Janhvi Kapoor: ମାଆ ଶ୍ରୀଦେବୀଙ୍କୁ ନେଇ ଜାହ୍ନବୀ କପୁରଙ୍କ ବଡ଼ ଖୁଲାସା, ନାକ ଅସ୍ତ୍ରୋପଚାର ପରେ ବଦଳିଥିଲା ମାଆଙ୍କ ମତ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ନିଜ ମାଆ ତଥା ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ନେଇ ଏକ ଚମକାଇବା ଭଳି ଖୁଲାସା କରିଛନ୍ତି।
ଜାହ୍ନବୀ କହିଛନ୍ତି ଯେ, ସେ ଯେତେବେଳେ ଫିଲ୍ମରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ, ସେତେବେଳେ ତାଙ୍କ ଅଭିନେତ୍ରୀ ହେବା ନେଇ ମାଆ ଶ୍ରୀଦେବୀଙ୍କର ପୂର୍ଣ୍ଣ ବିଶ୍ୱାସ ନଥିଲା।
କିନ୍ତୁ ନାକର ଅସ୍ତ୍ରୋପଚାର ପରେ ତାଙ୍କ ମତ ବଦଳି ଯାଇଥିଲା।
ଜାହ୍ନବୀ ନିଜେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଅସ୍ତ୍ରୋପଚାର ପୂର୍ବରୁ ମାଆଙ୍କୁ ତାଙ୍କଠାରେ ଅଭିନେତ୍ରୀ ହେବାର ଗୁଣ ଦେଖାଯାଉନଥିଲା।
ହେଲେ ଏହା ପରେ ସେ କହିଥିଲେ ଯେ, ତାଙ୍କ ଝିଅଠାରେ ପ୍ରତିଭା ରହିଛି।
ନାକ ଅସ୍ତ୍ରୋପଚାର ପରେ ମାଆ କ'ଣ କହିଥିଲେ?
ଜାହ୍ନବୀ କପୁର ନିଜ ମାଉସୀ ଝିଅ ତଥା ଅଭିନେତ୍ରୀ ମାହେଶ୍ୱରୀଙ୍କ ସହ ଏକ ଆଲୋଚନା ବେଳେ ଏହି କଥା କହିଥିଲେ।
ଏହି ଆଲୋଚନାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।
ମାହେଶ୍ୱରୀ ଜାହ୍ନବୀଙ୍କୁ ପଚାରିଥିଲେ ଯେ, ସେ ଯେତେବେଳେ ଅଭିନେତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ, ସେତେବେଳେ ଶ୍ରୀଦେବୀଙ୍କ ପ୍ରତିକ୍ରିୟା କ'ଣ ଥିଲା?
ଏହାର ଉତ୍ତରରେ ଜାହ୍ନବୀ କହିଥିଲେ ଯେ, ମାଆ ତାଙ୍କୁ କହିଥିଲେ, “ଠିକ୍ ଅଛି, କିନ୍ତୁ ଏଥିପାଇଁ ତୁମକୁ ନିଜର ପୂରା ଜୀବନ ଏହି କାମରେ ଉତ୍ସର୍ଗ କରିବାକୁ ପଡ଼ିବ।” ଶ୍ରୀଦେବୀଙ୍କ ମତରେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ସହଜ ନୁହେଁ।
ଏଠାରେ ଆଗକୁ ବଢ଼ିବା ପାଇଁ ଅନେକ ପରିଶ୍ରମ କରିବାକୁ ପଡ଼େ ଏବଂ ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ଦୃଢ଼ ରଖିବାକୁ ହୁଏ।
ପୂର୍ବରୁ ମାଆଙ୍କର ମୋ ଉପରେ ବିଶ୍ୱାସ ନଥିଲା ଆଲୋଚନା ସମୟରେ ଜାହ୍ନବୀ ନିଜ ନାକର ଅସ୍ତ୍ରୋପଚାର ସମ୍ପର୍କରେ ମଧ୍ୟ ଖୋଲାଖୋଲି କଥା ହୋଇଥିଲେ।
ସେ କହିଥିଲେ, “ମୋତେ ଲାଗୁଛି ଏହି କଥାକୁ ହୁଏତ ଆପଣଙ୍କୁ କାଟି ଦେବାକୁ ପଡ଼ିପାରେ।
