Accident: ସଇଁତଳା ଥାନା ସମ୍ମୁଖରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର
ଦେଓଗାଁ/ସଇଁତଳା: ବଲାଙ୍ଗୀର -ବୋରିଗୁମ୍ମା ଜାତୀୟ ରାଜପଥ ୨୬ ଉପରେ ଥିବା ବଲାଙ୍ଗୀର ଜିଲ୍ଲାର ସଇଁତଳା ଥାନା ସମ୍ମୁଖରେ ପୁରୀରୁ ନୂଆପଡ଼ା ଅଭିମୁଖେ ଯାଉଥିବା ଏକ ଭଲଭୋ ବସ୍ ଓ ମକା ବୋଝେଇ ଟ୍ରକ୍ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି।
ତେବେ ଏହି ଦୁର୍ଘଟଣାରେ ଟ୍ରକ ଡ଼୍ରାଇଭର ଅଧିକ ଗୁରୁତର ହୋଇପଡିଥିବା ବେଳେ ବସ କିଛି ଯାତ୍ରୀ ମଧ୍ଯ ଆହତ ହୋଇଛନ୍ତି।
Advertisment ଶହ ଶହ ଗାଡ଼ି ଅଟକି ରହିଛି ଖବର ପାଇ ସଇଁତଳା ପୁଲିସ ଓ ଅଗ୍ନଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।
ଚାଳକଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସଇଁତଳା ଓ ପରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
ଏହି ଦୁର୍ଘଟଣା ହେତୁ ରାସ୍ତାର ଦୁଇ ପଟରେ ଶହ ଶହ ଗାଡ଼ି ଅଟକି ରହିଛି।
Bharat Ratna Lal Krishna Advan: ଶହେ ବର୍ଷରେ ଭାରତରତ୍ନ ଲାଲକୃଷ୍ଣ ଆଡ଼ଭାନୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।