Jharkhand: ପୁଲିସ-ଛାତ୍ର ସଂଘର୍ଷ ନେଇ ୧୪ ଅଭିଯୁକ୍ତ ଓ ୨୦୦ ଅଜ୍ଞାତଙ୍କ ନାଁରେ ୩ ଏତଲା ରୁଜୁ କଲା ରାଞ୍ଚି ପୁଲିସ

Aug 22, 2026 - 22:59
Jharkhand: ପୁଲିସ-ଛାତ୍ର ସଂଘର୍ଷ ନେଇ ୧୪ ଅଭିଯୁକ୍ତ ଓ ୨୦୦ ଅଜ୍ଞାତଙ୍କ ନାଁରେ ୩ ଏତଲା ରୁଜୁ କଲା ରାଞ୍ଚି ପୁଲିସ

"ରାଞ୍ଚି: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଜେପିଏସ୍‌ସି-ଜେଏସ୍‌ଏସ୍‌ସି ଆନ୍ଦୋଳନକାରୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ରାଞ୍ଚି ପୁଲିସ ଶନିବାର ତିନିଟି ଏତଲା ଦାୟର କରିଛି।

ଶୁକ୍ରବାର ଝାଡ଼ଖଣ୍ଡରେ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ବିରୋଧରେ ପ୍ରତିବାଦ କରୁଥିବା ଛାତ୍ରମାନେ ପୁଲିସ ସହିତ ଧସ୍ତାଧସ୍ତି କରିବା ସମୟରେ ସଂଘର୍ଷ ଘଟିଥିଲା।

ପ୍ରତିବାଦ ସମୟରେ କିଛି ଆନ୍ଦୋଳନକାରୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି।କୁନାଲ ପ୍ରତାପ ସିଂହ, ପିୟୂଷ କୁମାର ଓ ରବୀନ୍ଦ୍ର ପାଶୱାନଙ୍କ ପରି ଜେପିଏସ୍‌ସି-ଜେଏସ୍‌ଏସ୍‌ସି ସଂସ୍କାର ମଞ୍ଚ ନେତାଙ୍କ ସମେତ ୧୪ ଜଣ ନାମିତ ଅଭିଯୁକ୍ତ ଓ ୨୦୦ ଅଜ୍ଞାତ ଲୋକଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ରାଞ୍ଚି ସିଟି ଏସ୍‌ପି ପାରସ୍‌ ରାଣା କହିଛନ୍ତି।Advertisment ଆହୁରି ପଢନ୍ତୁ: Dr Chandrabhanu Satapathy: ଗୁରୁଜୀ ଡ.

ଚନ୍ଦ୍ରଭାନୁ ଶତପଥୀଙ୍କ ନାମରେ ଦୁଇଟି ଦିବସ, ଶ୍ରୀଗୁରୁ ଭାଗବତ ନାମରେ ଗୋଟିଏ ଦିବସ ଘୋଷିତ ସରକାରୀ କାର୍ଯ୍ୟରେ ବାଧା ଦେବା ଓ ପୁଲିସ ସହିତ ସଂଘର୍ଷ ଅଭିଯୋଗରେ ଏତଲା ଦାୟର୍‌ ହୋଇଛି।

ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ରୁଟ୍-ଚାର୍ଟ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଗୋଟିଏ ଏତଲା ରୁଜୁ କରିଛି।

ଅନ୍ୟ ଦୁଇଟି ବ୍ୟକ୍ତିବିଶେଷଙ୍କ ଅଭିଯୋଗ ଆଧାରରେ ରୁଜୁ କରାଯାଇଛି।

୧୧ଶ ଓ ୧୩ଶ ଜେପିଏସ୍‌ସି ପରୀକ୍ଷା ଏବଂ ଜେଏସ୍‌ଏସ୍‌ସି-ସିଜିଏଲ୍‌ ମାଧ୍ୟମରେ ନିଯୁକ୍ତି ବାତିଲ କରିବା ନେଇ କିଛି ବିଜ୍ଞପ୍ତି ଉପରେ ହାଇକୋର୍ଟ ସ୍ଥଗିତାଦେଶ ଦେବା ପରେ ଛାତ୍ର ନେତାମାନେ ରାଜ୍ୟ ସରକାର ଚାକିରି ଆଶାୟୀମାନଙ୍କୁ ପ୍ରତାରଣା କରୁଥିବା ଅଭିଯୋଗ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।