Janmashtami: ଜନ୍ମାଷ୍ଟମୀରେ ଏହି ରାଶିମାନଙ୍କ ପାଇଁ ଶୁଭ ସଂଙ୍କେତ

Sep 02, 2026 - 16:12
Janmashtami: ଜନ୍ମାଷ୍ଟମୀରେ ଏହି ରାଶିମାନଙ୍କ ପାଇଁ ଶୁଭ ସଂଙ୍କେତ

"ଭୁବନେଶ୍ୱର: ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଜନ୍ମାଷ୍ଟମୀ ଚଳିତ ବର୍ଷ ସେପ୍ଟେମ୍ବର ୪ ତାରିଖରେ ପାଳିତ ହେବ।

ଜ୍ୟୋତିଷ ଗଣନା ଅନୁଯାୟୀ, ଏଥର ଜନ୍ମାଷ୍ଟମୀରେ ଚନ୍ଦ୍ର ବୃଷ ରାଶିରେ ଏବଂ ରୋହିଣୀ ନକ୍ଷତ୍ରରେ ରହିବେ।

ଏହା ସହ "ସର୍ବାର୍ଥ ସିଦ୍ଧି ଯୋଗ" ଓ "ହର୍ଷଣ ଯୋଗ"ର ସଂଯୋଗ ମଧ୍ୟ ହେଉଥିବା ଜ୍ୟୋତିଷ ମତରେ କୁହାଯାଇଛି।

ଏହି କାରଣରୁ ଚଳିତ ବର୍ଷର ଜନ୍ମାଷ୍ଟମୀକୁ ଜ୍ୟୋତିଷ ଦୃଷ୍ଟିରୁ ବିଶେଷ ବୋଲି କୁହାଯାଉଛି।Advertisment ୪ ରାଶି ପାଇଁ ଶୁଭ ପୌରାଣିକ ବିଶ୍ୱାସ ଅନୁଯାୟୀ, ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗରେ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ମଧ୍ୟରାତ୍ରି ସମୟରେ ରୋହିଣୀ ନକ୍ଷତ୍ରରେ ଏବଂ ବୃଷ ରାଶିରେ ଚନ୍ଦ୍ର ଥିବା ବେଳେ ଜନ୍ମ ନେଇଥିଲେ।

ଚଳିତ ବର୍ଷ ସମାନ ପ୍ରକାରର ଜ୍ୟୋତିଷୀୟ ସଂଯୋଗ ହେଉଥିବା ଦାବି କରାଯାଉଛି।

୪ ରାଶି ପାଇଁ ଶୁଭ ହୋଇପାରେ ଜନ୍ମାଷ୍ଟମୀ।

ବୃଷ: ଜନ୍ମାଷ୍ଟମୀରେ ବୃଷ ରାଶିରେ ଚନ୍ଦ୍ରଙ୍କ ସ୍ଥିତି ଥିବାରୁ ଏହି ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିପାରେ ବୋଲି ଜ୍ୟୋତିଷ ମତରେ କୁହାଯାଉଛି।

ଆତ୍ମବିଶ୍ୱାସ ବଢ଼ିବା ସହ ଦୀର୍ଘଦିନ ଧରି ଅଟକିଥିବା କାମରେ ଉନ୍ନତି ଆସିପାରେ।

କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିବା ସହ ଆର୍ଥିକ ଲାଭର ସମ୍ଭାବନା ରହିଛି।

ସିଂହ: ସର୍ବାର୍ଥ ସିଦ୍ଧି ଓ ହର୍ଷଣ ଯୋଗର ପ୍ରଭାବରେ ସିଂହ ରାଶିର ଲୋକଙ୍କ କ୍ୟାରିୟର ଓ ବ୍ୟବସାୟରେ ନୂଆ ସୁଯୋଗ ଆସିପାରେ।

ନୂଆ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ସଫଳତା ମିଳିପାରେ।

ସାମାଜିକ ପ୍ରତିଷ୍ଠା ବଢ଼ିବା ସହ ପୁରୁଣା ନିବେଶ କିମ୍ବା ପୈତୃକ ସମ୍ପତ୍ତିରୁ ଲାଭ ମିଳିବାର ଯୋଗ ଥିବା କୁହାଯାଉଛି।

ବିଛା: ବିଛା ରାଶି ପାଇଁ ଚନ୍ଦ୍ରଙ୍କ ସ୍ଥିତି ସମ୍ପର୍କ ଓ ସହଭାଗୀତା କ୍ଷେତ୍ରରେ ଶୁଭ ଫଳ ଦେଇପାରେ।

ଜୀବନସାଥୀଙ୍କ ସହ ସମ୍ପର୍କ ଅଧିକ ମଜବୁତ ହୋଇପାରେ।

ବ୍ୟବସାୟରେ ନୂଆ ଚୁକ୍ତି ହେବା କିମ୍ବା ଦୀର୍ଘଦିନ ଧରି ଅଟକିଥିବା ଟଙ୍କା ଫେରିବାର ସମ୍ଭାବନା ଥିବା ଜ୍ୟୋତିଷ ମତରେ କୁହାଯାଉଛି।

ମକର: ରୋହିଣୀ ନକ୍ଷତ୍ର ଓ ସର୍ବାର୍ଥ ସିଦ୍ଧି ଯୋଗର ସଂଯୋଗ ମକର ରାଶିର ଲୋକଙ୍କ ପାଇଁ ଶୁଭ ହୋଇପାରେ।

ଛାତ୍ରଛାତ୍ରୀ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀଙ୍କୁ ଭଲ ଖବର ମିଳିପାରେ।

ପରିବାରରେ ଖୁସିର ପରିବେଶ ରହିବା ସହ ଆୟର ନୂଆ ଉତ୍ସ ସୃଷ୍ଟି ହୋଇପାରେ ବୋଲି ଜ୍ୟୋତିଷୀୟ ଆକଳନ ରହିଛି।

DGP: ୭କୁ ଘୁଞ୍ଚିଲା ଓଡ଼ିଶା ଡିଜିପି ଚୟନ ମାମଲାର ଶୁଣାଣି ଧାର୍ମିକ ପରମ୍ପରା ଅନୁଯାୟୀ, ଜନ୍ମାଷ୍ଟମୀର ମଧ୍ୟରାତ୍ରିରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଏ।

ଭକ୍ତମାନେ ଶ୍ରୀକୃଷ୍ଣଙ୍କୁ ପଞ୍ଚାମୃତରେ ଅଭିଷେକ କରି ଭୋଗ ଅର୍ପଣ କରିଥାନ୍ତି।

ଏହା ସହ ଶ୍ରୀକୃଷ୍ଣଙ୍କ ନାମ ସ୍ମରଣ ଓ ପୂଜା କରାଯାଏ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।