Judgement: ଗୁଟକା, ତମାଖୁ ପାନମସଲା କଟକଣା ସଂପର୍କିତ ବିଜ୍ଞପ୍ତିକୁ ବିରୋଧ

Oct 13, 2026 - 08:24
Judgement: ଗୁଟକା, ତମାଖୁ ପାନମସଲା କଟକଣା ସଂପର୍କିତ ବିଜ୍ଞପ୍ତିକୁ ବିରୋଧ

"କଟକ: ଚିୱିଙ୍ଗ ଟବା‌କୋ ବା ଗୁଟୁକା ଉପରେ କଟକଣା ଜାରି କରି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିକୁ ନେଇ ଦେଖା ଦେଇଥିବା ବିବାଦର ସାନି ବିଚାର ପାଇଁ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ନିକଟକୁ ହାଇକୋର୍ଟ ମାମଲାକୁ ପଠାଇଛନ୍ତି।

ନିର୍ଦ୍ଦିଷ୍ଟ କେତେକ ପ୍ରସଂଗରେ ଦ୍ବନ୍ଦ୍ବ ରହିଛି ବୋଲି ଶୁଣାଣି ବେଳେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା।

ଏଥି ସହିତ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀଙ୍କ ତରଫରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା।

Advertisment ଅନ୍ୟପକ୍ଷରେ ମାମଲାକୁ ରାଜ୍ୟ ସରକାରଙ୍କ ତରଫରୁ ବିରୋଧ କରାଯିବା ସହିତ ଚିୱିଙ୍ଗ ଟବା‌କୋ ବା ଗୁଟୁକା ଉପରେ କଟକଣା ଜାରି କରି ପ୍ରକାଶିତ ବିଜ୍ଞପ୍ତି ଆଇନ ସମ୍ମତ ବୋଲି ଦର୍ଶାଯାଇଥିଲା।

ସଂପୃକ୍ତ ପ୍ରସଂଗରେ ସ୍ପଷ୍ଟୀକରଣ ଲୋଡ଼ି ଆବେଦନକାରୀଙ୍କ ପକ୍ଷରୁ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆବେଦନ ଦାୟର କରାଯିବ।

ଏହାପରେ ଜଣିକିଆ ବିଚାରପତି ମାମଲାର ସାନି ଶୁଣାଣି କରିବେ ବୋଲି ହାଇକୋର୍ଟ କହିବା ସହିତ ଆବେଦନକାରୀଙ୍କ ରିଟ ଅପିଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଚିୱିଙ୍ଗ ଟବାକୋ ଉତ୍ପାଦନ ଓ ବିକ୍ରି କରୁଥିବା କଟକର ଏକ କମ୍ପାନି ପକ୍ଷରୁ ଦାୟର ରିଟ ଅପିଲର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

କ"ଣ ଥିଲା ମାମଲା?ମାମଲାର ବିବରଣୀରୁ ପ୍ରକାଶ ଯେ ଚିୱିଙ୍ଗ ଟବା‌କୋ ବା ଗୁଟୁକା ଉପରେ କଟକଣା ଜାରି କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୨୦୨୬, ଜାନୁଆରି ୨୧ରେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା।

ରାଜ୍ୟରେ ଗୁଟକା, ତମାଖୁଯୁକ୍ତ ପାନମସଲା ଉପରେ ଏପରି ବିଜ୍ଞପ୍ତି ମାଧ୍ୟମରେ କଟକଣା ଜାରି କରାଯାଇଥିଲା।

ଏହି ବିଜ୍ଞପ୍ତିକୁ ବିରୋଧ କରି ହାଇକୋର୍ଟରେ କେତେକ ମାମଲା ଦାୟର ହୋଇଥିଲା।

ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାନୁଆରି ୨୧ର ବିଜ୍ଞପ୍ତିରେ ହସ୍ତକ୍ଷେପ କରିବାକୁ ମନା କରିବା ସହିତ ଏହାକୁ ଚାଲେଞ୍ଜ କରି ଚିୱିଙ୍ଗ ଟବା‌କୋ ଉତ୍ପାଦନ ଓ ବିକ୍ରି କରୁଥିବା କମ୍ପାନି ଗୁଡ଼ିକ ତରଫରୁ ଦାୟର ୪ଟି ମାମଲାକୁ ଅଗଷ୍ଟ ୨୧ରେ ଖାରଜ କରିଥିଲେ।

ଏଥି ସହିତ ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରି ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶକୁ ହାଇକୋର୍ଟ ଉଠାଇ ଦେଇଥିଲେ।

High Court Judgement: "ଲିଭ୍‌-ଇନ୍‌"ରେ ଥିବା ଯୁବକ-ଯୁବତୀଙ୍କ ଆବେଦନ ଓଡ଼ିଶା ହାଇକୋର୍ଟରେ ଖାରଜ ସ୍ୱାସ୍ଥ୍ୟ ଓ ଜୀବନର ଅଧିକାର ଅଧିକ ଗୁରୁତ୍ୱପୂର୍ଣ୍ଣପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଥିଲା ଯେ ସମ୍ବିଧାନର ଧାରା ୪୭ ଅନୁଯାୟୀ ଜନସ୍ୱାସ୍ଥ୍ୟର ସୁରକ୍ଷା କରିବା ରାଜ୍ୟର ମୌଳିକ କର୍ତ୍ତବ୍ୟ।

ବ୍ୟବସାୟିକ ସ୍ୱାର୍ଥ ଅପେକ୍ଷା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ଜୀବନର ଅଧିକାର ଅଧିକ ଗୁରୁତ୍ୱପୂର୍ଣ୍ଣ।

ଜାନୁଆରି ୨୧ର ବିଜ୍ଞପ୍ତି ଖାଦ୍ୟ ସୁରକ୍ଷା ଓ ମାନକ (ବିକ୍ରିୟ ନିଷେଧ ଓ ପ୍ରତିବନ୍ଧକ) ନିୟମାବଳୀ, ୨୦୧୧ ଓ ଏଫଏସଏସଏ କାର୍ଯ୍ୟକାରିତା ପାଇଁ ଲାଗୁ ହେବ।

ସରକାରଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଏଫଏସଏସଏ ନିୟମାବଳୀର ଅନୁପାଳନ ପାଇଁ ଉଦ୍ଦିଷ୍ଟ ବୋଲି ହାଇକୋର୍ଟ କହିଥିଲେ।

ଏହି ରାୟ ବିରୋଧରେ ଆବେଦନକାରୀ ଦୁଇ ଜଣିଆ ଖଣ୍ଡପୀଠ‌ରେ ରିଟ ଅପିଲ ଦାୟର କରିଥିଲେ।

ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ପ୍ରଶାନ୍ତ କୁମାର ନାୟକ, ରାଜ୍ୟ ସରକାରଙ୍କ ପକ୍ଷରୁ ଜିଏ କୈଳାଶଚନ୍ଦ୍ର କର, ଏଜିଏ ଦେବାଶିଷ ତ୍ରିପାଠୀ ଓ ଏଏସସି ଗାୟତ୍ରୀ ପାତ୍ର ମାମଲା ପରିଚାଳନା କରୁଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।