Jaishankar: ୟୁଏନ୍‌ ସଂସ୍କାରକୁ ବିରୋଧ କରୁଥିବା ଦେଶ ସ୍ୱାର୍ଥପର: ଜୟଶଙ୍କର

Sep 25, 2026 - 21:54
Jaishankar: ୟୁଏନ୍‌ ସଂସ୍କାରକୁ ବିରୋଧ କରୁଥିବା ଦେଶ ସ୍ୱାର୍ଥପର: ଜୟଶଙ୍କର

"ନୂଆଦିଲ୍ଲୀ: ଜାତିସଂଘ ସଂସ୍କାର ପ୍ରକ୍ରିୟାକୁ ବିରୋଧ କରୁଥିବା ଦେଶଗୁଡ଼ିକ ପ୍ରକୃତରେ ଏହି ବୈଶ୍ବିକ ସଂସ୍ଥାର କଲ୍ୟାଣ ଚାହାନ୍ତି ନାହିଁ, ବରଂ ନିଜର ସ୍ୱାର୍ଥ ହାସଲ ପାଇଁ ଏହାକୁ ବ୍ୟବହାର କରୁଛନ୍ତି ବୋଲି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି।

ନ୍ୟୁୟର୍କଠାରେ ଆୟୋଜିତ ୮୧ତମ ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ) ଅଧିବେଶନ ଅବସରରେ ଏକ ସ୍ୱତନ୍ତ୍ର ମନ୍ତ୍ରୀସ୍ତରୀୟ ବୈଠକକୁ ସମ୍ବୋଧିତ କରି ସେ ଏହି ବକ୍ତବ୍ୟ ରଖିଛନ୍ତି।Advertisment ଆହୁରି ପଢନ୍ତୁ: Jayshankar: ନାଗରିକ ଜାହାଜ ଉପରେ ଆକ୍ରମଣ ଅଗ୍ରହଣୀୟ: ୟୁଏନ୍‌ଜିଏରେ ଜୟଶଙ୍କରଙ୍କ କଡ଼ା ବାର୍ତ୍ତା ସଂସ୍କାର ପ୍ରକ୍ରିୟାରେ ବିଳମ୍ବ ହେଉଥିବାରୁ ଅନ୍ତର୍ଜାତୀୟ ସମୁଦାୟ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି ବୋଲି ଜୟଶଙ୍କର ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ, ସଂସ୍କାର ପାଇଁ ଆମର ଆନ୍ତରିକତା ଥିଲେ ଏକ ଲିଖିତ ପ୍ରସ୍ତାବ ଆଧାରରେ ଆଲୋଚନା କରିବା ଆବଶ୍ୟକ।

ଲିଖିତ ଦସ୍ତାବିଜ୍‌ ବିନା କୌଣସି ଆଲୋଚନା ସମ୍ଭବ ନୁହେଁ, ଏହା କେବଳ ସମୟ ଗଡ଼ାଇବାର ଏକ କୌଶଳ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଜୟଶଙ୍କର ଆହୁରି କହିଛନ୍ତି ଯେ, ଜାତିସଂଘ ନିଜକୁ ଆଜିର ସମକାଳୀନ ବିଶ୍ୱ ବାସ୍ତବତା ଅନୁଯାୟୀ ବଦଳାଇବା ଉଚିତ।

ଯେଉଁମାନେ ସଂସ୍କାର ଚାହୁଛନ୍ତି, ସେମାନେ ପ୍ରକୃତରେ ଜାତିସଂଘର ହିତ ଚାହାନ୍ତି।

ମାତ୍ର ଏହାର ପରିବର୍ତ୍ତନକୁ ରୋକୁଥିବା ରାଷ୍ଟ୍ରଗୁଡ଼ିକ କେବଳ ନିଜର ଆଧିପତ୍ୟ ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି।

ଗାଣତନ୍ତ୍ରିକ ପ୍ରଣାଳୀରେ ନିଷ୍ପତ୍ତି ସଂଖ୍ୟାଗରିଷ୍ଠତା ବା ମତଦାନ ଜରିଆରେ ହେବା ଉଚିତ୍‌ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

ଆହୁରି ପଢନ୍ତୁ: Nandigram: ନନ୍ଦୀଗ୍ରାମ ଉପନିର୍ବାଚନ: କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ହାଇକୋର୍ଟରେ ଝଟ୍‌କା ବିଶ୍ୱର ଦକ୍ଷିଣ ଗୋଲାର୍ଦ୍ଧର ଦେଶଗୁଡ଼ିକ (ଗ୍ଲୋବାଲ୍‌ ସାଉଥ୍‌) ମଧ୍ୟରେ ଏବେ ଆପୋସ ସହଯୋଗ ଓ ସହଭାଗିତା ବୃଦ୍ଧି ପାଉଥିବାରୁ ଏହା ପୁରୁଣା ପରନିର୍ଭରଶୀଳତାକୁ ଭାଙ୍ଗିବାରେ ସାହାଯ୍ୟ କରୁଛି।

ଜାତିସଂଘ ସୁରକ୍ଷା ପରିଷଦର (ୟୁଏନ୍‌ଏସ୍‌ସି) ସ୍ଥାୟୀ ଓ ଅସ୍ଥାୟୀ ସଦସ୍ୟ ସଂଖ୍ୟା ବୃଦ୍ଧି ପାଇଁ ଭାରତ ବହୁ ବର୍ଷରୁ ଦାବି କରିଆସୁଛି।

୧୯୪୫ ମସିହାରେ ସ୍ଥାପିତ ଏହି ୧୫-ସଦସ୍ୟ ବିଶିଷ୍ଟ ପରିଷଦ ଏକବିଂଶ ଶତାବ୍ଦୀର ଆବଶ୍ୟକତା ପୂରଣ କରିବାରେ ଅସମର୍ଥ ବୋଲି ଭାରତ କହିଛି।

ଏହି ବୈଠକରେ ଜାମାଇକା, ସୁରିନାମ, ଘାନା ପ୍ରଭୃତି ଦେଶର ବୈଦେଶିକ ମନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।