Job Scam: ଚାକିରି ଲୋଭ ଦେଖାଇ ନାଗପୁର ଯୁବତୀଙ୍କୁ ପର୍ତ୍ତୁଗାଲ୍‌ରେ ବିକ୍ରି କଲା ''ୱି ମାଇଗ୍ରେଟ୍''

Aug 08, 2026 - 15:16
Job Scam: ଚାକିରି ଲୋଭ ଦେଖାଇ ନାଗପୁର ଯୁବତୀଙ୍କୁ ପର୍ତ୍ତୁଗାଲ୍‌ରେ ବିକ୍ରି କଲା ''ୱି ମାଇଗ୍ରେଟ୍''

"ପୁଣେ: ବିଦେଶରେ ଉଚ୍ଚ ଦରମାର ଚାକିରି ଦେବାର ପ୍ରଲୋଭନ ଦେଖାଇ ନାଗପୁରର ଜଣେ ୨୮ ବର୍ଷୀୟା ଯୁବତୀଙ୍କୁ ପର୍ତ୍ତୁଗାଲ୍‌ ଚାଲାଣ କରାଯିବା ଏବଂ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।

ପୁଣେ ସ୍ଥିତ ''ୱି ମାଇଗ୍ରେଟ୍'' ନାମକ ଏକ ସଂସ୍ଥା ଯୁବତୀଙ୍କୁ ପର୍ତ୍ତୁଗାଲ୍‌ରେ କ୍ୟାସିୟର ଭାବେ ମାସିକ ୧ଲକ୍ଷ ୫୦ ହଜାର ଟଙ୍କାର ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇ ଭିସା ଓ ଅନ୍ୟାନ୍ୟ କାଗଜପତ୍ର ନାଁରେ ପ୍ରାୟ ୧୧ ଲକ୍ଷ ଟଙ୍କା ଠକି ନେଇଥିଲା।Advertisment ମଦ ଦୋକାନ ମାଲିକଙ୍କୁ ବିକ୍ରି ଜୁଲାଇ ମାସରେ ଯୁବତୀଜଣକ ପର୍ତ୍ତୁଗାଲ୍‌ରେ ପହଞ୍ଚିବା ପରେ ଅଭିଯୁକ୍ତ ଏଜେଣ୍ଟମାନେ ତାଙ୍କ ପାସପୋର୍ଟ ଛଡ଼ାଇ ନେଇ ତାଙ୍କୁ ଦୁଇ ଦିନ ପର୍ଯ୍ୟନ୍ତ ବନ୍ଦୀ କରି ରଖିଥିଲେ।

ପରବର୍ତ୍ତୀ ସମୟରେ ତାଙ୍କୁ ଜଣେ ମଦ ଦୋକାନ ମାଲିକଙ୍କୁ ବିକ୍ରି କରିଦିଆଯାଇଥିଲା, ଯେଉଁଠାରେ ତାଙ୍କୁ ବାଧ୍ୟତାମୂଳକ ଭାବେ କାମ କରାଯାଉଥିଲା ଏବଂ ଅମାନୁଷିକ ନିର୍ଯାତନା ଦିଆଯାଉଥିଲା।

ପାସପୋର୍ଟ ଫେରସ୍ତ ମାଗିବାରୁ ସେମାନେ ଆହୁରି ଅଧିକ ଟଙ୍କା ଦାବି କରିଥିଲେ।

ପ୍ରାୟ ମାସେ କାଳ ନିର୍ଯାତନା ସହିବା ପରେ ଯୁବତୀ ଜଣକ ସାହସ ଜୁଟାଇ ସେଠାରୁ ଖସି ଆସିଥିଲେ।

ସେ ବସ୍ ଯୋଗେ ଲିସବନ୍ ଏବଂ ପରେ ମାଡ୍ରିଡ୍ ହୋଇ ଦୋହା ଦେଇ ଭାରତ ଫେରିବାକୁ ସକ୍ଷମ ହୋଇଥିଲେ।

Death: ପୁଲିସ ବାବୁଙ୍କ ମଦ୍ୟପ ପୁଅର କାର ଧକ୍କାରେ ବୃଦ୍ଧାଙ୍କ ଶୋଚନୀୟ ମୃତ୍ୟୁ ଭାରତ ଫେରିବା ପରେ ମଧ୍ୟ ଠକମାନେ ତାଙ୍କୁ ମାଲ୍ଟାରେ ଚାକିରି କରାଇଦେବା ବାହାନାରେ ଆଉ ୩ ଲକ୍ଷ ଟଙ୍କା ମାଗିଥିଲେ।

ଟଙ୍କା ଦେବାକୁ ମନା କରିବାରୁ ସେମାନେ ଯୁବତୀଙ୍କ ସ୍ୱାମୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

ଏଥିରେ ଅତିଷ୍ଠ ହୋଇ ଯୁବତୀଜଣକ ପୁଣେ ପୁଲିସର ଦ୍ୱାରସ୍ଥ ହୋଇଥିଲେ।

ପୁଲିସ୍ ''ୱି ମାଇଗ୍ରେଟ୍''ର ପରିଚାଳକଙ୍କ ସହ ୮ ଜଣଙ୍କ ବିରୋଧରେ ମାନବ ଚାଲାଣ, ଠକେଇ ଏବଂ ବଳପୂର୍ବକ ଅର୍ଥ ଆଦାୟ ଅଭିଯୋଗରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।