Daughter's education: ଝିଅର ପାଠପଢ଼ା ପାଇଁ ମା’ର ଦୌଡ଼

Sep 03, 2026 - 06:27
Daughter's education: ଝିଅର ପାଠପଢ଼ା ପାଇଁ ମା’ର ଦୌଡ଼

"ପାଦରେ ନଥିଲା ମହଙ୍ଗା ଜୋତା, ଦେହରେ ନଥିଲା କୌଣସି ଖେଳ ପୋଷାକ।

ଥିଲା କେବଳ ଏକ ସାଧାରଣ ଶାଢ଼ି, ଚପଲ ଓ ଝିଅ ପାଇଁ କିଛି କରିବାର ଅଦମ୍ୟ ଇଚ୍ଛା।

ଏହି ଇଚ୍ଛାଶକ୍ତି ହିଁ ମହାରାଷ୍ଟ୍ରର ୪୭ ବର୍ଷୀୟା ରମାବାଇ ରଣବୀରଙ୍କୁ ୩ କିଲୋମିଟର ଦୌଡ଼ାଇ ଦେଇଥିଲା।

ଶେଷରେ ଯୁବ ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ସେ  ବିଜୟୀ ହୋଇଥିଲେ।

ହିଙ୍ଗୋଲି ଜିଲ୍ଲାର ପୋଟ୍ରା ଗାଁର ରମାବାଇଙ୍କ ଜୀବନ ଖୁବ୍ ସଂଘର୍ଷମୟ।

୨୦୧୨ରେ ସ୍ୱାମୀଙ୍କୁ ହରାଇବା ପରେ ସେ ଏକାକୀ ଦୁଇ ଝିଅଙ୍କ ଦାୟିତ୍ୱ ନେଉଛନ୍ତି।

ଝିଅମାନଙ୍କ ଭବିଷ୍ୟତ ଗଢ଼ିବା ପାଇଁ ସେ ଅମ୍ବାଜୋଗାଇ ସହରର ଏକ ପୁଲିସ ପ୍ରଶିକ୍ଷଣ ଏକାଡେମୀରେ ରୋଷେୟା ଭାବେ କାମ କରନ୍ତି।

କିଛି ଦିନ ତଳେ ତାଙ୍କ ସାନ ଝିଅ ଆରତି ଖାଦ୍ୟ ଓ ଘରଭଡ଼ା ପାଇଁ ତାଙ୍କୁ ଟଙ୍କା ମାଗିଥିଲେ।

କିନ୍ତୁ ରମାବାଇଙ୍କ ହାତରେ ଟଙ୍କା ନଥିଲା।Advertisment Elephant: କନ୍ଧମାଳରେ ଦନ୍ତା ହାତୀ ଉପଦ୍ରବ; ନଷ୍ଟ କଲେ ଫସଲ ଠିକ୍‌ ସେହି ସମୟରେ ଏକାଡେମୀରେ ଏକ ଦୌଡ଼ ପ୍ରତିଯୋଗିତା ହେଉଥିବା ସେ ଜାଣିବାକୁ ପାଇଲେ।

ପୁରସ୍କାର ଟଙ୍କା ଝିଅର ପାଠପଢ଼ାରେ କାମରେ ଆସିବ ବୋଲି ଭାବି ସେ ଦୌଡ଼ରେ ଭାଗ ନେବାକୁ ସ୍ଥିର କଲେ।

ଦୌଡ଼ରେ ଅନ୍ୟ ଯୁବକଯୁବତୀ ସ୍ପୋର୍ଟସ୍‌ ଜୋତା ଓ ଟ୍ରାକ୍‌ସୁଟ୍‌ ପିନ୍ଧି ପ୍ରସ୍ତୁତ ଥିଲେ।

ରମାବାଇ ସାଧାରଣ ଶାଢ଼ି ଓ ଚପଲ ପିନ୍ଧି ଦୌଡ଼ିବାକୁ ଆସିଥିଲେ।

ଦୌଡ଼ ଆରମ୍ଭ ହେବାର କିଛି ସମୟ ପରେ ତାଙ୍କ ଚପଲ ଖସିବାକୁ ଲାଗିଲା।

କିନ୍ତୁ ସେ ଅଟକିଲେ ନାହିଁ।

ଚପଲକୁ ହାତରେ ଧରି ଖାଲି ପାଦରେ ଦୌଡ଼ିବା ଆରମ୍ଭ କଲେ।

ଶେଷରେ ରମାବାଇ ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ପ୍ରଥମେ ଫିନିସିଂ ଲାଇନ୍‌ରେ ପହଞ୍ଚିଲେ।

ଦୌଡ଼ ଜିତିବା ପରେ ତାଙ୍କୁ ୫ ହଜାର ଟଙ୍କା ପୁରସ୍କାର ମିଳିଛି।

ରମାବାଇ ତାକୁ ଝିଅର ପାଠପଢ଼ା ପାଇଁ ଖର୍ଚ୍ଚ କରିବେ।

Nepal flood: ଟନେଲ୍‌ରେ ଫସିଥିବା ଶ୍ରମିକଙ୍କୁ ଛାଡ଼ି ପଳାଇଥିଲେ ଚୀନ୍‌ ସୁପରଭାଇଜର"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।