16 OCTOBER 2026

Welcome!

Unlock your personalized experience.
Sign Up

Jio: ନୂଆ ପର୍ଯ୍ୟାୟରେ ପହଞ୍ଚିଛି ଜିଓ: ଈଶା

Oct 16, 2026 - 06:10
Jio: ନୂଆ ପର୍ଯ୍ୟାୟରେ ପହଞ୍ଚିଛି ଜିଓ: ଈଶା

ଭୁବନେଶ୍ବର: ୨୦୦୯-୧୦ ମସିହା ବେଳକୁ ସେ ଓ ତାଙ୍କ ଭାଇ ଆକାଶ ଆମେରିକାରେ ପଢ଼ୁଥିଲେ। ଛୁଟିରେ ମୁମ୍ବାଇ ଆସିଥିବା ସମୟରେ ତାଙ୍କୁ ଅନ୍‌ଲାଇନ୍‌ରେ ଏକ ଆସାଇନ୍‌ମେଣ୍ଟ ଦାଖଲ କରିବାର ଥିଲା। କିନ୍ତୁ ଇଣ୍ଟରନେଟ୍‌ କାମ ନ କରିବାରୁ ସେ ତାହା ଦାଖଲ କରିପାରି ନ ଥିଲେ। ଏହି ଘଟଣା ପରେ ଭାରତ କାହିଁକି ପଛରେ ରହିବ ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକ ଭଳି ଉନ୍ନତ ଇଣ୍ଟରନେଟ୍‌ ସଂଯୋଗ ଭାରତରେ କାହିଁକି ଉପଲବ୍ଧ ହେବ ନାହିଁ, ତାହାକୁ ନେଇ ଆଲୋଚନା ହୋଇଥିଲା। ଆକାଶ ଏହାର ସମାଧାନ ପାଇଁ ଏକ ଡିଜିଟାଲ୍‌ ଟେକ୍ନୋଲୋଜି ପ୍ଲାଟ୍‌ଫର୍ମ କମ୍ପାନି ଗଢ଼ିବାର ଆବଶ୍ୟକତା ଅନୁଭବ କରିଥିଲେ। ୨୦୧୬ରେ ଜିଓ ଆରମ୍ଭ ହୋଇଥିଲା ଏବଂ ୨୦୨୬ରେ ଏହା ନିଜର ଯାତ୍ରାର ଏକ ନୂଆ ପର୍ଯ୍ୟାୟରେ ପହଞ୍ଚିଛି ‌ବୋଲି ଆଜି ମୁମ୍ବାଇଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏଭଳି କହିଛନ୍ତି ଜିଓ ପ୍ଲାଟ୍‌ଫର୍ମସ୍‌ ଲିମିଟେଡ୍‌ର ନିର୍ଦ୍ଦେଶିକା ଈଶା ଅମ୍ବାନୀ। ଇଶାଙ୍କ ଅନୁସାରେ, ରିଲାଏନ୍ସର ବ୍ୟବସାୟ ଗଢ଼ିବାର ମୁଖ୍ୟ ଆଧାର ହେଉଛି ଦୀର୍ଘମିଆଦୀ ଚିନ୍ତାଧାରା, ବ୍ୟାପକତା ଓ ଦକ୍ଷ କାର୍ଯ୍ୟାନ୍ୱୟନ। 

Election: ୨୬ରୁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ସର୍ଭେ; ଜାନୁଆରି ୧ରେ ଚିଠା

କମ୍ପାନି କେବଳ ଆଜି କିମ୍ବା ଆସନ୍ତାକାଲିକୁ ଦୃଷ୍ଟିରେ ରଖି ବ୍ୟବସାୟ ଗଢ଼େ ନାହିଁ। ଆଗାମୀ ଦଶନ୍ଧିଗୁଡ଼ିକରେ କେଉଁ ପ୍ରକାରର ଆବଶ୍ୟକତା ସୃଷ୍ଟି ହେବ ତାହାକୁ ବିଚାର କରାଯାଏ। ଏହା ସହ ଶିଳ୍ପର ଅର୍ଥନୈତିକ ଚିତ୍ରକୁ ମୂଳରୁ ବଦଳାଇବା ପାଇଁ କେତେ ବଡ଼ ଆକାରରେ ବ୍ୟବସାୟ ଗଢ଼ିବା ଆବଶ୍ୟକ, ତାହା ଉପରେ ଗୁରୁତ୍ୱ ଦିଆଯାଏ। ତୃତୀୟ ଆଧାର ହେଉଛି ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବା। ଇଶା କହିଛନ୍ତି, ଆର୍ଥିକ ଶୃଙ୍ଖଳା ରିଲାଏନ୍ସର କାର୍ଯ୍ୟଧାରାର ଏକ ଅଂଶ। ୨୦୧୯ରେ ତାଙ୍କ ବାପା ମୁକେଶ ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଂଶୀଦାରମାନଙ୍କୁ ୨୦୨୧ ସୁଦ୍ଧା କମ୍ପାନିକୁ ନିଟ୍‌ ଋଣମୁକ୍ତ କରିବାର ପ୍ରତିଶ୍ରୁତି ଦେଇଥିଲେ। ୨୦୨୦ରେ କୋଭିଡ୍‌ ମହାମାରୀ ଓ ବିଶ୍ୱ ଅର୍ଥନୈତିକ ମନ୍ଥରତା ସତ୍ତ୍ୱେ ଧାର୍ଯ୍ୟ ସମୟର ନଅ ମାସ ପୂର୍ବରୁ ଏହି ଲକ୍ଷ୍ୟ ପୂରଣ ହୋଇଥିଲା। ଅଂଶୀଦାରଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନର ଏହା ଏକ ଉଦାହରଣ ବୋଲି ସେ କହିଛନ୍ତି। କମ୍ପାନିର ଆର୍ଥିକ ପରିଚାଳନାରେ ଦୁଇଟି ମୁଖ୍ୟ ଲକ୍ଷ୍ୟ ରହିଛି। ପ୍ରଥମଟି ହେଉଛି ଏକ ସୁଦୃଢ଼ ଆର୍ଥିକ ସ୍ଥିତି ବଜାୟ ରଖିବା ଏବଂ ଦ୍ୱିତୀୟଟି ହେଉଛି ଦୀର୍ଘମିଆଦୀ ଭାବେ ମୁକ୍ତ ନଗଦ ପ୍ରବାହ ବୃଦ୍ଧି କରିବା। ଏହାଦ୍ୱାରା ନିର୍ମାଣ, ନିବେଶ, ବ୍ୟବସାୟ ସମ୍ପ୍ରସାରଣ, ନଗଦ ଆୟ ଏବଂ ପୁନଃନିବେଶର ଏକ ଚକ୍ର ଜାରି ରହିଥାଏ। 

