Journalist: ଜାତୀୟ ରାଜପଥରେ ଅସାମାଜିକଙ୍କ ଆତଙ୍କ, ସାମ୍ବାଦିକଙ୍କ ଗାଡ଼ି ଉପରେ ଅତର୍କିତ ଆକ୍ରମଣ
"ଯାଜପୁର: ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳରେ ଜାତୀୟ ରାଜପଥ-୧୬ରେ ଜଣେ ସାମ୍ବାଦିକଙ୍କ ଗାଡ଼ିକୁ କିଛି ଯୁବକ ଅଟକାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ମଙ୍ଗଳବାର ବିଳମ୍ବିତ ରାତିରେ ନଗୁଆଁ ନିକଟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ନଗୁଆଁ ଛକରୁ ଏକ ଡିଜେ ଗାଡ଼ି ରାଜପଥକୁ ଆସୁଥିବା ବେଳେ ରଗଡ଼ି ଦିଗରୁ ସାମ୍ବାଦିକ ଅଭୟ ପତି ନିଜ ଗାଡ଼ିରେ ଆସୁଥିଲେ।
ଏହି ସମୟରେ କିଛି ଯୁବକ ରାସ୍ତା ମଝିକୁ ଆସି ଗାଡ଼ିଗୁଡ଼ିକୁ ଅଟକାଇଥିଲେ।
ଅଭୟଙ୍କ ଅଭିଯୋଗ ଅନୁସାରେ, ଯୁବକମାନେ କୋରେଇ ବିଧାୟକଙ୍କ ନାଁ ନେଇ ତାଙ୍କ ଗାଡ଼ିର ବନେଟ୍କୁ ପିଟାପିଟି କରିଥିଲେ।
ଭୟଭୀତ ହୋଇ ସେ ଗାଡ଼ିନେଇ ଘଟଣାସ୍ଥଳରୁ ଚାଲିଆସିଥିବା କହିଛନ୍ତି।
ଏହି ଘଟଣାରେ ଗାଡ଼ିର ମିରର୍ ଭାଙ୍ଗିଯିବା ସହ ବନେଟ୍ ଚେପା ହୋଇଥିବା ଅଭିଯୋଗ ହୋଇଛି।
ଘଟଣାକୁ ନେଇ ସାମ୍ବାଦିକ ଶ୍ରୀ ପତି ଯାଜପୁରରୋଡ ଏସ୍ଡିପିଓ, ଯାଜପୁରରୋଡ୍ ଥାନା ଆଇଆଇସି ଏବଂ କୋରେଇ ଥାନା ଆଇଆଇସିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।Advertisment ଓଡ଼ିଶା ସାମ୍ବାଦିକ ସଂଘ ପକ୍ଷରୁ ଚେତାବନୀ ଅନ୍ୟପକ୍ଷରେ, ରାଜପଥ ଉପରେ ଏଭଳି ଘଟଣା ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।
ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ତୁରନ୍ତ ଆଇନଗତ ପଦକ୍ଷେପ ନେବାକୁ ସାମ୍ବାଦିକ ମହଲରୁ ଦାବି ହୋଇଛି।
୨୪ ଘଣ୍ଟା ମଧ୍ୟରେ ଆକ୍ରମଣକାରୀଙ୍କୁ ଗିରଫ କରା ନଗଲେ ଯାଜପୁର ସାମ୍ବାଦିକ ସଂଘ ପକ୍ଷରୁ ଏସ୍ପି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଓଡ଼ିଶା ସାମ୍ବାଦିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
Bee Attack: ମହୁମାଛି ଆକ୍ରମଣରେ ପାଞ୍ଚ ଗୁରୁତର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।