JammuKashmir: 'ଗେଟଆଉଟ' କାହିଁକି କହିଲ? ଆଇଏଏସ ଅଧିକାରୀଙ୍କୁ ହଟାଇବାକୁ ଦାବି କଲେ ଫାରୁକ୍ ଅବ୍ଦୁଲ୍ଲା
"ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଜଣେ ମହିଳା JKAS (ଜମ୍ମୁ-କଶ୍ମୀର ଆଡମିନିଷ୍ଟ୍ରେଟିଭ୍ ସର୍ଭିସ୍) ଅଧିକାରୀଙ୍କ ସହ କଥିତ ଦୁର୍ବ୍ୟବହାର ମାମଲାକୁ ନେଇ ରାଜନୀତି ସରଗରମ ହୋଇଛି।
ଜାତୀୟ କନଫରେନ୍ସ (NC) ର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବ୍ଦୁଲ୍ଲା ଏହି ଘଟଣାରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ସେ ସମ୍ପୃକ୍ତ ଆଇଏଏସ ଅଧିକାରୀଙ୍କ ଆଚରଣକୁ ନିନ୍ଦା କରିବା ସହ ତାଙ୍କୁ ତୁରନ୍ତ ଜମ୍ମୁ-କଶ୍ମୀରରୁ ହଟାଇବାକୁ ଦାବି କରିଛନ୍ତି।Advertisment ଶ୍ରୀନଗରରେ ଗଣମାଧ୍ୟମ ସହ ଆଲୋଚନାବେଳେ ଫାରୁକ୍ ଅବ୍ଦୁଲ୍ଲା କହିଛନ୍ତି ଯେ, ଜଣେ ପ୍ରଶାସନିକ ଅଧିକାରୀଙ୍କଠାରୁ ଯେପରି ବୃତ୍ତିଗତ ଆଚରଣ ଆଶା କରାଯାଏ, ସମ୍ପୃକ୍ତ ଆଇଏଏସ ଅଧିକାରୀଙ୍କ ଆଚରଣ ତାହାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ଗ୍ରହଣଯୋଗ୍ୟ ନୁହେଁ।
ଅଧିକାରୀମାନଙ୍କ ମୁଖ୍ୟ କାମ ହେଉଛି ଜନସାଧାରଣଙ୍କ ଅଭିଯୋଗ ଶୁଣିବା ଏବଂ ସେମାନଙ୍କର ସମସ୍ୟା ଦୂର କରିବା।
ଏହିପରି ଦୁର୍ବ୍ୟବହାର କୌଣସି ପରିସ୍ଥିତିରେ ମଧ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଆହୁରି ପଢନ୍ତୁ: Hyundai: ଏର୍ଟିଗା ଓ କ୍ୟାରେନ୍ସକୁ ଟକ୍କର ଦେବାକୁ ଆସୁଛି ହୁଣ୍ଡାଇର ନୂତନ ୭-ସିଟର ଏମପିଭି 'ନେଇରା' ଫାରୁକ୍ ଅବ୍ଦୁଲ୍ଲା କହିଛନ୍ତି ଯେ, ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଘଟଣାର ଭିଡିଓ ଦେଖିବା ପରେ ସେ ଅତ୍ୟନ୍ତ ମର୍ମାହତ ହୋଇଛନ୍ତି।
ଯଦି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଏପରି ଘଟଣା ଘଟିଥାନ୍ତା, ତେବେ ସମ୍ପୃକ୍ତ ଅଧିକାରୀ ଜମ୍ମୁ-କଶ୍ମୀରରେ ଗୋଟିଏ ମିନିଟ୍ ମଧ୍ୟ ତିଷ୍ଠି ପାରି ନଥା'ନ୍ତେ ବୋଲି ସେ କହିଛନ୍ତି।
ସରକାରୀ କର୍ମଚାରୀ ହୁଅନ୍ତୁ କିମ୍ବା ମନ୍ତ୍ରୀ, ସମସ୍ତଙ୍କର ମୂଳ ଲକ୍ଷ୍ୟ ହେଉଛି ଜନସେବା କରିବା ଏବଂ ଲୋକଙ୍କ କଷ୍ଟ ଲାଘବ କରିବା ବୋଲି ସେ ମତ ପ୍ରକାଶ କରିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।