗବେଷକ ତଥା ଲେଖକ ୟେଶାୟା ରୋଜେନମ୍ୟାନ୍ ଏହି ଘଟଣାକୁ ନେଇ ମିଜ୍ରାଚିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଏଭଳି ମନ୍ତବ୍ୟ ଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ଇସ୍ରାଏଲର ସୁନାମ ଓ ଭାବମୂର୍ତ୍ତି ଗମ୍ଭୀର ଭାବେ କ୍ଷତିଗ୍ରସ୍ତ ହେଉଛି ଏବଂ ଆଗାମୀ ଦିନରେ ତାଙ୍କର ଇସ୍ରାଏଲ ପ୍ରବେଶ ଉପରେ କଟକଣା ଲଗାଯିବା ଉଚିତ, ଯେପରି ପୂର୍ବରୁ ବ୍ରିଟେନ ସରକାର ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲେ।

Pakistan: ସରିଫ-ମୁନିର ପାଲେଷ୍ଟାଇନଙ୍କ ରକ୍ତର ସୌଦାଗର: ପାକିସ୍ତାନ ସରକାରଙ୍କୁ ଇହୁଦୀ ଏଜେଣ୍ଟ କହିଲେ କେପି ମୁଖ୍ୟମନ୍ତ୍ରୀ

ଅପରପକ୍ଷରେ, ଭାରତରେ ଅବସ୍ଥିତ ପାଲେଷ୍ଟାଇନର ରାଷ୍ଟ୍ରଦୂତ ଅବଦୁଲ୍ଲା ଏମ. ଆବୁ ସାୱେଶ ଏହି ଘଟଣା ଉପରେ ପରୋକ୍ଷରେ ପ୍ରତିକ୍ରିୟା ପ୍ରକାଶ କରି ଏକ୍ସରେ ଲେଖିଛନ୍ତି ଯେ, ଜାତିବାଦ ହେଉଛି ସମଗ୍ର ମାନବ ସମାଜ ପ୍ରତି ଏକ ବଡ଼ ବିପଦ। ଯେଉଁମାନେ ଅନ୍ୟ ଧର୍ମର ବିଶ୍ୱାସ ଏବଂ ଧାର୍ମିକ ପରମ୍ପରାକୁ ଅପମାନିତ କରନ୍ତି, ସେମାନେ କେବଳ ଅସହିଷ୍ଣୁତା ପ୍ରସାର କରନ୍ତି ନାହିଁ ବରଂ ସାରା ବିଶ୍ୱର ମାନବିକତାର ମୂଳଦୁଆକୁ ଦୁର୍ବଳ କରନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।