Jaleswar Minor Murder Case: ବିରିୟାନୀ ଖାଇବାକୁ ଡାକି ନେଇ ନାବାଳିକାକୁ ହତ୍ୟା, ୭ ଦିନ ପରେ ଖୋଲିଲା ରହସ୍ୟ!

Oct 23, 2026 - 20:46
Jaleswar Minor Murder Case: ବିରିୟାନୀ ଖାଇବାକୁ ଡାକି ନେଇ ନାବାଳିକାକୁ ହତ୍ୟା, ୭ ଦିନ ପରେ ଖୋଲିଲା ରହସ୍ୟ!

କାମାନ୍ଧ ଯୁବକର ଭୟଙ୍କର କାଣ୍ଡ।

ନବମ ପଢ଼ୁଥିବା ୧୪ ବର୍ଷିୟା ଝିଅକୁ ବି ଛାଡ଼ିଲାନି।

ନାନା ପ୍ରଲୋଭନ ଦେଖାଇ ଜଙ୍ଗଲକୁ ଡାକି ନେଲା, ଦୁଷ୍କର୍ମ କଲା, ଆଉ ଶେଷରେ ପାପ ଧରାପଡ଼ିଯିବା ଭୟରେ ତଣ୍ଟିଚିପି ମାରିଦେଲା କିଶୋରୀଟିକୁ।

ଯାହାର ସତ ବାହାରିଛି ୭ ଦିନ ପରେ।

ଗଳିତ ମୃତଦେହ ମିଳିଛି ଜଙ୍ଗଲ ଭିତରେ।

ବନ୍ଧା ହୋଇଛି ଜହ୍ଲାଦ ଯୁବକ।

ଏ ହେଉଛି ସେହି ଯୁବକ, ଯାହା ନାଁ ଚନ୍ଦ୍ରକାନ୍ତ ଜେନା।

ଘର ଜଳେଶ୍ବର ଥାନା ସୁଲତାନପୁର।

ସେଦିନ ଥିଲା ଅକଟୋବର ୧୫ ତାରିଖ।

ସମ୍ପର୍କୀୟଙ୍କ କହିବା କଥା, ଡ୍ୟାନ୍ସ ଶିଖିବାକୁ ନିଜର ଜଣେ ଝିଅ ସାଙ୍ଗ ଘରକୁ ଯାଇଥିଲା ମୃତ ନାବାଳିକା।

ଆଉ ସେହି ନାବାଳିକାଟିକୁ ଚନ୍ଦ୍ରକାନ୍ତ ଓରଫ୍ କାହ୍ନୁ ହିଁ ଚାଓମିନ ଏବଂ ବିରିୟାନୀ ଖାଇବାକୁ ଡାକି ନେଇଥିଲା।

ତା'ପରଠୁ ନିଖୋଜ ହୋଇଯାଇଥିଲା ଜଳେଶ୍ବର ଥାନା ଅଞ୍ଚଳର ସେହି ୧୪ ବର୍ଷିୟା ନାବାଳିକା।

କୌଣସି ପତ୍ତା ନମିଳିବାରୁ ଶେଷରେ ୧୮ ତାରିଖରେ ପରିବାର ଲୋକେ ନାମ୍ପୋ ଫାଣ୍ଡିରେ ଏତଲା ଦେଇଥିଲେ।

ଶେଷରେ ଅକଟୋବର ୨୨ରେ ଗାଁ ନିକଟ ଜଙ୍ଗଲରୁ ମିଳିଥିଲା ଗଳିତ ମୃତଦେହ।

ପୋଷାକରୁ ଗାଁ ଲୋକେ ଚିହ୍ନିବା ପରେ ସବୁ ସ୍ପଷ୍ଟ ହୋଇଥିଲା ଘଟଣା।

ଆଉ ଅଭିଯୁକ୍ତ ଚନ୍ଦ୍ରକାନ୍ତ ଜେନାକୁ ପୁଣି ଥରେ ଧରି ପୋଲିସର ଖୋଳତାଡ଼ ପରେ ଫିଟିଥିଲା ହତ୍ୟା ପଛର ସବୁ ରହସ୍ୟ।

Advertisment ପ୍ରଶ୍ନ ଉଠୁଛି, ଝିଅଟିଏ ଏତେଦିନ ଧରି ନିଖୋଜ ପରେ ବି କାହିଁକି ନୀରବ ରହିଥିଲେ ତା'ସାଙ୍ଗ ଓ ପରିବାର ?

