Jio IPO: ଜିଓ ଆଇପିଓକୁ ସେବିର ମଞ୍ଜୁରି
"ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଡିଜିଟାଲ ସର୍ଭିସ ଶାଖା ଜିଓ ପ୍ଲାଟଫର୍ମସର ପ୍ରସ୍ତାବିତ ୩.୮ ବିଲିଅନ ଡଲାର (ପ୍ରାୟ ୩୭,୭୦୦ କୋଟି ଟଙ୍କା) ଆଇପିଓକୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଆଜି ମଞ୍ଜୁରି ପ୍ରଦାନ କରିଛି।
ଏହାଦ୍ବାରା ଦେଶର ସର୍ବବୃହତ୍ ଆଇପିଓ ଜିଓ ପକ୍ଷରୁ ଅଣାଯିବା ନେଇ ପଥ ପରିସ୍କାର ହୋଇଛି।
Advertisment ପ୍ରସ୍ତାବିତ ଆଇପିଓ ପାଇଁ ଜିଓ ସେବି ନିକଟରେ ଗତ ଜୁନ ମାସରେ ଡାଫ୍ଟ ଦସ୍ତାବିଜ ଦାଖଲ କରିଥିଲା।
୨୦୨୪ ମସିହାରେ ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ ଆଣିଥିବା ରେକର୍ଡ ୩.୩ ବିଲିଅନ ଡଲାର ମୂଲ୍ୟର ଆଇପିଓ ତୁଳନାରେ ଏହା ବଡ଼।
ଆଇପିଓ ଜରିଆରେ ଜିଓ ୨୭ କୋଟି ପର୍ଯ୍ୟନ୍ତ ସେୟାର ବିକ୍ରି କରିବା ଯୋଜନା ରଖିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।