Journalists Save Woman: ଦିବ୍ୟାଙ୍ଗ ଯୁବତୀଙ୍କ ଚରମ ନିଷ୍ପତ୍ତି, ଜୀବନ ହାରିବାକୁ ଉଦ୍ୟମ ବେଳେ ଅଟକାଇଲେ ସାମ୍ବାଦିକ
ଦିବ୍ୟାଙ୍ଗ ଯୁବତୀଙ୍କ ଜୀବନ ହାରିବାକୁ ଉଦ୍ୟମ। ବାଲେଶ୍ବର ଟାଉନ୍ ଥାନା ବୁଢ଼ାବଳଙ୍ଗ ନଦୀ ବାଲିଘାଟ ପୋଲ ଉପରେ ଜୀବନ ହାରିବାକୁ ଉଦ୍ୟମ ବେଳେ ଅଟକାଇଲେ ସାମ୍ବାଦିକ। ଜମି ବାଡ଼ି ବିବାଦକୁ ନେଇ ଦୀର୍ଘ ଦିନ ଧରି ପୋଲିସ ବିଭାଗରୁ ନ୍ୟାୟ ନମିଳିବା ଅଭିଯୋଗ କରି ଏଭଳି ପଦକ୍ଷେପ ନେଇଥିବା ଜଣା ପଡ଼ିଛି।
ଦେହରେ କିରୋସିନି ଢାଳି ହାତରେ ଲାଇଟର ଧରି ବାଲିଘାଟ ପୋଲ ଅଭିମୁଖେ ଯାଉଥିବା ବେଳେ ସନ୍ଦେହ ଜନକ ଭାବେ ପିଛା କରିଥିଲେ କିଛି ସାମ୍ବାଦିକ। ପରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଅଟକାଇ ପୋଲିସକୁ ଜିମା ଦେଇଛନ୍ତି। ଯୁବତୀ ଜଣକ ବାଲେଶ୍ବର କୁରୁଡ଼ା ଅଞ୍ଚଳର ବୋଲି ଜଣାପଡିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।