Eiffel tower: ମହିଳା କର୍ମଚାରୀଙ୍କୁ ଦୂରେଇ ରଖିବା ଅଭିଯୋଗ; ବନ୍ଦ ହେଲା ଆଇଫେଲ୍ ଟାୱାର
"ପ୍ୟାରିସ: ମହିଳା କର୍ମଚାରୀଙ୍କୁ କାର୍ଯ୍ୟସ୍ଥଳରୁ ଦୂରରେ ରହିବାକୁ କୁହାଯାଇଥିବା ଅଭିଯୋଗକୁ ନେଇ କର୍ମଚାରୀଙ୍କ ପ୍ରତିବାଦ ଯୋଗୁଁ ସୋମବାର ବିଶ୍ୱପ୍ରସିଦ୍ଧ ଆଇଫେଲ୍ ଟାୱାର ସାମୟିକ ଭାବେ ବନ୍ଦ ରହିଥିଲା।
ଶନିବାର ବୋଚାସନୱାସୀ ଅକ୍ଷର ପୁରୁଷୋତ୍ତମ ସ୍ୱାମୀନାରାୟଣ ସଂସ୍ଥା (ବିଏପିଏସ୍) ସହ ଜଡ଼ିତ ପ୍ରାୟ ୧୦୦ ଜଣଙ୍କ ଏକ ଦଳ ଆଇଫେଲ୍ ଟାୱାର ପରିଦର୍ଶନ କରିଥିଲେ।
ଏହି ଗସ୍ତ ସମୟରେ ମହିଳା କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟସ୍ଥଳରୁ ହଟିଯିବାକୁ କୁହାଯାଇଥିବା ଅଭିଯୋଗ ହୋଇଛି।Advertisment ୟୁନିୟନ ପ୍ରତିନିଧି ଡାଏନ୍ ଡାଭୋଇନ୍ କହିଛନ୍ତି, ଧାର୍ମିକ ଦଳଟି ଯେଉଁ ସ୍ଥାନ ଦେଇ ଯାଉଥିଲା, ସେଠାରେ କାମ କରୁଥିବା ମହିଳା କର୍ମଚାରୀଙ୍କୁ ହଟାଇ ଦିଆଯାଇଥିଲା ଏବଂ ସେମାନଙ୍କ ସ୍ଥାନରେ ପୁରୁଷ କର୍ମଚାରୀଙ୍କୁ ରଖାଯାଇଥିଲା।
ଏହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା।
ସୋମବାର ସେମାନେ ଭବିଷ୍ୟତରେ ଲିଙ୍ଗ ଆଧାରରେ ମହିଳାଙ୍କୁ ଏଭଳି ବ୍ୟବହାର ନ କରିବା ଦାବିରେ ବୈଠକ କରିଥିଲେ।
ଫଳରେ ଟାୱାର ଖୋଲିବାରେ ବିଳମ୍ବ ହୋଇଥିଲା।
Eiffel tower: ମହିଳା କର୍ମଚାରୀଙ୍କୁ ଦୂରେଇ ରଖିବା ଅଭିଯୋଗ; ବନ୍ଦ ହେଲା ଆଇଫେଲ୍ ଟାୱାର ଘଟଣାକୁ ନେଇ ଆଇଫେଲ୍ ଟାୱାର ପରିଚାଳନା ସଂସ୍ଥା "ସୋସାଇଟି ଦ"ଏକ୍ସପ୍ଲୋଇଟେସନ୍ ଦେ ଲା ଟୁର୍ ଆଇଫେଲ୍" (ଏସ୍ଇଟିଇ) କହିଛି ଯେ, ଗସ୍ତ ସମୟରେ ମହିଳାଙ୍କ ସହ ଯୋଗାଯୋଗ ସୀମିତ ରଖିବା ପାଇଁ ଅନୁରୋଧ ହୋଇଥିଲା।
ଏଭଳି ସର୍ତ୍ତ ଗ୍ରହଣ କରିବା ଉଚିତ ନଥିଲା ବୋଲି ସଂସ୍ଥା ସ୍ୱୀକାର କରିଛି।
ଏସ୍ଇଟିଇ ଅଧ୍ୟକ୍ଷ ଏରିଏଲ୍ ୱେଲ୍ କହିଛନ୍ତି ଯେ, ଘଟଣାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ।
ପ୍ୟାରିସ୍ ମେୟର ଇମାନୁଏଲ୍ ଗ୍ରେଗୋଆର ଘଟଣାର ତୁରନ୍ତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କୁ କାମ କରିବା ଓ ସ୍ୱାଧୀନ ଭାବେ ଚଳପ୍ରଚଳ କରିବାର ଅଧିକାର ରହିଛି ବୋଲି ସେ କହିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।