Jajpur Fire Accident: ଯାଜପୁରରେ ଭୟାବହ ଅଗ୍ନିକାଣ୍ଡ, ଘର ଭିତରେ ୪ ଜଣ ଜୀବନ୍ତ ଦଗ୍ଧ
ଯାଜପୁରରେ ଭୟାବହ ଅଗ୍ନିକାଣ୍ଡ।
ଘର ଭିତରେ ୪ ଜଣ ଜୀବନ୍ତ ଦଗ୍ଧ ।
ବାଲିଚନ୍ଦ୍ରପୁର ଥାନା ସେକ୍ ମହଲା ଗାଁରେ ଘଟିଛି ଏ ହୃଦୟ ବିଦାରକ ଘଟଣା ।
ସେକ ନିଜାମୁଦ୍ଦିନଙ୍କ ଘରେ ନିଆଁ ଲାଗି ଘର ଜଳିଯାଇଥିଲା।
Advertisment ୪ ବଖରା ଘର ଜଳି ଯାଇଥିବାବେଳେ ନିଆଁରେ ପୋଡ଼ି ହୋଇ ୪ ଜଣଙ୍କର ମୃତ୍ୟୁ ଘଟିଛି ।
ମୃତକଙ୍କ ମଧ୍ୟରେ ଦୁଇ ମହିଳା ଓ ଦୁଇ ଶିଶୁ ରହିଥିବା ସୂଚନା ମିଳିଛି ।
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ନିଆଁ ଲାଗିବାର ସ୍ପଷ୍ଟ କାରଣ ଏଯାଏଁ ଜଣାପଡ଼ିନି ।
ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।