କିନ୍ତୁ ନାକର ଅସ୍ତ୍ରୋପଚାର ପୂର୍ବରୁ ମାଆଙ୍କର ମୋ ଉପରେ ବିଶ୍ୱାସ ନଥିଲା।
ତାଙ୍କୁ ଲାଗୁଥିଲା ଯେ, ବୋଧହୁଏ ମୋଠାରେ ସେହି ଗୁଣ ନାହିଁ।
କିନ୍ତୁ ଅସ୍ତ୍ରୋପଚାର ପରେ ସେ କହିଥିଲେ, ହଁ, ଏହାଠାରେ ପ୍ରତିଭା ଅଛି।” ଜାହ୍ନବୀ ଆଗକୁ ନିଜ ମାଆଙ୍କ ଅସ୍ତ୍ରୋପଚାର ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ।
ସେ କହିଥିଲେ ଯେ, ତାଙ୍କ ମାଆଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ଘଟଣା ଘଟିଥିଲା।
ଜାହ୍ନବୀଙ୍କ ଏହି କଥାବାର୍ତ୍ତା ଆଲୋଚନାକୁ ଆହୁରି ରୋଚକ କରିଥିଲା।
ସର୍ଜରି ବିଷୟରେ ଖୋଲାଖୋଲି କହିଥିଲେ ଖୁସି କପୁର ଜାହ୍ନବୀଙ୍କ ସାନ ଭଉଣୀ ଖୁସି କପୁର ମଧ୍ୟ ନିଜର ସର୍ଜରିକୁ ନେଇ ଖୋଲାଖୋଲି କଥା ହୋଇସାରିଛନ୍ତି।
୨୦୨୪ ଅଗଷ୍ଟରେ ଜଣେ ସୋସିଆଲ ମିଡିଆ ୟୁଜର ତାଙ୍କ ଲିପ୍ ଫିଲର୍ ଏବଂ ନାକର ସର୍ଜରି କରାଇଥିବା ନେଇ ମନ୍ତବ୍ୟ ଦେଇଥିଲେ।
ଏହାର ଉତ୍ତରରେ ଖୁସି ମଜାଳିଆ ଢଙ୍ଗରେ କହିଥିଲେ ଯେ, ସେ ଲିପ୍ ଫିଲର୍ ଏବଂ ନାକର ସର୍ଜରି କରାଇଛନ୍ତି।
ପରେ ଏକ ସାକ୍ଷାତକାରରେ ଖୁସି କହିଥିଲେ ଯେ, ସର୍ଜରି କରାଇବା କୌଣସି ବଡ଼ କଥା ନୁହେଁ।
କିନ୍ତୁ ଏ ବିଷୟରେ ଲୋକେ ସତ କହିବା ଉଚିତ।
ସର୍ଜରି କରାଇବା ପରେ ନିଜକୁ ସମ୍ପୂର୍ଣ୍ଣ ପ୍ରାକୃତିକ ବୋଲି କହିବା ଠିକ୍ ନୁହେଁ।
ଏହାଦ୍ୱାରା କମ୍ ବୟସର ପିଲାମାନଙ୍କ ମନରେ ସୌନ୍ଦର୍ଯ୍ୟକୁ ନେଇ ଭୁଲ୍ ଧାରଣା ସୃଷ୍ଟି ହୋଇପାରେ ବୋଲି ସେ ମତ ଦେଇଥିଲେ।
୨୦୧୮ରେ ହୋଇଥିଲା ଶ୍ରୀଦେବୀଙ୍କ ଦେହାନ୍ତ ସୂଚନାଯୋଗ୍ୟ, ଜାହ୍ନବୀ ଏବଂ ଖୁସି କପୁର ୨୦୧୮ ଫେବ୍ରୁଆରୀରେ ନିଜ ମାଆ ଶ୍ରୀଦେବୀଙ୍କୁ ହରାଇଥିଲେ।
୫୪ ବର୍ଷ ବୟସରେ ଦୁବାଇରେ ତାଙ୍କର ଦେହାନ୍ତ ହୋଇଥିଲା।
ସେହି ସମୟରେ ଶ୍ରୀଦେବୀ ନିଜ ଭଣଜା ତଥା ଅଭିନେତା ମୋହିତ ମାରୱାଙ୍କ ବିବାହରେ ଯୋଗଦେବା ପାଇଁ ଦୁବାଇ ଯାଇଥିଲେ।
ଦୁବାଇ ପୁଲିସର ତଦନ୍ତ ଅନୁସାରେ, ଅଚେତ ହେବା ପରେ ହୋଟେଲର ବାଥ୍ଟବ୍ରେ ବୁଡ଼ିଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା।
Diwali: ବନ୍ୟା ବିପନ୍ନଙ୍କ ସହ ଦୀପାବଳି ପାଳିଲା ଗଞ୍ଜାମ ପ୍ରଶାସନ, ବାଣ୍ଟିଲା ସ୍ୱତନ୍ତ୍ର ଉପହାର କିଟ୍ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।