Supreme Court : ଏସ୍‌ଆଇଆର୍‌ ବିରୋଧରେ ରାହୁଲଙ୍କ ଆବେଦନ: ନିର୍ବାଚନ କମିସନ ଓ ୩ ଆୟୁକ୍ତଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍‌

ରିଲାଏନ୍ସର ମୂଳମନ୍ତ୍ର ହେଉଛି ‘ବିକାଶ ହିଁ ଜୀବନ’। ୧୯୭୭ରେ ତାଙ୍କ ଜେଜେବାପା ଧୀରୁଭାଇ ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌କୁ ପୁଞ୍ଜିବଜାରରେ ପଞ୍ଜୀକୃତ କରାଇଥିଲେ। ସେବେଠାରୁ କମ୍ପାନି ଅଂଶୀଦାରଙ୍କୁ ବାର୍ଷିକ ହାରାହାରି ୨୯ ପ୍ରତିଶତ ରିଟର୍ଣ୍ଣ ଦେଇଆସିଛି ବୋଲି ଇଶା କହିଛନ୍ତି। ଧୀରୁଭାଇଙ୍କୁ ସ୍ମରଣ କରି ଇଶା କହିଛନ୍ତି, ତାଙ୍କ ପାଇଁ ରିଲାଏନ୍ସ କେବଳ ଏକ କମ୍ପାନି ନ ଥିଲା। ଏହା ଥିଲା ପ୍ରତ୍ୟେକ ଭାରତୀୟଙ୍କୁ ଦେଶର ବିକାଶରେ ଭାଗ ନେବା, ସମୃଦ୍ଧିର ଲାଭ ପାଇବା ଓ ଉନ୍ନତ ଭବିଷ୍ୟତର ସ୍ୱପ୍ନ ଦେଖିବା ନେଇ ସୁଯୋଗ ଦେବାର ଏକ ପ୍ରତିଶ୍ରୁତି। ଧୀରୁଭାଇ ଫୁଟ୍‌ବଲ୍‌ ଷ୍ଟାଡିୟମ୍‌ଗୁଡ଼ିକରେ ହଜାର ହଜାର ଲୋକଙ୍କୁ ଏକାଠି କରି ଏକ ଶକ୍ତିଶାଳୀ, ଆତ୍ମବିଶ୍ୱାସୀ ଓ ସମୃଦ୍ଧ ଭାରତର ସ୍ୱପ୍ନ ଦେଖାଉଥିଲେ। ତାଙ୍କ ବାର୍ତ୍ତା ଥିଲା—ବଡ଼ ସ୍ୱପ୍ନ ଦେଖ, ନିର୍ଭୀକ ହୁଅ, ବଡ଼ ଚିନ୍ତା କର ଏବଂ ନିରନ୍ତର ନୂତନତ୍ୱ ମାଧ୍ୟମରେ ଉତ୍କର୍ଷ ହାସଲ କର। ତିନି ପିଢ଼ି ପରେ ମଧ୍ୟ ସେ ଓ ତାଙ୍କ ଦୁଇଭାଇ ଆକାଶ ଓ ଅନନ୍ତ ଏହି ଚିନ୍ତାଧାରାକୁ ଆଗକୁ ନେବା ସହ ଲକ୍ଷ ଲକ୍ଷ ଅଂଶୀଦାରଙ୍କ ବିଶ୍ୱାସ ଓ ଆସ୍ଥାକୁ ବଜାୟ ରଖିବା ପାଇଁ ପ୍ରତିବଦ୍ଧ ବୋଲି ଈଶା କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।