Jharpada Durga Puja Committee: ଝାରପଡ଼ା ଦୁର୍ଗାପୂଜା ସମିତି: ‘ଜଗଜ୍ଜନନୀ ମନ୍ଦିର’ ତୋରଣରେ ଦର୍ଶନ ଦେବେ ମା’
"ଭୁବନେଶ୍ବର: ଝାରପଡ଼ା ଦୁର୍ଗାପୂଜା ସମିତି ପକ୍ଷରୁ ଚଳିତ ବର୍ଷ ଦୁର୍ଗାପୂଜା ମହୋତ୍ସବ ସ୍ଥାନୀୟ ଗାଁ ମେଳଣ ପଡ଼ିଆସ୍ଥିତ ପୂଜାମଣ୍ଡପରେ ଅନୁଷ୍ଠିତ ହେବ।
୧୦୦ ଫୁଟ ଲମ୍ବ ଓ ୧୩୦ ଫୁଟ ଓସାର "ଜଗଜ୍ଜନନୀ ମନ୍ଦିର" ତୋରଣରେ ମା" ଏଥର ଦର୍ଶନ ଦେବେ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୂଜା କମିଟିର ମୁଖ୍ୟ ଉପଦେଷ୍ଟା ଜଗନ୍ନାଥ ପ୍ରଧାନ ଏହି ସୂଚନା ଦେଇଛନ୍ତି।
ଏହି ଅବସରରେ ତୋରଣର ଫଟୋଚିତ୍ର ଲୋକାର୍ପିତ ହୋଇଥିଲା।
ମା"ଙ୍କ ମୃଣ୍ମୟୀ ମୂର୍ତ୍ତି ଓ ମଣ୍ଡପର ମୋମେଣ୍ଟୋ ବି ଲୋକାର୍ପିତ ହୋଇଥିଲା।
ଏଥିରେ ଝାରପଡ଼ା ଦୁର୍ଗାପୂଜା ସମିତିର ସଭାପତି ପ୍ରଭାତ ମାର୍ଥା, ସମ୍ପାଦକ ପ୍ରକାଶ ସାମନ୍ତରାୟ, ସୁରେଶ ଚନ୍ଦ୍ର ଜେନା, ଉପସଭାପତି ସୁନୀଲ ଜେନା, ଗ୍ରାମ କମିଟି ସଭାପତି ଗୋରାଚାନ୍ଦ ମଙ୍ଗରାଜ, ସମ୍ପାଦକ ଉମାକାନ୍ତ ଜେନା, ପରିଚାଳନା ସଦସ୍ୟ ରବୀନ୍ଦ୍ର ଜେନା, ମନୋଜ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
Advertisment Anniversary: ସର୍ବୋଦୟ ନେତା ଶ୍ୟାମସୁନ୍ଦର ଦାସଙ୍କ ଜନ୍ମ ଶତ ବାର୍ଷିକୀ ପାଳିତ ଶ୍ରୀ ପ୍ରଧାନ କହିଛନ୍ତି, ଚଳିତବର୍ଷ ମଧ୍ୟ ପୂଜାକୁ କିଛି ନୂଆ ଓ ଅଧିକ ଆକର୍ଷଣୀୟ କରାଯିବ।
ଏଥର ମା"ଙ୍କ ଦର୍ଶନ ପାଇଁ ପୂଜା ପେଣ୍ଡାଲ ଭିତର ଶୀତତାପ ନିୟନ୍ତ୍ରିତ ରହିବ।
ମା" ଦୁର୍ଗାଙ୍କ ମନୋରମ ପ୍ରତିମା ଓ ସୁନେଲି ତାରକସି କାରୁକାର୍ଯ୍ୟରେ ନିର୍ମିତ ଆକର୍ଷଣୀୟ ମେଢ଼ ପୂଜାର ଶୋଭାବର୍ଦ୍ଧନ କରିବ।
ଓଡ଼ିଶାର ପାରମ୍ପରିକ କଳା, କାରୁକାର୍ଯ୍ୟ ଓ ଆଧୁନିକ ରୂପକଳ୍ପନାର ସମନ୍ୱୟରେ ନିର୍ମିତ ହେବାକୁ ଥିବା ଏହି ସୁନେଲି ତାରକସି ମେଢ଼ ଚଳିତ ବର୍ଷର ପୂଜାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବ।
ବ୍ୟାପକ ଆଲୋକସଜ୍ଜା, ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।
ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ୍ ସୁପର୍ ଷ୍ଟାର୍ ଗୋବିନ୍ଦା, ବଲିଉଡ୍ର ପ୍ରସିଦ୍ଧ ଗାୟକ ବିନୋଦ ରାଥୋଡ୍, ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀ ନାୟକଙ୍କ ଭଳି ଜଣାଶୁଣା ଓ ଚର୍ଚ୍ଚିତ କଳାକାର ପ୍ରମୁଖ ଯୋଗ ଦେବେ।
ଶୃଙ୍ଖଳିତ ପୂଜା ପାଇଁ ପାର୍କିଂ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି।
ନିବାସ ଜେନା, ଜହୁର ଖାନ ଓ କଲିମୁଦ୍ଦିନ ଖାନ ପ୍ରମୁଖ ଉପସ୍ଥିତ ଥିଲେ।
Cncroachment: ସରକାରୀ ଜମି ଜବରଦଖଲ, ଷ୍ଟଲ-ଘର ଭାଙ୍ଗିଲା ପ୍ରଶାସନ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।