ମୃତ ନାବାଳିକା ସହ ଅଭିଯୁକ୍ତର କି ସମ୍ପର୍କ ?

ଯଦି ବି ଦୁଷ୍କର୍ମ କଲା, ହତ୍ୟା ଯାଏଁ କଥା ଗଲା କାହିଁକି ?

୧୫ରୁ ୨୨, ସପ୍ତାହକ ଭିତରେ ଜଙ୍ଗଲ ଭିତରେ ମରଶରୀର ଖିନଭିନ୍ ହୋଇଗଲା କେମିତି ?

୧୮ ତାରିଖରେ ପରିବାର ଲୋକେ ଏତଲା ଦେଇଥିଲେ ବି ଜୀବିତ କିମ୍ବା ମୃତ ଅବସ୍ଥାରେ ପୋଲିସ କାହିଁକି ନାବାଳିକାଟିକୁ ଠାବ କରିପାରିନଥିଲା ?

ଉଦବେଗର ବିଷୟ ହେଉଛି, ମୃତ ନାବାଳିକାର ପରିବାରର ଏତଲା କ୍ରମେ ପୋଲିସ ଅଭିଯୁକ୍ତ ଚନ୍ଦ୍ରକାନ୍ତକୁ ୨ ଦିନ ଯାଏଁ ଫାଣ୍ଡିରେ ରଖି ଛାଡ଼ିଦେଇଥିଲା।

ଆଉ ତା'ପରେ ମୃତଦେହ ମିଳିବାରୁ ଉତ୍ତ୍ୟକ୍ତ ଲୋକେ ଗତକାଲି ବିକ୍ଷୋଭ ପ୍ରଦର୍ଶନ ସହ ସଂପୃକ୍ତ ଅଭିଯୁକ୍ତର ଘରେ ପଶି ଭଙ୍ଗାରୁଜା କରଥିଲେ।

ଆଉ ଆଜି ବି ପୀଡ଼ିତା ପରିବାରକୁ ନ୍ୟାୟ ସହ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ।

ସେପଟେ ପୋଲିସର ଦାୟିତ୍ବହୀନତା ପାଇଁ ନାମ୍ପ ଫାଣ୍ଡି SI କରଣ ମାରାଣ୍ଡିଙ୍କୁ ନିଲମ୍ବନ ଏବଂ ଜଳେଶ୍ୱର IICଙ୍କୁ ବାଲେଶ୍ୱର ବଦଳି କରିଛନ୍ତି ଏସପି।

ଅପରପକ୍ଷେ ଏହି ଘଟଣାକୁ ନେଇ ଜୋର ଧରିଛି ରାଜନୀତି।

ଗ୍ରାଉଣ୍ଡକୁ ଯାଉ ସ୍ଥିତି ଅନୁଧ୍ୟାନ କରିବା ସହ ଜଳେଶ୍ୱର ଥାନାରେ ପୋଲିସର ସହ ଆଲୋଚନା କରିଛି କଂଗ୍ରେସ।

ତାସହ ଦୋଷୀକୁ ଦଣ୍ଡ ସହିତ ୫୦ ଲକ୍ଷ କ୍ଷତିପୂରଣ ଦାବି କରିଛି।

ସେହିପରି ବିଜେଡି ବି ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରି ନ୍ୟାୟ ଦାବି କରିଛି।

ବିଜେପି କହିଛି, ଘଟଣାର ତଦନ୍ତ ଚାଲିଛି, କାହାକୁ ବି ଛଡ଼ାଯିବନି।

Advertisment ୭ ଦିନ ଧରି ଝିଅଟି ନିଖୋଜ ହୋଇଯିବା ଏବଂ ଗଳିତ ମୃତଦେହ ଠାବ ଘଟଣା ପଛର ସମ୍ଭାବ୍ୟ ରହସ୍ୟକୁ ନେଇ ବଢ଼ିଛି ଉଦବେଗ।

ଏହି ଅପରାଧରେ ଆଉ କାହାର ରହିଛି କି ସଂପୃକ୍ତି ?

କେବଳ ଚନ୍ଦ୍ରକାନ୍ତ ଜେନା ନା ଆଉ କିଏ ?

ଅପେକ୍ଷା କି ସତ ସାମ୍ନାକୁ ଆସୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।