Missing: ବଂଶଧାରା ନଦୀରେ ବୁଡ଼ି ଜଣେ ବ୍ୟକ୍ତି ନିଖୋଜ

Sep 02, 2026 - 16:12
Missing: ବଂଶଧାରା ନଦୀରେ ବୁଡ଼ି ଜଣେ ବ୍ୟକ୍ତି ନିଖୋଜ

"ରାୟଗଡ଼ା (ଶିବ ପ୍ରସାଦ ଦୋରା): ରାୟଗଡା ଜିଲ୍ଲା ଗୁଣପୁର ବଂଶଧାରା ନଦୀ ବିକ୍ରମପୁର ତୁଠରେ ଗାଧୋଇ ବାକୁ ଯାଇ ଜଣେ ବ୍ୟକ୍ତି ନିଖୋଜ ହୋଇ ଯାଇଛନ୍ତି।

ନିଖୋଜ ବ୍ୟକ୍ତି ଜଣକ କାଶୀପୁର ବ୍ଲକ ଅନ୍ତର୍ଗତ ଚାନ୍ଦଗିରି ଗ୍ରାମର ରୂପ ସିଂ ମାଝୀ ବୋଲି ଜଣାପଡ଼ିଛି।

Advertisment ମିଳିଥିବା ସୁଚନା ଅନୁଯାୟୀ ନିଖୋଜ ବ୍ୟକ୍ତି ଜଣକ ଗୁଣପୁର ଅଂଚଳରେ ରହି ଏକ ଘରୋଇ ବିଦ୍ୟୁତକରଣ ଠିକା ସଂସ୍ଥାରେ ଶ୍ରମିକ ଭାବେ କାମ କରୁଥିଲେ।

ତେବେ ଆଜି ପୂର୍ବାଂହରେ  କିଛି ସହଯୋଗୀଙ୍କ ସହ ବଂଶଧାରା ନଦୀକୁ ଗାଧୋଇବାକୁ ଯାଇଥିଲେ।

ଗାଧୋଇବା ସମୟରେ ନଦୀର ସୁଅ ରେ ଭାସି ଯାଇ ନିଖୋଜ ହୋଇ ଯାଇଥିଲେ।

Heavy Rain: ଜାରି ରହିଛି ଲଗାଣ ବର୍ଷା, ବଂଶଧାରା ନଦୀର ଜଳସ୍ତର ବିପଦ ସଙ୍କେତଠୁ ଅଳ୍ପ ଦୂରରେ ଖବର ପାଇ  ଗୁଣପୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ବୋଟ ସହାୟତା ନେଇ ତଲାସି ଜାରି ରଖିଛନ୍ତି ।ଖବର ଲେଖା ହେବା ସୁଧା ନିଖୋଜ ବ୍ୟକ୍ତିଙ୍କ ଖୋଜ ଖବର ମିଳି ନାହିଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।