Job: ସାମସଙ୍ଗରେ ୧୦୦ ଅଧିକାରୀଙ୍କୁ ଛଟେଇ

Sep 08, 2026 - 23:36
Job: ସାମସଙ୍ଗରେ ୧୦୦ ଅଧିକାରୀଙ୍କୁ ଛଟେଇ

"ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଇଲେକ୍ଟ୍ରୋନିକ୍ସ କମ୍ପାନି ସାମସଙ୍ଗ ଭାରତରେ ପ୍ରାୟ ୧୦୦ ଜଣ ଅଧିକାରୀଙ୍କୁ ଚାକିରିରୁ ଛଟେଇ କରିଛି।

କମ୍ପାନିର ଟେଲିଭିଜନ୍‌ ଓ ଘରୋଇ ଉପକରଣ ବ୍ୟବସାୟରେ ଏହି ଛଟେଇ ହୋଇଛି।

ଗତ କିଛି ଦିନ ହେବ କମ୍ପାନି କର୍ମଚାରୀଙ୍କୁ ନୋଟିସ୍‌ ପଠାଉଛି।

କିଛି କର୍ମଚାରୀଙ୍କୁ ନୋଟିସ୍‌ ପିରିୟଡ୍‌ର ସୁଯୋଗ ନ ଦେଇ ଚାକିରି ଛାଡ଼ିବାକୁ କୁହାଯାଇଛି।

Advertisment କର୍ମଚାରୀଙ୍କୁ ନୋଟିସ୍‌ ପିରିୟଡ୍‌ ଶେଷ କରିବାର ସୁଯୋଗ ନଦେଇ ତୁରନ୍ତ ଚାକିରି ଛାଡ଼ିବାକୁ କୁହାଯାଇଥିବା ମଧ୍ୟ ଜଣାପଡ଼ିଛି।

ନିର୍ଦ୍ଦେଶକ ସ୍ତରର ଅଧିକାରୀ, ଟିମ୍‌ ଲିଡର୍‌, ମୁଖ୍ୟ କାର୍ଯ୍ୟାଳୟ ଅଧିକାରୀ, ଶାଖା ପ୍ରବନ୍ଧକ ଓ ଏରିଆ ମ୍ୟାନେଜର୍‌ ବର୍ଗ‌ରେ ଛଟେଇ ହୋଇଛି।

Fake job: ଚାକିରି ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ ସୂଚନା ଅନୁସାରେ ଆଗାମୀ ଦିନରେ ସାମସଙ୍ଗର ଛଟେଇ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି।

ଏହାର ସେଲ୍‌ସ, ମାର୍କେଟିଂ ଓ ଇଲେକ୍ଟ୍ରୋନିକ୍ସ ବ୍ୟବସାୟରେ ୨୫ ପ୍ରତିଶତ ଛଟେଇ ହୋଇପାରେ।

କେବଳ ଇଲେ‌କ୍ଟ୍ରୋନିକ୍ସ କାରବାର ପାଇଁ ୬୦୦ ପାଖାପାଖି ଅଧିକାରୀ କାମ କରୁଛନ୍ତି।

ସେଥିରୁ ୧୫୦ ଜଣ ଚାକିରି ହରାଇବା ଆଶଙ୍କା ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।