Jantarmantar: ଯନ୍ତରମନ୍ତର ପ୍ରତିବାଦ ଉଦ୍ୟମକୁ ନେଇ ୨୦ରୁ ଅଧିକ ଏଫ୍‌ଆଇଆର୍‌

Oct 11, 2026 - 19:59
Jantarmantar: ଯନ୍ତରମନ୍ତର ପ୍ରତିବାଦ ଉଦ୍ୟମକୁ ନେଇ ୨୦ରୁ ଅଧିକ ଏଫ୍‌ଆଇଆର୍‌

"ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତରମନ୍ତରଠାରେ ଶନିବାର ପ୍ରତିବାଦ କରିବାକୁ ଉଦ୍ୟମ ହୋଇଥିବା ଘଟଣାରେ ଦିଲ୍ଲୀ ପୁଲିସ ୨୦ରୁ ଅଧିକ ଏତଲା (ଏଫ୍‌ଆଇଆର୍‌) ରୁଜୁ କରିଛି।

ପୁଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ, ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଏବଂ ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି।

ରବିବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଥିବାବେଳେ ଯନ୍ତରମନ୍ତର ଓ ଏହାର ଆଖପାଖ ଅଞ୍ଚଳରେ ଅଧିକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି।Advertisment ଆହୁରି ପଢନ୍ତୁ: Judgement: ଆସ୍ଥା ଫେରାଇବାକୁ ପ୍ରତିଶ୍ରୁତି ଦେଲେ ସର୍ବୋଚ୍ଚ ଅଦାଲତ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କକ୍ରୋଚ୍‌ ଜନତା ପାର୍ଟି (ସିଜେପି) ଓ ଏହାକୁ ସମର୍ଥନ କରୁଥିବା ଛାତ୍ର ସଂଗଠନଗୁଡ଼ିକ ଶନିବାର ପ୍ରତିବାଦ ଡାକରା ଦେଇଥିଲେ।

ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।

ତେବେ ସୁରକ୍ଷାଗତ କାରଣ ଦର୍ଶାଇ ଦିଲ୍ଲୀ ପୁଲିସ ଏହି ପ୍ରତିବାଦକୁ ଅନୁମତି ଦେଇନଥିଲା।

ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଯନ୍ତରମନ୍ତର ଏକ ସମ୍ବେଦନଶୀଳ ଅଞ୍ଚଳ।

ଏହାର ନିକଟରେ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପ୍ରତିଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ରହିଛି।

ତେଣୁ ଅନୁମତି ବିନା ସମାବେଶ କରିବା ଦ୍ୱାରା ଯାତାୟାତ ଓ ଆଇନଶୃଙ୍ଖଳା ପ୍ରଭାବିତ ହେବାର ଆଶଙ୍କା ଥିଲା।

ଏହି କାରଣରୁ ଶୁକ୍ରବାରଠାରୁ ପୁଲିସ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଥିଲା।

ଅନୁମତି ବିନା ଏକାଠି ହେବା, ସାଧାରଣ ଯାତାୟାତରେ ବାଧା ଦେବା କିମ୍ବା ହିଂସାରେ ସାମିଲ ହେବା ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ କହିଥିଲା।

ଆହୁରି ପଢନ୍ତୁ: Online sale: ୨ ଦିନରେ ଅନଲାଇନ୍ କମ୍ପାନିଙ୍କ ୨୪ ହଜାର କୋଟି ବେପାର: ରିପୋର୍ଟ ପ୍ରତିବାଦ ପାଇଁ ଆୟୋଜକମାନେ ଅକ୍ଟୋବର ୭ ତାରିଖରେ ଅନୁମତି ନିମନ୍ତେ ଆବେଦନ କରିଥିଲେ।

କିନ୍ତୁ ଯନ୍ତରମନ୍ତରରେ ସମାବେଶ ପାଇଁ ଅତି କମ୍‌ରେ ୧୦ ଦିନ ପୂର୍ବରୁ ଆବେଦନ କରିବାର ନିୟମ ଥିବା ପୁଲିସ ଦର୍ଶାଇଛି।

ଏଥିସହ ଜୁଲାଇରେ ନିଟ୍‌ ପରୀକ୍ଷାରେ ଅନିୟମିତତାକୁ ବିରୋଧ କରି ସିଜେପିର ଏକ ପୂର୍ବ ପ୍ରତିବାଦ ସମୟରେ ୨୦୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଥିବା ପୁଲିସ କହିଛି।

ଯନ୍ତରମନ୍ତରରେ ପ୍ରାୟ ଏକ ହଜାର ଲୋକଙ୍କ ପାଇଁ ସୁରକ୍ଷିତ ସମାବେଶ ବ୍ୟବସ୍ଥା ଥିବାରୁ ଅଧିକ ଭିଡ଼କୁ ନେଇ ମଧ୍ୟ ପୁଲିସ ଚିନ୍ତା ପ୍ରକାଶ କରିଛି।

ଅନ୍ୟପକ୍ଷରେ, ଦିଲ୍ଲୀରେ ପ୍ରତିବାଦକାରୀଙ୍କୁ ଅଟକ ରଖିବା ଓ ଯାତାୟାତରେ କଟକଣାକୁ ନେଇ ସୁପ୍ରିମ୍‌କୋର୍ଟ ମଧ୍ୟ ହସ୍ତକ୍ଷେପ କରିଛନ୍ତି।

ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀଙ୍କୁ ବେଆଇନ ଭାବେ ଅଟକ ନ ରଖିବା ଏବଂ ଲୋକଙ୍କ ଯାତାୟାତରେ ଅନାବଶ୍ୟକ ବାଧା ନ ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।